କନ୍ୟା ଅନମୋଲ ହୈ’ର ପ୍ରଥମ ପ୍ରତିଷ୍ଠା ଦିବସ, ଯୋଗ ଦେଲେ ଶତାଧିକ ବୁଦ୍ଧିଜୀବୀ

ଟ୍ୱିନ୍ ସିଟି
  • 2018-09-10 13:16:36
  • 482

କାନଭାସ୍ ଓଡିଶା(ବ୍ୟୁରୋ) : ଏସିଡ୍ ପୀଡିତାଙ୍କ ପାଇଁ ଚାକିରିରେ ୧% ସ୍ଥାନ ସଂରକ୍ଷଣ ହେଉ ଏସିଡ୍ ପୀଡିତାମାନେ ଏବେବି ସମାଜରେ ଅବହେଳିତ, ନିଷ୍ପେସିତ । ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ତ ଦୂର କଥା, ଏପର୍ଯ୍ୟନ୍ତ ଠିକ୍ ଭାବେ ଚିହ୍ନଟ କରାଯାଇନି । ଏପରି କ୍ଷେତ୍ରରେ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଇବାକୁ ଅଣ୍ଟା ଭିଡିଛି ସ୍ୱେଚ୍ଛାସେବୀ ସଂଗଠନ ‘କନ୍ୟା ଅନମୋଲ ହୈ’ । ସେମାନଙ୍କୁ ସଠିକ୍ ନ୍ୟାୟ ଦେବା ସହ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ଉଦ୍ୟମ ଜାରି ରଖିଛି ଏ ସଂଗଠନ । ସରକାରୀ ଚାକିରି କ୍ଷେତ୍ରରେ ଏକ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ଦାବି ଉଠାଇଛି । ସୋମବାର ‘କନ୍ୟା ଅନମୋଲ୍ ହୈ’ ପକ୍ଷରୁ ପ୍ରଥମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ ପାଳିତ ହୋଇଯାଇଛି । ଏ ଅବସରରେ ସଂଗଠନର ରଷ୍ଟ୍ରୀୟ ସଂଯୋଜକ ରୋଟାରିଆନ୍ ସରୋଜ କୁମାର ଦାଶ ସରକାରଙ୍କ ନିକଟରେ ଏହି ଦାବି ଉପସ୍ଥାପନ କରିଛନ୍ତି । ଉତ୍ତରପ୍ରଦେଶ ଭଳି ଓଡିଶାରେ ଏସିଡଦ ପୀଡିତାଙ୍କ ପାଇଁ ସରକାରୀ ଚାକିରି କ୍ଷେତ୍ରରେ ଏକ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖିବାକୁ ଜୋର ଦେଇଛନ୍ତି । ଅନ୍ୟ ପକ୍ଷରେ ଏବେ ରାଜ୍ୟ ତଥା ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରୀଙ୍କ ପ୍ରତି ନିର୍ଯ୍ୟାତନା ଓ ଅସଦାଚାରଣ ମାମଲା ବଢି ଚାଲିଛି । ଏ ଦିଗରେ ସଂଗଠନ ବିଭିନ୍ନ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକରେ ଭିନ୍ନ ଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାନ ହାତକୁ ନେବ ବୋଲି ସଂଗଠନର ରାଜ୍ୟ ସଭାପତି ଅମୀୟବାଳା ପରିଡା କହିଛନ୍ତି । ଏ ଅବସରରେ ସଂଗଠନ ପକ୍ଷରୁ ନାରୀ ନିର୍ଯ୍ୟାତନାକୁ ନେଇ ପ୍ରସ୍ତୁତ କରାଯାଇଥିବା ଏକ ସଚେତନତା ଭିଡିଓ ଉନ୍ମୋଚନ କରାଯାଇଥିଲା । ସଂଗଠନ ଗତ ଏକବର୍ଷ ମଧ୍ୟରେ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମରେ ଜଡିତ ରହି ସୁନାମ ଅର୍ଜନ କରିଛି ଏଥିରେ ଅନୁପ୍ରାଣିତ ହୋଇ ଶତାଧିକ ବୁଦ୍ଧିଜୀବୀ ସଂଗଠନରେ ସାମିଲ ହୋଇଛନ୍ତି । ଆଗକୁ ସଂଗଠନ ଏସିଡ୍ ପୀଡିତାଙ୍କୁ ନ୍ୟାୟ ଦେବା ସହ ମହିଳା ଓ ଶିଶୁ ନିର୍ଯ୍ୟାତନା କ୍ଷେତ୍ରରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ନୁଆ ସଦସ୍ୟ ଭାବେ ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, ୪୮୮ ବର୍ଗ କଲେଜ ଶିକ୍ଷକ ସଂଘ ସଭାପତି ପବିତ୍ର ମହାଲା, ୬୬୨ ବର୍ଗ କଲେଜ ଶିକ୍ଷକ ସଂଘ ସଭାପତି ଗୋଲକ ନାୟକ, ଶିକ୍ଷକ ନେତା ଶତାବିଦ୍ଦିନ ଅହମ୍ମଦ, ଅଭିନେତ୍ରୀ ଆହାନା ବରାଳ, ଯୁବ କଂଗ୍ରେସ ଲିଗାଲ ସେଲ୍ ଅଧ୍ୟକ୍ଷ ଦେବାଶିଷ ମହାପାତ୍ର, ବରିଷ୍ଟ ସାମ୍ବାଦିକ ସୁଜାତା ମହାପାତ୍ର, ସାମ୍ବାଦିକ ଉମାକାନ୍ତ ବସନ୍ତରା, ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ସାଧାରଣ ସମ୍ପାଦିକା ଦେବଶ୍ମିତା ଦାଶ, ବିପିୟୁଟି ଛାତ୍ର ନେତା ବିଶ୍ୱଜିତ ମହାନ୍ତି, ତ୍ରିଲୋଚନ ତରାଇ, ଶିକ୍ଷୟତ୍ରୀ ସୁମିତ୍ରା ଆଚାର୍ଯ୍ୟ, ସମାଜସେବୀ ସୁରମା ରାଉତ, ଛାତ୍ରୀ ନେତ୍ରୀ ମଧୁସ୍ମିତା ନାୟକ, ରୋଜା ଘୋଷ ଓ ସ୍ୱିକୃତୀ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ । ସଂଘଠନର ପ୍ରତିଷ୍ଠାତା ସସ୍ମିତା ଦାଶ, କାର୍ଯ୍ୟକାରୀ ସଭାପତି ମେଘା କାନୁନଗୋ, ଅର୍ଚ୍ଚନା କାନୁନଗୋ, ସଂଯୋଜକ ସାଗର ଦାସ, ପଶ୍ଚିମ ଓଡିଶା ସଂଯୋଜକ ସୂର୍ଯ୍ୟ ନାରାୟଣ ମହାନ୍ତି, ପ୍ରଭଞ୍ଜନ ମିଶ୍ର ତପସ୍ୱନୀ ପଟ୍ଟନାୟକ, ବର୍ଷା ସୁଭଦ୍ରା ପ୍ରୟଦର୍ଶିନୀ, କୃଷ୍ଣଚନ୍ଦ୍ର ଜେନା, ରମାକାନ୍ତ ପ୍ରଧାନ, ସସ୍ମିତା ରଥ, ପ୍ରତୀକ୍ଷା ଆଚାର୍ଯ୍ୟ, ସୋନାଲି ଜେନା ପ୍ରମୁଖ ପ୍ରତିଷ୍ଠା ଦିବସରେ ଉପସ୍ଥିତ ଥିଲେ ।