୬ଷ୍ଠ ରାଷ୍ଟ୍ରୀୟ ଏକକ-ନାଟକ ଉଦଘାଟନ

ମନୋରଞ୍ଜନ
  • 2018-09-11 03:52:16
  • 429

କାନଭାସ୍ ଓଡିଶା(ବ୍ୟୁରୋ) : ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ମିରର ଥିଏଟର ପକ୍ଷରୁ ୬ଷ୍ଠ ରାଷ୍ଟ୍ରୀୟ ଏକକ-ନାଟକ ଉଦଘାଟନ ହୋଇଯାଇଛି । ରାୟପୁର ଛତିଶଗଡରୁ ଆସିଥିବା ଶ୍ରୀୟା ଥିଏଟର ହିନ୍ଦୀ ଆଉ ରାଜସ୍ଥାନୀ ଭାଷାରେ ପରିବେଷଣ କରିଥିଲା ମୀରା!ନିର୍ଦେଶନା ଓ ଅଭିନୟ କରିଥିଲେ ମମତା ଅହର କୃଷ୍ଣଙ୍କ ପରମ ଭକ୍ତ ମୀରାବାଇଙ୍କ ଜୀବନ ଉପରେ ନାଟକଟି ଆଧାରିତ । ପ୍ରେମ ମାର୍ଗକୁ ଆପଣାଇ ଭକ୍ତିରେ ପୂର୍ଣ୍ଣତା ପାଇପାରିଥିଲେ । ଏପରିକି କୃଷ୍ଣଙ୍କୁ ନିଜ ସ୍ୱାମୀ ଭାବରେ ପୂଜା କରୁଥିଲେ । ଋଢିବାଦକୁ ବିରୋଧ କରିବା, ସାଧୁସନ୍ଥଙ୍କ ସହିତ ଭଜନ ଗାନ କରିବାକୁ ରାଜପରିବାରକୁ ଅପମାନ ବୋଧ ହେଲା ।ଏହି କାରଣରୁ ତାଙ୍କୁ ବହୁତ କଠିନ ପରିସ୍ଥିତିର ସାମ୍ନା କରିବାକୁ ହେଲା । ଏହି ନାଟକରେ ମୀରାବାଇଙ୍କ ଜନ୍ମଠୁ ନେଇ ସେ ମୂର୍ତ୍ତୀ ଭିତରେ ସମାହିତ ହେବା ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲା ।