କୋମନା ତହସିଲଦାରଙ୍କ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ

ଅପରାଧ/ଦୁର୍ଘଟଣା
  • 2019-03-30 17:39:40
  • 361

କାନଭାସ୍ ଓଡିଶା(ବ୍ୟୁରୋ) : ନୁଆପଡା ଜିଲ୍ଲା କୋମନା ତହସିଲଦାର ସୁରେଶ କୁମାର ନନ୍ଦ ଗତକାଲି ସନ୍ଧ୍ୟାରେ କୋମନାରୁ ଭୁବନେଶ୍ୱର ନିର୍ବାଚନ କାର୍ଯ୍ୟରେ ଯାଉଥିବା ବେଳେ ନୟାଗଡ ଦଶପଲ୍ଲାର ନୁଆ ଗାଁ ସୋରଡା ନିକଟରେ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ସୂଚନା ଅନୁଯାୟୀ ସୁରେଶଙ୍କ ଘର ବଲାଙ୍ଗୀର ଜିଲ୍ଲା ପାଟଣାଗଡ ସେ ଏକ କାରରେ ଭୁବନେଶ୍ୱର ଯାଉଥିଲେ । ନୁଆଗାଁ ସୋରଡା ନିକଟ ରାସ୍ତାରେ ଗୋଟିଏ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକଟି ଛିଡା ହୋଇଥିବା ବେଳେ କାରଟି ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତହସିଲଦାର ସୁରେଶଙ୍କ ମୃତ୍ୟୁ ହୋଇଥିଲା । ଡ୍ରାଇଭର ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି । ଏହି ଖବର ଶୁଣିଲାପରେ କୋମନା ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି ।