ବିଶିବାହାଲ ଗ୍ରାମରେ ବିଶ୍ୱଶାନ୍ତି ବ୍ରହ୍ମ ଯଜ୍ଞ ପାଳିତ

ପରମ୍ପରା
  • 2019-04-04 02:48:37
  • 275

କାନଭାସ୍ ଓଡିଶା(ବ୍ୟୁରୋ) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ବିଶିବାହଲ ଗ୍ରାମ ରେ ବିଶ୍ୱଶାନ୍ତି ବ୍ରହ୍ମ ଯଜ୍ଞ ମହାସମାରୋହରେ ପାଳିତ ହୋଇଛି ।ଏହି ଅବସରରେ ଗ୍ରାମ ର ଶତାଧିକ ପୁରୁଷ ଓ ମହିଳା ସମେତ ସାଧୁ ସନ୍ଥ ସଂକୀର୍ତ୍ତନ କରି ଗ୍ରାମ ପୋଖରୀ ରୁ ପଵିତ୍ର ଜଳ କଳସି ଆଣି ଏକ ବିରାଟ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରି ଯଜ୍ଞ ମଣ୍ଡପ ରେ ସ୍ଥାପନ କରିଥିଲେ। ଏହି ଯଜ୍ଞ ରେ ଅବଧୂତ ଆନନ୍ଦ ବାବା, ସାଧୁରାମ ଚନ୍ଦ୍ର ଦାସ, ସାଧୁ ଭାଗିରଥି ଦାସ,ସମେତ ବହୁ ସାଧୁ ସନ୍ନ୍ୟାସୀ ଯୋଗଦେଇଥିଲେ ।କର୍ତ୍ତା ଭାବେ ବିଶ୍ଵମିତ୍ର ଭୋଇ, ଓ ଯାଂଜ୍ଞାସିନୀ ଭୋଇ, ଯୋଗଦାନ କରିଥିଲେ ।ଛ ଟି ସଂକୀର୍ତ୍ତନ ଦଳ ସାମିଲ ହୋଇଥିଲେ ।ତିନିଦିନ ଧରି ସମସ୍ତ ଶ୍ରଦ୍ଧାଳୁ ଭକ୍ତ ଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା ।ଗ୍ରାମବାସୀ ଙ୍କ ମିଳତ ଉଦ୍ୟମରେ ଆୟୋଜିତ ଏହି ବ୍ରହ୍ମ ଯଜ୍ଞ ରେ ଗ୍ରାମର ଗୁଣନିଧି ମାଝୀ, ପବିତ୍ର ଭୋଇ, ସୁନୀଲ କୁମାର ସାହୁ, ଚିତ୍ତରଞ୍ଜନ ପ୍ରଧାନ, ଡମ୍ବରୁ ମାଝୀ, ପ୍ରମୁଖ ସହଯୋଗ କରିଥିଲେ ।