କବିକନ୍ୟା ସ୍ମୃତି ପରିଷଦ ତରଫରୁ କବିକନ୍ୟା ସ୍ମୃତି ସମାରୋହ-୨୦୧୮ ଅନୁଷ୍ଠିତ

ସାହିତ୍ୟ
  • 2018-09-09 17:03:04
  • 273

କାନଭାସ୍ ଓଡିଶା(ବ୍ୟୁରୋ) : ଭୁବନେଶ୍ୱର ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ କବିକନ୍ୟା ସ୍ମୃତି ପରିଷଦ ତରଫରୁ କବିକନ୍ୟା ସ୍ମୃତି ସମାରୋହ-୨୦୧୮ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ, ସମ୍ମାନୀତ ଅତିଥି ରୂପେ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଘଡାଇ ଓ ମେୟର ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ମୁଖ୍ୟବକ୍ତା ରୂପେ ବିଶିଷ୍ଟ ଗାଳ୍ପିକ ଶ୍ରୀଯୁକ୍ତ ପ୍ରକାଶ ମହାପାତ୍ର ଏବଂ ସମ୍ମାନୀତ ବକ୍ତା ଭାବରେ ବିଶିହ୍ଟ କବି ଶ୍ରୀଯୁକ୍ତ ସୈାଭାଗ୍ୟବନ୍ତ ମହାରଣା ମଞ୍ଚ ମଣ୍ଡନ କରିଥିଲେ । ପ୍ରଦୀପ ପ୍ରଜ୍ୱଳନ ପରେ ସମ୍ପାଦକ କବି ଅୟସକାନ୍ତ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଏବଂ ସ୍ୱାଗତ ଭାଷଣ, ବିଗତ ବର୍ଷର ବିବରଣୀ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉପସଭାପତି ତଥା କବି ଶ୍ରୀଯୁକ୍ତ ରମେଶ ପତି, କାର୍ଯ୍ୟକାରୀ ସମ୍ପାଦକ ଇଂ ସନ୍ତୋଷ ମହାପାତ୍ରଙ୍କ ଉପସ୍ଥିତିରେ କବିକନ୍ୟା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଶିଷ୍ଟ କବି ଶ୍ରୀଯୁକ୍ତ କେ.ଶ୍ୟାମବାବୁ ଦୋରାଙ୍କୁ ‘କବିକନ୍ୟା’ ସ୍ମୃତି ସମ୍ମାନ ୨୦୧୮, ବିଶିଷ୍ଟ ଗାଳ୍ପିକ ଶ୍ରୀଯୁକ୍ତ ମନୋଜ ଦଳବେହେରାଙ୍କୁ ‘କବିକନ୍ୟା ଗଳ୍ପ କଳ୍ପ’ ସମ୍ମାନ, କବୀ ଲିପିରେଖା ମହାପାତ୍ରଙ୍କୁ କବିତା କଳ୍ପ ସମ୍ମାନ ପ୍ରଦାନ କରା ଯାଇଥିଲା । ପ୍ରଥମଥର ପାଇଁ ଏକାଧିକ ଭାଷାରେ ଲେଖୁଥିବା କବି ମାନଙ୍କୁ କବିକନ୍ୟା ଆସେସ୍ ଆୱାଡ ଦିଆଯାଇଥିଲା । ଅନୁଗୁଳର ପ୍ରସିଦ୍ଧ ବହୁଭାଷୀ କବି ଶ୍ରୀ ଦୀପକ କୁମାର ଦେ, ସୁନାବେଡାର କବି ସୁଶ୍ରୀ ଭାଗ୍ୟଶ୍ରୀ ମିଶ୍ର ଏବଂ କେନ୍ଦ୍ରାପଡାର କବି ମୀର୍ ସାମସୁଲ୍ ହକଙ୍କୁ ଏହି ପୁରଷ୍କାର ଦିଆ ଯାଇଥିଲା । ଏହି ଅବସରରେ କବି ଅୟସକାନ୍ତଙ୍କ ଦ୍ୱାଦଶ କବିତା ସଂକଳନ ‘ଭୂମା-ଭୂମି-ଭୂମିକା’ ଉନ୍ମୋଚନ କରାଯାଇଥିଲା । ଅଧିବେଶନ ଶେଷରେ କବିକନ୍ୟା ପରିଷଦର ସଦସ୍ୟ ଶ୍ରୀମାନ୍ ଜ୍ୟୋତିରଞ୍ଜନ ଶତପଥିଙ୍କୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସର୍ବଶେଷରେ କବି ଅୟସକାନ୍ତ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।