କଂଗ୍ରେସ ଦଳର ପ୍ରଚାରପାଇଁ ନୂଆପଡା ଆସିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

ରାଜନୀତି
  • 2019-04-07 00:29:39
  • 235

କାନଭାସ୍ ଓଡିଶା(ବ୍ୟୁରୋ) : ନୂଆପଡା ଜିଲ୍ଲା କୋମନା ବ୍ଲକ ତରବୋଡ ମିନିଷ୍ଟାଡିୟମଠାରେ ଶୁକ୍ରବାର କଂଗ୍ରେସର ନିର୍ବାଚନୀ ସଭାରେ ପଡୋଶୀ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଷ୍ଟାର ପ୍ରଚାରକ ଭାବେ ଯୋଗ ଦେଇଥିଲେ । କଂଗ୍ରେସର କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଶ୍ରୀ ଭକ୍ତଚରଣ ଦାସ ଓ ନୁଆପଡା ବିଧାନସଭା ପ୍ରାର୍ଥୀ ଶ୍ରୀ ଘାସିରାମ ମାଝୀଙ୍କ ପାଇଁ ଭୋଟଭିକ୍ଷା କରିବା ସହିତ ବିରୋଧି ବିଜେଡି ଓ ବିଜେପିଙ୍କ ଉପରେ ଜୋର ବର୍ଷିଥିଲେ । ଛତିଶଗଡ କଂଗ୍ରେସର ଖଲାରୀ ବିଧାୟକ ଶ୍ରୀ ଦ୍ୱାରିକାଧିସ ଯାଦବ ମଧ୍ୟ ଶ୍ରୀ ମାଝୀ ଓ ଦାସଙ୍କୁ ଦୁଇପଦ କହିଥିଲେ । ଉପସ୍ଥିତ କାର୍ଯ୍ୟକ୍ରମରେ ଅନୀଲ ଚୈାଧୁରୀ, ରବିନ୍ଦ୍ର ମଙ୍ଗରାଜ, ମୋତି ରାଓଲ, ଅଙ୍କିତ ସିଙ୍ଘଲ, ରାଜେନ୍ଦ୍ର ଜୈନ, ବିରଞ୍ଚି ବାଗ, ପ୍ରଦୀପ ସାହୁ, ଭକ୍ତ ଚରଣ ଶବର ପ୍ରମୁଖ ଉପସ୍ଥିତ ଥିଲେ । ଏହି ନିର୍ବାଚନୀ ସଭାରେ ପ୍ରବଳ ଜନ ସମାଗମ ହୋଇଥିଲା ।