ବ୍ଲକ ସମ୍ମୁଖରେ ଶିକ୍ଷକ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ଶାନ୍ତିପୂର୍ଣ୍ଣ ଧାରଣା

ରାଜ୍ୟ ଖବର
  • 2018-09-11 19:20:31
  • 441

କାନଭାସ୍ ଓଡିଶା(ବ୍ୟୁରୋ) : ସାରା ରାଜ୍ୟରେ ବ୍ଲକଗ୍ରାଣ୍ଡ ଶିକ୍ଷକ ମାନେ ଗାନ୍ଧି ମାର୍ଗରେ ଦିବାରାତ୍ର ନିଜର ହକ୍ ପାଇଁ ଧାରଣା ଦେଇଥିଲେ ସୁଧା ରାଜ୍ୟ ସରକାର କର୍ଣ୍ଣପାତ କରୁନାହାଁନ୍ତି । ସେମାନଙ୍କର ନ୍ୟାର୍ଯ୍ୟ ଦାବି ପାଇଁ ଦୀର୍ଘ ୨୫ରୁ୩୦ ବର୍ଷ ହେଲା ସଂଗ୍ରାମ ଜାରି ରହିଥିଲେ ମଧ୍ୟ କୈାଣସି ସୁଫଳ ମିଳୁନାହିଁ । ଏଣୁ ଓଡିଶା ସ୍କୁଲ୍ କଲେଜ କର୍ମଚାରି ମିଳିତ ମଞ୍ଚର ନିଷ୍ପତ୍ତି କର୍ମେ ଗାନ୍ଧି ମାର୍ଗରୁ ବ୍ଲକକୁ ଧାରଣା ବ୍ୟାପକ କରିଛନ୍ତି । ଏହି ଆଧାରରେ ଟାଙ୍ଗି, ଚିଲିକା, ବାଣପୁର ଅଞ୍ଚଳର ଶହ ଶହ ଶିକ୍ଷକ-ଶିକ୍ଷୟତ୍ରୀ, କର୍ମଚାରୀ, ଅଭିଭାବକ, ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ ମାନେ ବ୍ଲକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବାସହ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉର୍ଦ୍ଦେଶ୍ୟରେ ୬ଗୋଟି ଦାବି ସମ୍ବଳିତ ଏକ ଦାବି ପତ୍ର ବିଡିଓଙ୍କୁ ପ୍ରଦାନ କରାଯାଇଥିଲା । ତେବେ ସଂଘର ନିଷ୍ପତ୍ତି କର୍ମେ ସରକାର ଏଥିରେ ଯଦି ଗୁରୁତ୍ୱ ନଦିଅନ୍ତି ଆସନ୍ତା ଦିନରେ ପ୍ରତି ପଞ୍ଚାୟତ, ପ୍ରତି ୱାଡ ବୁଲି ବୁଲି ଆମ୍ଭର ନ୍ୟାର୍ଯ୍ୟ ଦାବି ସକାଶେ ଜନମତ ସୃଷ୍ଟି କରାଯିବ ବୋଲି ଚେତାବନି ଦେଇଛି ସଂଘ । ବିଜୁ ବାବୁଙ୍କ ଅଧୁରା ସ୍ୱପ୍ନକୁ ସାକାର କରୁଥିବା ନବୀନ ବାବୁ କହୁଛନ୍ତି, କିନ୍ତୁ ବିଜୁ ବାବୁ ଶିକ୍ଷା ଓ ଶିକ୍ଷକ ମାନଙ୍କୁ ପ୍ରଥମ ଅଗ୍ରାଧିକାର ଦେଇଥିବା ବେଳେ ନବୀନ ବାବୁ ଶିକ୍ଷକ ମାନଙ୍କୁ ପ୍ରତାରଣା କରିବା ଏକ ନିନ୍ଦନୀୟ ଘଟଣା ବୋଲି କମାଗୁରୁ କଲେଜର ଶିକ୍ଷକ ନେତା ସୁଧାଶୁଂ ଶେଖର ଦାଶ କହିଛନ୍ତି । REPORTER- SHANKAR BEHERA, TANGI ID NO- CO002