ତିନି ନବଜାତ ଶିଶୁ କନ୍ୟାକୁ ଜନ୍ମ ଦେଲେ ପ୍ରସୂତି

ସ୍ୱାସ୍ଥ୍ୟ/ଜୀବନଚର୍ଯ୍ୟା
  • 2019-04-04 02:24:00
  • 290

କାନଭାସ୍ ଓଡିଶା(ବ୍ୟୁରୋ) : ତିନି ନବଜାତ ଶିଶୁ କନ୍ୟା କୁ ଜନ୍ମ ଦେଲେ ପ୍ରସୂତି । ଏଭଳି ଏକ ଘଟଣା ଘଟିଛି ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସ୍ଥିତ ନେହେନା ଗ୍ରାମର କବିତା ଦଜି ନାମକ ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ । ଏହି ସମୟରେ ପ୍ରସୂତି ମହିଳାଙ୍କ ସ୍ୱାମୀ ଓ ତାଙ୍କ ପରିବାର ଲୋକେ ସ୍ଥାନୀୟ ଖଡ଼ିଆଳ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପହଞ୍ଚି ଥିଲେ । ସେଠାରେ ଡାକ୍ତର ଗର୍ଭବତୀଙ୍କ ଚିକିତ୍ସା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନନ୍ତର କରିବାକୁ ପରାମର୍ଶ ଦେଇଥିଲେ । ପ୍ରସୂତିଙ୍କ ପରିବାର ଲୋକେ ସମୟ ବିଳମ୍ବ ନକରି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଗତକାଲି ରାତି ଆଠଟା ସମୟରେ ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ । ଏହି ସମୟରେ କାର‌୍ୟ୍ୟରତ ଥିବା ଡ଼ାକ୍ତର ବିଜୟ ପାଣିଗ୍ରାହୀ ଠିକ ସମୟରେ ଗର୍ଭବତୀ ମହିଳା ଙ୍କୁ ଚିକିତ୍ସା କରି ରାତି ପ୍ରାୟ ୧୧ଟା୪୫ ମିନିଟ ସମୟରେ ପ୍ରସୂତି ମହିଳାଙ୍କୁ ଅସ୍ତ୍ରୋପଚାର ସାହାର‌୍ୟ୍ୟରେ ତିନି ନବଜାତ ଶିଶୁ କନ୍ୟାକୁ ଜନ୍ମ କରାଇଥିଲେ । ବର୍ତ୍ତମାନ ତିନି ନବଜାତ ଶିଶୁ କନ୍ୟା ସମେତ ମା ସୁସ୍ଥ ରହିଥିବା ଡାକ୍ତର ପ୍ରକାଶ କରିଛନ୍ତି ।