ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରିବା ଘଟଣାରେ ଶିକ୍ଷକ ନିଲମ୍ବିତ

ଅପରାଧ
  • 2018-08-24 05:51:34
  • 742

କାନଭାସ୍ ଓଡିଶା(ବ୍ୟୁରୋ) : ବାଣପୁର ବ୍ଲକ ସାହସପୁର ୟୁଜିଏମଇ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରିବା ଘଟଣାରେ ଶିକ୍ଷକ ନିରଞ୍ଜନ ପଣ୍ଡାଙ୍କୁ ବାଣପୁର ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଫୁଲ୍ଲ ବଳିୟାରସିଂ ବିଶୃଙ୍ଖଳା ଆଚରଣ ପାଇଁ ନିଲମ୍ବନ କରିଛନ୍ତି । ଘଟଣାକୁ ନେଇ ଶିକ୍ଷକ/ଶିକ୍ଷୟିତ୍ରୀ ମହଲ ସହ ସମଗ୍ର ବାଣପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଚଳିତ ମାସ ଗତ ୪ ତାରିଖ ଶନିବାର ସ୍କୁଲ ଷ୍ଟାଫରୁମରେ ଜଣେ ଶିକ୍ଷୟିତ୍ରୀ ଏକାକୀ ଥିବାର ସୁଯୋଗ ନେଇ ଶିକ୍ଷକ ଶ୍ରୀ ପଣ୍ଡା ଆଶାଳୀନ ବ୍ୟବହାର କରିଥିଲେ । ଶିକ୍ଷୟିତ୍ରୀ ଏହାର ପ୍ରତିବାଦ କରିବା ସହ କୈାଣସି ମତେ ଖସିଯାଇ ପ୍ରଧାନଶିକ୍ଷକଙ୍କୁ ଅଭିଯୋଗ କରିଥିଲେ । ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆଶ୍ୱାସନା ଦେଇଥିଲେ । ହେଲେ ଘଟଣାର ଦୁଇ ସପ୍ତାହ ପରେ ମଧ୍ୟ ପ୍ରଧାନଶିକ୍ଷକ କୈାଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଶିକ୍ଷୟିତ୍ରୀ ବିଇଓ ଶ୍ରୀ ବଳିୟାରସିଂହଙ୍କ ପାଖରେ ନିବେଦନ କରିଥିଲେ । ବିଇଓ ସ୍କୁଲରେ ପହଞ୍ଚି ପ୍ରାଥମିକ ତଦନ୍ତରୁ ଅଭିଯୋଗର ସତ୍ୟତା ଥିବା ଜାଣିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୧୦୪୭ ନମ୍ବର ନିର୍ଦ୍ଦେଶନାମାରେ ଶିକ୍ଷକ ଶ୍ରୀ ପଣ୍ଡାଙ୍କୁ ନିଲମ୍ବନ କରିଛନ୍ତି । ଏହା ସହ ବିଇଓ ଅଫିସରେ ଯୋଗଦେବା ସହ ବିନା ଅନୁମତିରେ ଛୁଟି ନେଇପାରିବେ ନାହିଁ ବୋଲି ନର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ଶିକ୍ଷକ ଶ୍ରୀ ପଣ୍ଡାଙ୍କୁ ଘଣ୍ଟ ଘୋଡାଇବା ଓ ଶକ୍ଷୟିତ୍ରୀଙ୍କ ଅଭିଯୋଗ ବିଷୟରେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇନଥିବା ଯୋଗୁଁ ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଅନ୍ୟ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ଅଭିଭାବକମାନେ ଦାବି କରିଛନ୍ତି । REPORTER- SHANKAR BEHERA, TANGI ID NO- CO002