‘ଖଣି ଓ ପ୍ରକୃତି’କୁ ନେଇ ଆଙ୍କିଲେ ୨୦ ଶିଳ୍ପୀ

ମନୋରଞ୍ଜନ
  • 2018-09-08 17:30:18
  • 435

କାନଭାସ୍ ଓଡିଶା(ବ୍ୟୁରୋ) : ଓଡିଶା ଖଣି ନିଗମ, ଓଡିଶା ଲଳିତକଳା ଏକାଡେମୀ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ମିଳିତ ଆନୁକୁଲ୍ୟରେ ପ୍ରଥମଥର ପାଇଁ ‘ଖଣି ଓ ପ୍ରକୃତି’ ବିଷୟବସ୍ତୁ ଉପରେ ଜାତୀୟସ୍ତରର ୨୦ ଜଣ ପ୍ରଖ୍ୟାତ ଶିଳ୍ପୀଙ୍କୁ ନେଇ ଏକ ୫ ଦିନିଆ ଶିଳ୍ପୀ ଶିବିର ପାନ୍ଥନିବାସ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏକାଡେମିର ସଚିବ ମାନସ ରଞ୍ଜନ ଜେନା ସ୍ୱାଗତ ଭାଷଣ ଦେବା ସହିତ ଶିବିର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଖଣି ନିଗମର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଜୀବ ଚୋପ୍ରା, ସମ୍ମାନିତ ଅତିଥି ଭାବରେ ଆର. ଭିନିଲ୍ କ୍ରିଷ୍ଣା, ପରିଚାଳନା ନିର୍ଦ୍ଦେଶକ ଓଡିଶା ଖଣି ନିଗମ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ବଜୟ କୁମାର ନାୟକ ଯୋଗଦେଇ ଶିଳ୍ପୀମାନଙ୍କୁ ୫୦,୦୦୦ ଟଙ୍କା, ଉତ୍ତରୀୟ, ପ୍ରମାଣପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ । ଶିଳ୍ପୀମାନେ ଏହି ଶିବିରରେ ୨ଟି ଲେଖାଏଁ ଚିତ୍ର ଅଙ୍କନ କରିଥିଲେ । ଏହି କାର‌୍ୟ୍ୟକ୍ରମକୁ ଏକାଡେମୀର କର୍ମଚାରୀ ସୁଶାନ୍ତ କୁମାର ସ୍ୱାଇଁ ପରିଚାଳନା କରିଥିଲେ । ଏହି ଶିବିରରେ ଅଂଶଗ୍ରହଣ କରିଥିବା ଶିଳ୍ପୀମାନେ ହେଲେ- ଅନୁପ କୁମାର ଚାନ୍ଦ, ଆଶୁତୋଷ ପାତ୍ରବଳଦେବ ଗନ୍ଧୀ, ବିଜୟାନନ୍ଦ ବିଶ୍ୱାଳ, ବିରେନ୍ଦ୍ର ପାଣି, ଚନ୍ଦ୍ରମମଣୀ ବିଶ୍ୱାଳ, ଧର୍ମେନ୍ଦ୍ର ରାଠୋର, ଦୀନବନ୍ଧୁ ସାହୁ, ଗୋପାଳକୃଷ୍ଣ ସାମନ୍ତରାୟ, ଗୈାରୀପ୍ରସାଦ ରାଉତ, ଜନପ୍ରୀୟ ଦେବତା, କମଳେଶ କେ. ଗାନ୍ଧୀ, କୁମାର ବିକାଶ ସାକସେନା, ନିତ୍ୟାନନ୍ଧ ସାହୁ ଉମାଶଙ୍କର ଆଚାର‌୍ୟ୍ୟ, ସିଦ୍ଧାର୍ଥ ସିଙ୍ଗାଡେ, ସତ୍ୟଭାମା ମାଝୀ, ତପନ କୁମାର ଦାସ, ତ୍ରିଭୁବନ ଦେଓ ଓ ଭିମି ଇନ୍ଦ୍ରା ।