ଦିଲ୍ଲୀପ ବଳବନ୍ତରାୟଙ୍କର ଦୁଇଟି ପୁସ୍ତକ ‘ବାପା’ ଓ ‘ମରୁନୁ ମାଙ୍କଡ’ର ଶୁଭ ଉନ୍ମୋଚନ

ସାହିତ୍ୟ
  • 2018-09-09 10:40:15
  • 268

କାନଭାସ୍ ଓଡିଶା(ବ୍ୟୁରୋ) : ସ୍ଥାନୀୟ ଜୟଦେବ ଭବନଠାରେ ସ୍ୱନାମଧନ୍ୟ କବି, ଲେଖକ, ସାହିତ୍ୟିକ ଦିଲ୍ଲୀପବଳବନ୍ତରାୟଙ୍କର ଦୁଇଟି ପୁସ୍ତକ ‘ବାପା’ ଓ ଅନ୍ୟଟି ‘ମରୁନୁ ମାଙ୍କଡ’ର ଶୁଭ ଉନ୍ମୋଚନ ହୋଇଯାଇଛି । ଏହି ଉତ୍ସବରେ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ମନ୍ତ୍ରୀ, ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ, ବିଶିଷ୍ଟ ସାହିତ୍ୟିକ ତଥା ମୁଖ୍ୟବକ୍ତା ଅଧ୍ୟାପକ ବିଶ୍ୱରଂଜନ, ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ବୈଷ୍ଣବ ଚରଣ ମହାନ୍ତି, ଶ୍ରୀମତୀ ଉଷା ଶତପଥୀ, ସଂଯୋଜିକା, ଜାତୀୟ ସେବା ଯୋଜନା, ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ, ଆଡଭୋକେଟ୍ ଦିଲ୍ଲୀପ କୁମାର ନନ୍ଦ ଏବଂ ବିଶିଷ୍ଟ ସମାଜସେବୀ ଶ୍ରୀମତୀ ସବିତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା ପ୍ରଥମ ପର୍ବ ଆରମ୍ଭ ପରେ ନିମନ୍ତ୍ରିତ ଅତିଥିମାନେ ସେମାନଙ୍କ ବକ୍ତବ୍ୟ ରଖିବା ପୂର୍ବରୁ ବାପାଙ୍କ ପାଇଁ କବିତାର ଏ ଆସର ସେଇ ବାପାଙ୍କ ସ୍ତୁତିଗାନକୁ ନେଇ ଦିଲ୍ଲୀପ ବଳବନ୍ତରାୟଙ୍କ ରଚିତ କବିତା ‘ବାପା ଆଉ ବୋଉ’ ଗୀତରେ ଗାଇଥିଲେ ବିଶିଷ୍ଟ ଗାୟକ ବିଭୁ କିଶୋର । ଏହି ଉତ୍ସବରେ ୧୦ଜଣ ‘ବାପା’ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ତେବେ ଏହି ଉତ୍ସବରେ ବାପାଙ୍କ କଥା, ସାହିତ୍ୟର କଥା, ସାମାଜିକ ଦାୟିତ୍ୱର କଥା ସତେ ଯେମିତି ଏକାକାର ହୋଇଯାଇଥିଲା ଜୟଦେବ ଭବନ ଭିତରେ । ବାପା ହେଉଛନ୍ତି ବାପା । ସ୍ନେହ, ତ୍ୟାଗ, ସମ୍ମାନ, ସଂପର୍କ, ସାମର୍ଥ୍ୟ, ସ୍ୱାଭିମାନ ଓ ମାର୍ଗଦର୍ଶନର ଜୀବନ୍ତ ପ୍ରତୀକ ସେ । ସେ ଜନ୍ମଦାତା, ଆଦିଗୁରୁ, ଆଦର୍ଶ ପୁରୁଷ ଓ କଳ୍ପିତ ସାମ୍ରାଜ୍ୟର ବେତାଜ ବାଦଶାହା । ସେ ମାଟି ସିଲଟର ଅ, ଆ, କ, ଖ ପରି ସରଳ । ପୁଣି ବାପା ନହେବା ଯାଏ ବୁଝି ହେଉ ନଥିବା ପରି ଏକ ଜଟିଳ ବ୍ୟକ୍ତିତ୍ୱ । ତାଙ୍କ ପାଇଁ ଦିନଟିଏ ବିତାଇବା ସବୁ ପୁଅ ଝିଅଙ୍କ ପାଇଁ ସୈାଭାଗ୍ୟ । ପରେ ପରେ ସଂଗୀତ ଓ ରଙ୍ଗତୂଳୀର ଯୁଗଳବନ୍ଦୀରେ କାନଭାସ୍ ପରେ ଚିତ୍ର ଆଉ ଚରିତ୍ରକୁ ଜୀବନ୍ତ କରିଥିଲେ ଚିତ୍ରଶିଳ୍ପୀ ଚିନ୍ତାମଣି ବିଶ୍ୱାଳ । ପରେ ପରେ ଗାୟିକା ମୀନାକ୍ଷୀ ରଥ ‘ମୁଁ ତୁମରି ରାଜକୁମାରୀ’, ଭଲଥିଲା ମୋର ଲଙ୍ଗଳ କଣ୍ଟି ଗାୟକ ରଂଜିତ ରଂଜନ, ‘ହଜାରେ ସୁଖକୁ’ ପରିବେଷଣ କରିଥିଲେ ଗାୟକ ଦିନବଂଧୁ ସାହୁ ପରେ ଦ୍ୱୈତ କଣ୍ଠରେ ‘ଏତିକି ଦିନ ଏଘରେ ଥିଲା ତୋହରି ଦାନାପାଣି’ କଣ୍ଠଶିଳ୍ପୀ ଶ୍ରୀକର ପାଢୀ ଓ ଭାଗ୍ୟଶ୍ରୀଙ୍କ କଣ୍ଠରେ ଉପସ୍ଥିତ ଥିବା ଦର୍ଶକ ବିମୋହିତ ହୋଇ ପଡିଥିଲେ । ଏ ସବୁ ଗୀତର ରଚନା କରିଥିଲେ ନିଜେ ଦିଲ୍ଲୀପ ବଳବନ୍ତରାୟ ।