ସୁଧୁରିଲା ବିଛିନ୍ନାଂଚଳ ଅବସ୍ଥା, ହେଲେ ସୁଧୁରୀ ପାରୁନି ଖଇରପୁଟ ବ୍ଲକର ୨ଟି ପଞ୍ଚାୟତର ଦୁଃଖ

ତାଜା ଖବର
  • 2018-09-10 14:39:08
  • 445

କାନଭାସ୍ ଓଡିଶା(ବ୍ୟୁରୋ) : ମାଲକାନଗିରି/ ଗୋବିନ୍ଦପଲ୍ଲୀ- ସ୍ୱାଧିନ ହେଇ ୭୧ ବର୍ଷ ହେବା । ସବୁ ସ୍ଥାନରେ ବିଜୁଳି ଠୁ ଆରମ୍ଭ କରି ସମସ୍ତ ସରକାରୀ ସହାୟତା ସମସ୍ତ ଗାଁରେ ପହଁଚିଲାଣି । କିନ୍ତୁ ଏମିତି କେତେ ପଞ୍ଚାୟତ ଅଛି ଯେଉଁଠି ଆଜି ଯାଏଁ କୈାଣସି ସରକାରୀ ହଉ କିମ୍ବା ବେସରକାରୀ କୈାଣସି ବସ୍ ଏହିଗ୍ରାମକୁ ଯାତାୟତ କରିନାହିଁ । ସେ ରୋଗୀ ହୁଅନ୍ତୁ କିମ୍ବା ସାଧାରଣ ଲୋକ ସମସସ୍ତଙ୍କ ଭରଷା ଟ୍ରାକ୍ଟର ଓ କମାଣ୍ଡର । ସରକାରଙ୍କ ସମସ୍ତ ସହାୟତା ସବୁ ସ୍ଥାନରେ ପହଁଚିଛି । ସେ ପାହାଡିଆ ହେଉ କିମ୍ବା ତଳିଆ ଅଞ୍ଚଳ ସବୁଠି ସରକାର ହୁଅନ୍ତୁ କିମ୍ବା ଜିଲ୍ଲା ପ୍ରଶାସନ ପହଞ୍ଚିଛି । କିନ୍ତୁ ଏମିତି କିଛି ଗାଁ ଅଛି ଯେଉଁଠିକୁ ସରକାରୀ ହଉ କି ବେସରକାରୀ ବସ ଏହି ଗାଁକୁ ଯାଇନାହିଁ । ଏହି ଦୁଇ ପଞ୍ଚାୟତ ହେଲା ବଡଡୁରାଲ ଓ ମାଡକାପଦର । ଏହି ଦୁଇ ପଞ୍ଚାୟତରେ ପ୍ରାୟ ୩୦ରୁ ଅଧିକା ଗାଁ ରହିଛି । ସରକାର ଅଳ୍ପ ଅଳ୍ପ ଖଣ୍ଡିଆ ରାସ୍ତା କରି ଚୁପ୍ ହୋଇ ବସିପଡିଛନ୍ତି । ବଳକା ପ୍ରାୟ ୧୫ କିଲୋମିଟର ରାସ୍ତା କାଦୁଅରେ ଭର୍ତ୍ତି । ଯଦି କୈାଣସି ରୋଗୀ ହୁଅନ୍ତୁ କିମ୍ବା ଭଲ ଲୋକଙ୍କ ଯଦି ଜରୁରି ପରିସ୍ଥିତିରେ କାମ ପଡେ ତାହାହେଲେ ସେ ଭାରରେ ନଚେତ୍ ଚାଲି ଚାଲି ପ୍ରାୟ ୧୮ କିଲୋମିଟର ପରେ ଗାଁ ପଡେ ଗୋବିନ୍ଦପଲ୍ଲୀ ସେଠାକୁ ଆସି ବସରେ ଯାଆନ୍ତି । ନ ହେଲେ ସପ୍ତାହକୁ ଥରେ ମଙ୍ଗଳବାର ଦିନ ଗୋବିନ୍ଦପଲ୍ଲୀ ସାପ୍ତାହିକ ହାଟକୁ ଆସିବା ପାଇଁ ଟ୍ରାକ୍ଟର ଓ କମାଣ୍ଡର ହିଁ ଭରଷା । ଯାହାବି ଆବଶ୍ୟକିୟ କାମ ଥାଏ ତାହାହେଲେ ଏହି ଗୋଟିଏ ଦିନ ହିଁ ସମସ୍ତ ଗ୍ରାମବାସୀ ବହୁ କଷ୍ଟରେ ଟ୍ରାକ୍ଟର କିମ୍ବା କମାଣ୍ଡରରେ ଆସନ୍ତି । କିନ୍ତୁ ସରକାର ଏଦିଗରେ କୈାଣସି ପଦକ୍ଷେପ ନେଉନାହାନ୍ତି । କାରଣ ଏହା ଏକ ମାଓ ଉପଦ୍ରବ ଅଞ୍ଚଳ, ତେଣୁ କୈାଣସି ଠିକା ସଂସ୍ଥା ମଧ୍ୟ ଏହି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା କାମ ହାତକୁ ନେଉନାହାନ୍ତି । ଉଚ୍ଚ ଶିକ୍ଷିତ ହେବାପାଇଁ ସେହି ଦୁଇଟି ପଞ୍ଚାୟତର ପିଲା ଗୋବିନ୍ଦପଲ୍ଲୀକୁ ଆସନ୍ତି ତାହା ପୁଣି ଚାଲି ଚାଲି । ଲୋକପ୍ରତିନିଧି କେବଳ ପ୍ରତିଶୃତି ଉପରେ ପ୍ରତିଶୃତି ଦେଇ ବାଟ ମଣା କରୁଛନ୍ତି ଏହି ଦୁଇ ପଞ୍ଚାୟତ ବାସୀଙ୍କୁ । ଏପଟେ ଜିଲ୍ଲା ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ କହିଛନ୍ତତି ଯେ ଆଉ କିଛି ଦିନ ମଧ୍ୟରେ ପୁରା ଗୋବିନ୍ଦପଲ୍ଲୀ ଠାରୁ ବଡଡୁରାଲ ପୁରା ୨୦ କିଲୋମିଟର ରୋଡ ତିଆରି ହୋଇଯିବ ।