ସମାଜସେବୀ ବାପି ଭୁକ୍ତା, ସମାଜସେବାରେ ନୁଆ ଚେହେରା

ରାଜ୍ୟ ଖବର
  • 2018-09-12 05:40:14
  • 416

କାନଭାସ୍ ଓଡିଶା(ବ୍ୟୁରୋ) : ଶବ'ର ସାଥୀ ରିତୁରାଣୀ ସାସମଲ ଓ ପ୍ରଦୀପ ସେବା ଟ୍ରଷ୍ଟର ସଭାପତି ଶ୍ରୀ ପ୍ରଦୀପ ପୃଷ୍ଟିଙ୍କ କାର‌୍ୟ୍ୟରେ ଅନୁପ୍ରାଣିତ ହୋଇ ଅନୁଗୋଳ ଜିଲ୍ଲା ତାଳଚେରର ସ୍ୱେଚ୍ଛାସେବୀ ବାପି ଭୁକ୍ତା ଆଜି ଠାରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର କରିବା ପାଇଁ ଶପଥ ଗ୍ରହଣ କଲେ ।ଆଜି ଟ୍ରେନ ଲାଇନରେ ମୃତ୍ୟୁ ବରଣ କରିଥିବା ଅଜଣା ବ୍ୟକ୍ତିଙ୍କ ଶବ କୁ ପୋଲିସ ଉପସ୍ଥିତିରେ ସ୍ୱେଚ୍ଛାସେବୀ ବାପି ଭୁକ୍ତା ଉଦ୍ଧାର କରି ମଣ୍ଡାପାଳ ମେଡିକାଲ କୁ ପଠାଇ ଥିଲେ । ତାଳଚେର ଥାନା ଅନ୍ତର୍ଗତ ଗୁରୁଜାଙ୍ଗୁଲି ନିକଟସ୍ଥ ଚାଇଁପାଳ ଓଭର ବ୍ରିଜ ତଳେ ଟ୍ରେନ ଦୁର୍ଘଟଣା ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ପ୍ରକାଶ ଥାଉ କି ମୃତ ବ୍ୟକ୍ତିଙ୍କ ଶରୀର ରେଳ ଲାଇନ ରେ କଟି ଖଣ୍ଡ ବିଖଣ୍ଡିତ ହୋଇ ଯାଇଛି।ବ୍ୟକ୍ତିଙ୍କ ପରିଚୟ ମିଳି ନଥିବା ବେଳେ ଘଟଣା ସ୍ଥଳରେ ତାଳଚେର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ସ୍ବେଚ୍ଛାସେବୀ ବାପି ଭୁକ୍ତାଙ୍କ କାର‌୍ୟ୍ୟକୁ ଅନୁଗୋଳ ବାସିନ୍ଦା ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି ।