ଗୁରୁ କେଳୁଚରଣ ସମ୍ମାନ ଉତ୍ସବ

ମନୋରଞ୍ଜନ
  • 2018-09-08 23:25:14
  • 429

କାନଭାସ୍ ଓଡିଶା(ବ୍ୟୁରୋ) : ‘ସୃଜନ’ ଅନୁଷ୍ଠାନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ଓଏମସି ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବର ଚତୁର୍ଥ ସଂନ୍ଧ୍ୟାରେ ଶିଳ୍ପୀ ପଣ୍ଡିତ ରାଜେନ୍ଦ୍ର ଗଙ୍ଗାନୀ ପାଦଛନ୍ଦ ସହିତ ଘୁଙ୍ଗୁରର ସ୍ୱରରେ ଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଜଣାଣକୁ କଥକ ନୃତ୍ୟରେ ପରିବେଷଣ କରିଥିଲେ । ଜଗନ୍ନାଥ ଜଣାଣ ପରେ ତାଙ୍କ ପ୍ରସ୍ତୁତିରେ ଥିଲା ଦୁର୍ଗାସ୍ତୁତି । ତାପରେ ଜୟଦେବଙ୍କ ଗୀତ ଗୋବିନ୍ଦ ଅଧାରିତ ଅଭିନୟ ଶ୍ରୀତ କମଳ କୁଚ ମଣ୍ଡଳ ଏବଂ ଅନ୍ତିମ ପ୍ରସ୍ତୁତି ଥିଲା ତିନ୍ ତାଲ୍, ରାଗ ଚାରୁକେଶି ଲେହେରସରେ ଆବଦ୍ଧ ଧୃତ ଲୟ । ପରବର୍ତ୍ତୀ କାର୍ଯ୍ୟକ୍ର ଥିଲା ଆମ୍ଭି ସୁବ୍ରମନ୍ୟମଙ୍କ ଦ୍ୱାରା କର୍ଣ୍ଣାଟକୀ ସଙ୍ଗୀତରେ ବେହେଲା ବାଦନ । ତାଙ୍କ ପ୍ରସ୍ତୁତିରେ ଥିଲା ରାଗ ଆଭୋଗି ପରେ ପରେ ରାଗ ଚାରୁକେଶୀରେ ପଲ୍ଲବୀ ବାଦନ ଏବଂ ଶେଷରେ ତିଲାନା ଯାହା ଶ୍ରୋତାଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ଅତିଥି ଭାବେ ଗୁରୁ ଅରୁଣା ମହାନ୍ତି, ଓଡିଶୀ ନୃତ୍ୟାଙ୍ଗନା ପ୍ରଣତି ମହାନ୍ତି ଏବଂ ସୃଜନର ନିର୍ଦେଶକ ରତିକାନ୍ତ ମହାପାତ୍ର ଯୋଗଦେଇ ଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ