ଅର୍ଥନୈତିକ ଇତିହାସ ନଥିବାରୁ ଓଡ଼ିଶାର ଅର୍ଥନୀତି ସଜଡ଼ାଯାଇ ପାରୁନାହିଁ

ସାହିତ୍ୟ
  • 2018-09-10 20:51:26
  • 420

କାନଭାସ୍ ଓଡିଶା(ବ୍ୟୁରୋ) : ସୋମବାର ସନ୍ଧ୍ୟାରେ ପୂର୍ବତନ ଅର୍ଥମନ୍ତ୍ରୀ ଅର୍ଥନୀତିଜ୍ଞ ପଂଚାନନ କାନୁନଗୋଙ୍କ ଲିଖିତ ଦୁଇଟି ପୁସ୍ତକଓଡ଼ିଶା ଅର୍ଥନୀତି ଇତିହାସ ଓ ଯୋଜନା ଲୋକାର୍ପିତ ହୋଇଯାଇଛି । ଉକ୍ତ ଲୋକାର୍ପଣ ଉତ୍ସବ ରାଜ୍ୟ ଅଭିଲେଖାଗାରରେ ପ୍ରାକ୍ତନ ପ୍ରଶାସକ ଶ୍ରୀ ସଂଜୀବ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ବିଶ୍ୱରଞ୍ଜନ ମୁଖ୍ୟବକ୍ତା ଭାବେ, ଉକ୍ରଳ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପିକା ଓ ବିଭାଗ ମୁଖ୍ୟ ପ୍ରଫେସର ମିତାଲିଚିନାରା, ଅନ୍ୟତମ ବରିଷ୍ଠ ଅତିଥି ଭାବେ ପ୍ରଫେସର ଓ ଗବେଷକ କିଶୋର ବାସା ସେମାନଙ୍କ ବକ୍ତବ୍ୟରେ ଏପରି ଏକ ଇତିହାସ ଓଡ଼ିଶାପାଇଁ ଆବଶ୍ୟକ ଥିଲା ଓ ଏହି ପୁସ୍ତକତାହା ପୁରଣ କରିବବୋଲି ଆଶା ବ୍ୟକ୍ତ କରିଥିଲେ । ପୁସ୍ତକ ଦୁଇଟି ସମୀକ୍ଷା କରି ସ୍ତମ୍ଭକାର ଶ୍ରୀକେଦାରମିଶ୍ର ଏବଂ ପ୍ରିୟ ରଞ୍ଜନ ସାହୁ ପୁସ୍ତକର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ । ଏହି ପୁସ୍ତକରେ ୨୫ଶହ ବର୍ଷର ଅର୍ଥନୈତିକ ସ୍ଥିତି ସଂପର୍କରେ ଆଲୋଚନା କରାଯାଇଥିବା ବେଳେ ଅର୍ଥନୈତିକ ସମୃଦ୍ଧି ଓ ଶୋଷଣ ସଂପର୍କରେ ବିଶେଷଭାବରେ ଆଲୋଚନା କରିଥିଲେ । ସଭାପତିତ୍ୱ କରୁଥିବା ଶ୍ରୀ ହୋତା ଉକ୍ତ ପୁସ୍ତକର ମୁଖବନ୍ଧ ଲେଖିଥିବା ବେଳେଏପରି ପୁସ୍ତକ ଯେ ଶେଷ ଅବସ୍ଥା ସେପରି ନ ଭାବିଏହାର ପ୍ରତ୍ୟେକଟି ଅଧ୍ୟାୟ ଉପରେ ଗୋଟିଏ ଗୋଟିଏ ସୁଦୀର୍ଘ ଇତିହାସ ଲେଖା ଯାଇପାରିବ ଓ ଏଥି ପାଇଁ ଗବେଷକମାନେ ଉଦ୍ୟମ କରିବେ ବୋଲି ଆଶା ପ୍ରକଟ କରିଥିଲେ । ଅନ୍ୟତମ ଅତିଥି ଶ୍ରୀତ୍ରିଲୋଚନ କାନୁନଗୋଏହି ପୁସ୍ତକ ଓ ଲେଖକରଏପରି ଉଦ୍ୟମରଭୂୟସୀ ପ୍ରଶଂସା କରିଥିଲେ । ଲେଖକ ଶ୍ରୀ କାନୁନଗୋ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଓ ଡକ୍ଟରସୁବ୍ରତ ପୃଷ୍ଟି ସଭାରେ ଉପସ୍ଥାପନା କାର୍ଯ୍ୟ ତୁଲାଉଥିଲେ । ପୁସ୍ତକର ପ୍ରକାଶକଶ୍ରୀ ପ୍ରଦୀପ୍ତ ବେହୁରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ।