ପୂର୍ବତନ ପ୍ରଶାସନିକ ଅଧିକାରୀ ରବିନ୍ଦ୍ର ସିଂହଙ୍କ ବିଜେପିରେ ଯୋଗଦାନ

ରାଜନୀତି
  • 2019-03-16 00:25:25
  • 257

କାନଭାସ୍ ଓଡିଶା(ବ୍ୟୁରୋ) : ଭାରତୀୟ ରାଜସ୍ୱ ସେବାର ପୂର୍ବତନ ଅଧିକାର ତଥା ଇନ୍ଦିରା ଗାନ୍ଧୀ ଆର୍ନ୍ତଜାତିକ ବିମାନ ବନ୍ଦରରେ ଆସିଷ୍ଟାଟଂ କଷ୍ଟମ କମିଶନର ତଥା ମୁଣ୍ଡା ଓ ଭୁମିଜ ସମାଜର ରାଜ୍ୟ ସଭାପତି ମୟୁରଭଂଜ ଜିଲ୍ଲା ବାସିନ୍ଦା ଶ୍ରୀ ରବିନ୍ଦ୍ର ନାଥ ସିଂହ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, ରାଷ୍ଟ୍ରୀୟ ସମ୍ପାଦକ ଶ୍ରୀ ସୁରେଶ ପୂଜାରୀ, ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ଯୁବ ମୋର୍ଚ୍ଚାର ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ ଉପସ୍ଥିତିରେ ଶ୍ରୀ ସିଂହ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ଶ୍ରୀ ସିଂହ ଜଣେ ସମାଜିକ କର୍ମୀ ଭାବେ ବେଶ ଜଣାଶୁଣା ଏବଂ ଦୀର୍ଘ ୩୪ ବର୍ଷଧରି ଆଦିବାସୀ ସମାଜ ବିଶେଷ ଭାବରେ ମୁଣ୍ଡା ଓ ଭୂମିଜ ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରିଆସୁଛନ୍ତି । ୨୦୧୭ ମସିହାରୁ ମୁଣ୍ଡା ଓ ଭୂମିଜ ସମାଜର ରାଜ୍ୟ ସଭାପତି ଭାବେ ସେ ଦାୟୀତ୍ୱ ତୁଲାଇ ଆସୁଛନ୍ତି । ଶ୍ରୀ ସିଂହ ରାଜ୍ୟର ମୁଣ୍ଡା ଏବଂ ଭୁମିଜ ସମାଜର ଶିକ୍ଷା, ସ୍ୱାସ୍ଥ୍ୟ ଓ ଆର୍ଥିକ ବିକାଶ ପାଇଁ ଅନେକ କାର୍ଯ୍ୟ କରିଛନ୍ତି ।