ଭୁବନେଶ୍ୱର ବାର ଉପସଭାପତି ଭାବେ ଦାୟିତ୍ୱ ଗ୍ରହଣ କଲେ ଶୀଳଭଦ୍ର ଶାସ୍ତ୍ରୀ

ଟ୍ୱିନ୍ ସିଟି
  • 2019-04-04 03:58:17
  • 295

କାନଭାସ୍ ଓଡିଶା(ବ୍ୟୁରୋ) : ନୂତନ ନିୟମାନୁସାରେ ଗତ ଶନିବାର ରାଜ୍ୟର ସମସ୍ତ ବାର ଆସୋସିଏସନର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଚଳିତ ଭୁବନେଶ୍ୱର ବାର ଆସୋସିଏସନ ସଭାପତି ଭାବେ ବୀରେନ୍ଦ୍ର କୁମାର ପଟ୍ଟନାୟକ ଓ ସମ୍ପାଦକ ଭାବେ ବିଶ୍ୱ ନାରାୟଣ ମହାନ୍ତି ନିର୍ବାଚିତ ହୋଇଛନ୍ତି । ଶ୍ରୀ ପଟ୍ଟନାୟକ ୧୦୯୧ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ୪୦୦ ଭୋଟ ପାଇଥିଲେ । ସେହିପରି ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ମହାନ୍ତି ୬୩୨ ଖଣ୍ଡ ଭୋଟ ପାଇଥିଲେ । କୋଷାଧ୍ୟକ୍ଷ ଭାବେ ସଞ୍ଜୀବ ଦାସ ୯୪୧,ଯୁଗ୍ମ ସମ୍ପାଦକ ବିପିନ ବଳିଆରସିଂହ ୧୧୧୯, ସହକାରୀ ସମ୍ପାଦକ ଅମୂଲ୍ୟ ମହାନ୍ତି ୬୮୦ ଭୋଟ ପାଇ ନିର୍ବାଚିତ ହୋଇଥିଲା ବେଳେ ଉପସଭାପତି ଭାବେ ଶୀଳଭଦ୍ର ଶାସ୍ତ୍ରୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିଲେ । ସେହିପରି କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ୮ଜଣ ପୁରୁଷ ଓ ଦୁଇଜଣ ମହିଳା ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ।