ରାଜ୍ୟସ୍ତରୀୟ ଗୁରୁ ସମ୍ମାନ ମହୋତ୍ସବ

ଟ୍ୱିନ୍ ସିଟି
  • 2018-09-05 13:29:35
  • 466

କାନଭାସ୍ ଓଡିଶା(ବ୍ୟୁରୋ) : ପୂଣ୍ଣ୍ୟ ଭାରତବର୍ଷର ୨ୟ ରାଷ୍ଟ୍ରପତି ଡଃ. ସର୍ବପଲ୍ଲି ରାଧାକ୍ରିଷ୍ଣନ୍ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ଅବସରରେ ଭୁବନେଶ୍ୱରର ସତ୍ୟନଗର ସ୍ଥିତ ହୋଟେଲ୍ ଦି ରୟାଲ ସୁଟ୍ ଠାରେ “କନଫିଡେରେସନ୍ ଅଫ ଓଡିଶା ପବ୍ଲିକ୍ ସ୍କୁଲ୍” ଦ୍ୱାରା ରାଜ୍ୟସ୍ତରୀୟ ଗୁରୁ ସମ୍ମାନ ଉତ୍ସବ ଆୟୋଜନ କରାଯାଇଥିଲା । ଗୁରୁ ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖିବା ଉଦେଶ୍ୟରେ ଓଡିଶାର ଘରୋଇ ବିଦ୍ୟାଳୟ ମାନଙ୍କ ଶ୍ରେଷ୍ଠ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ‘ରାଜ୍ୟସ୍ତରୀୟ ଗୁରୁ ସମ୍ମାନ’ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ଡଃ. ବଦ୍ରିନାଥ ପଟ୍ଟନାୟକଙ୍କ ପୈାରୋହିତ୍ୟରେ ଏହି ଉତ୍ସବକୁ ମାନ୍ୟବର ସହଯୋଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟଅତିଥି ଭାବେ ପ୍ରଦୀପ ପ୍ରଜ୍ଜୋଳନ କରି ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର, ଡଃ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସ୍ୱାମୀ ଶଙ୍କରାନନ୍ଦ ଗିରି, ସାଇ ଇଣ୍ଟରନାସନାଲ୍ ସ୍କୁଲର ଅଧ୍ୟକ୍ଷ ଡଃ. ବିଜୟ କୁମାର ସାହୁ, ସୈନିକ ସ୍କୁଲର ଅଧ୍ୟକ୍ଷ ଶ୍ରୀ କଞ୍ଚନ ମୁଖାର୍ଜୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ ଡଃ. ସୈାରେନ୍ଦ୍ର କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଓଡିଶାର ପ୍ରାୟ ୫୦ଟି ସ୍କୁଲ୍ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା ।