୨୪ଘଣ୍ଟା ପରେ ପରିତ୍ୟକ୍ତ ପୋଖରୀରୁ ଉଦ୍ଧାର ହେଲା ଘୁବକ

ଅପରାଧ
  • 2018-09-07 14:52:39
  • 465

କାନଭାସ୍ ଓଡିଶା(ବ୍ୟୁରୋ) : ଟାଙ୍ଗୀ ଥାନା କାଳୁପଡାଘାଟ ରାଜେନ୍ଦ୍ରପୁର ଗ୍ରାମରେ ବିବାହିତ ଯୁବକଙ୍କୁ ହତ୍ୟା ସନ୍ଦେହରେ ଥାନାରେ ଏତଲା ଦେଇଛନ୍ତି । ବାଲିନାସୀ ଗ୍ରାମର ଅନୀଲ ସେଠୀଙ୍କ ପୁଅ ବିଶ୍ୱରଞ୍ଜନ ସେଠୀ (୨୫) ରାଜେନ୍ଦ୍ରପୁର ଗ୍ରାମରେ ଦାଶରଥି ସାହୁଙ୍କ ୫ପିଲାଙ୍କୁ ଘରୋଇ ଟ୍ୟୁସନ କରୁଥିଲେ । ଏହାରି ମଧ୍ୟରେ ଦାଶରଥିଙ୍କ ପତ୍ନୀଙ୍କ ସହ ବିଶ୍ୱରଞ୍ଜନଙ୍କ କୁଆଡେ ଅନୈତିକ ସମ୍ପର୍କ ଗଢି ଉଠିଥିଲା । ଏହି ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ଗତ ୧ବର୍ଷ ତଳେ ଗଣ୍ଡଗୋଳ ହୋଇଥିଲା । ଗତ କାଲି ସଂନ୍ଧ୍ୟାରେ ବିଶ୍ୱରଞ୍ଜନଙ୍କୁ ଦାଶରଥି ଓ ତାଙ୍କ ଭାଇମାନେ ଯୋଜନାବଦ୍ଧ ଭାବେ ହତ୍ୟାକରି ଗ୍ରାମ ନିକଟ ପୋଖରୀରେ ପୋତିଦେଇଥବା ନେଇ ଟାଙ୍ଗୀ ଥାନାରେ ବିଶ୍ୱରଞ୍ଜନଙ୍କ ପିତା ଅଭିଯୋଗ କରିଛନ୍ତି । ପରିବାରଙ୍କର ଅଭିଯୋଗ ପ୍ରେମ ଯୋଗୁଁ ପୁଅକୁ ମାରି ପୋଖରୀରେ ପୋତିଦେଲେ । ଅଭିଯୋଗକୁ ଭିତ୍ତିକରି ଟାଙ୍ଗୀ ପୋଲିସ ଦାଶରଥି ଏବଂ ତାଙ୍କର ଜଣେ ଭାଇଙ୍କୁ ଅଟକରଖି ତଦନ୍ତ ଚଳାଇଛି । ସ୍ଥାନୀୟ ଦମକଳ ବାହୀନି ଓ ଗ୍ରାମର ପିଲାମାନେ ମିଶି ଶବକୁ ଉଦ୍ଧାର କରିଥିଲେ । REPORTER- SHANKAR BEHERA, TANGI ID NO- CO002