ଖୋରଧା ଜିଲ୍ଲା ଟାଙ୍ଗି ବ୍ଲକ୍ କୁହୁଡି ଠାରେ ଜାତୀୟ କଂଗ୍ରେସ କୁହୁଡି ଶାଖା ପକ୍ଷରୁ ଶାନ୍ତି ପୂର୍ଣ୍ଣ ବନ୍ଦ ପାଳନ

ରାଜ୍ୟ ଖବର
  • 2018-09-10 19:31:56
  • 439

କାନଭାସ୍ ଓଡିଶା(ବ୍ୟୁରୋ) : କେନ୍ଦ୍ର ବିଜେପି ସରକାର ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନମୁଖୀ ତୈଳଦର ଅହେତୁକ ବୃଦ୍ଧି ପ୍ରତିବାଦରେ ଆଜି ସାରା ଦେଶରେ ୯ଘଟିକା ବନ୍ଦ ପାଳନ କରାଯାଇଛି । ଏହି ଆଧାରରେ ଖୋରଧା ଜିଲ୍ଲା ଟାଙ୍ଗି ବ୍ଲକ୍ କୁହୁଡି ଠାରେ ଜାତୀୟ କଂଗ୍ରେସ କୁହୁଡି ଶାଖା ପକ୍ଷରୁ ଶାନ୍ତି ପୂର୍ଣ୍ଣ ବନ୍ଦ ପାଳନ କରିଛି । କୁହୁଡି ଶାଖା ତରଫରୁ ସଭାପତି ସୈାଭାଗ୍ୟ ବରାଳଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ ୧୬ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଏଥି ଯୋଗୁ ଶହ ଶହ ଯାନବାହାନ ରାସ୍ତାର ଉଭୟ ପାଶ୍ୱର୍ରେ ଦୀର୍ଘ ସମୟ ଧରି ଅଟକିଥିଲା । ତତ୍ ସହିତ ସ୍ଥାନୀୟ ଦୋକାନ ବଜାର, ସ୍କୁଲ୍, କଲେଜ, ସରକାରୀ କାର୍ଯ୍ୟାଳୟକୁ ମଧ୍ୟ କର୍ମୀମାନଙ୍କ ଦ୍ୱାରା ବନ୍ଦ କରା ଯାଇଥିଲା । ଏହି ବନ୍ଦ ପାଳନରେ କଂଗ୍ରେସ କର୍ମୀ ଯୁବ ନେତା ସଞ୍ଜୟ ସ୍ୱାଇଁ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ବେହେରା, ପୂର୍ବତନ ସରପଂଚ ଜୟଦେବ ବେହେରା, ସର୍ବେଶ୍ୱର ପାତ୍ର, ରମା ବିଶ୍ୱାଳ, ବାବୁଲି ସିଂ, ବାପି ପଟ୍ଟନାୟକ, ଗାଣ୍ଡୁ ସିଂହ, ଶିବ ବେହେରା, ମନୁ ବେହେରା, ଲକ୍ଷ୍ମୀଧର ଦଳାଇ, ପବି ଦାସଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ସକ୍ରୀୟ ସହଯୋଗ କରିଥିଲେ । REPORTER- SHANKAR BEHERA, TANGI ID NO- CO002