‘ଆଶ୍ରୟ’ ପକ୍ଷରୁ ସାହିତ୍ୟ ଉତ୍ସବ ୨୦୧୮

ସାହିତ୍ୟ
  • 2018-08-23 20:31:45
  • 443

କାନଭାସ୍ ଓଡିଶା(ବ୍ୟୁରୋ) : ସ୍ୱେଚ୍ଛାସେବୀ ସଂଗଠନ ‘ଆଶ୍ରୟ’ ପକ୍ଷରୁ ରେଡକ୍ରସ୍ ଭବନଠାରେ ‘ସାହିତ୍ୟ ଉତ୍ସବ ୨୦୧୮’ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ଲୋକନାଥ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରଫେସର ସତ୍ୟନାରାୟଣ ପାଲ, ପ୍ରଫେସର ବିଜୟଲକ୍ଷ୍ମୀ ମହାନ୍ତି ଓ ‘ସମ୍ବାଦ’ର ବରିଷ୍ଠ ସହ ସମ୍ପାଦିକା ଚିତ୍ରଙ୍ଗଦା ପ୍ରଧାନ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ପ୍ରଫେସର ସୁହାସିନୀ ମହାପାତ୍ରଙ୍କ ରଚିତ ପୁସ୍ତକ ‘ଓଡିଆ ସାହିତ୍ୟକୁ ମୟୁରଭଞ୍ଜର ଦାନ’ ଓ ‘ପ୍ରବନ୍ଧ ଗୁଚ୍ଛ’ ଉନ୍ମୋଚିତ ହୋଇଥିଲା । ‘ବିଶ୍ୱ ସାହିତ୍ୟରେ ଉପେନ୍ଦ୍ର ଭଞ୍ଜ ଅପ୍ରତିଦ୍ୱନ୍ଦୀ’ ଶୀର୍ଷକ ବିଷୟକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଲେଖିକା ଶକୁନ୍ତଳା ବଳିୟାରସିଂହ, ‘ଗୋଧୂଳି’ ସଂପାଦିକା ବିମଳା ସିଂ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।