ପାକିସ୍ତାନକୁ ଧୂଳିସାତ୍ କରିଦେବା ପାଇଁ ରୁଦ୍ରନାରାୟଣ ସେନା ପକ୍ଷରୁ ଆହ୍ୱାନ ।

ରାଜ୍ୟ ଖବର
  • 2019-02-16 10:51:38
  • 236

କାନଭାସ୍ ଓଡିଶା(ବ୍ୟୁରୋ) : ପୁଲୱାମାରେ ପାକିସ୍ତାନ ପୋଷିତ ଜୈସ-ଏ-ମହମ୍ମଦ ସଙ୍ଗଠନର ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ପରେ ଆଜି ସନ୍ଧ୍ୟାରେ ରୁଦ୍ରନାରାୟଣ ସେନା ପକ୍ଷରୁ ମୃତାହତ ସୈନିକଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ଅର୍ପଣ ସଭା ଆୟୋଜନ କରାଯାଇଥିଲା । ଏଥିରେ ପ୍ରାଣ ହରାଇଥିବା ଓଡ଼ିଶାର ଦୁଇ ବରପୁତ୍ରଙ୍କ ପରିବାର ବର୍ଗ ପାଇଁ ଓଡ଼ିଶା ସରକାର ୨୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ଅନୁରୋଧ କରାଯିବା ସହ ଉଭୟ ପରିବାରର ଜଣକୁ ଯୋଗ୍ୟତା ଅନୁଯାୟୀ ସରକାରୀ କର୍ମଚାରୀ ରୂପେ ଗ୍ରହଣ କରିବା ପାଇଁ ଦାବି କରାଯାଇଥିଲା । ଏହି ଘୃଣ୍ୟ କାପୁରୁଷତାପୂର୍ଣ୍ଣ ଆକ୍ରମଣ ପାଇଁ ପାକିସ୍ତାନ ଉପରେ ବୋମାବର୍ଷଣ କରି ଭୂପୃଷ୍ଠରୁ ତା'ର ଅସ୍ତିତ୍ଵ ଲିଭାଇଦେବା ପାଇଁ ଆହ୍ୱାନ ଦେଇଛନ୍ତି ରୁଦ୍ରନାରାୟଣ ସେନା ସଭାପତି ସୀତାରାମ ଶତପଥୀ । ମୃତ ପରିଜନଙ୍କ ପରିବାର ପ୍ରତି ନିଜର ସମବେଦନା ଜଣାଇ ପାକିସ୍ତାନକୁ ଇଟାର ଜବାବ ପଥରରେ ଦିଆଯିବ ବୋଲି କହିଛନ୍ତି । ଭାରତ ସରକାରଙ୍କୁ ଆବଶ୍ୟକ ପଡ଼ିଲେ ରୁଦ୍ରନାରାୟଣ ସେନା ପକ୍ଷରୁ ରୁଦ୍ରସୈନିକମାନଙ୍କୁ ସୀମାରେ ପହଞ୍ଚିବାପାଇଁ ପ୍ରେରିତ କରିବ କହିଛନ୍ତି ଶ୍ରୀଯୁକ୍ତ ଶତପଥୀ । ଶହୀଦ ଯବାନଙ୍କ ସ୍ମୃତିରେ ରୁଦ୍ରସୈନିକମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଉଜଚୠ ଛକରୁ ଉଜଚୠ ମୁଖ୍ୟଫାଟକ ପର‌୍ୟ୍ୟନ୍ତ ମହମବତୀ ଶୋଭାଯାତ୍ରାରେ ଯାଇ ସେଠାରେ ମୃତକମାନଙ୍କ ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ । ଗାୟତ୍ରୀ ମନ୍ତ୍ର ପାଠ ସହ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇଥିଲା । କାର‌୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ସମାଜସେବୀ ବନଜାବାସିନୀ ତ୍ରିପାଠୀ, ପ୍ରଦୀପ୍ତ ସ୍ୱାଇଁ, ଶ୍ରୀୟା କଅଁର, ସୁଧାଂଶୁବାଳା ଷଡ଼ଙ୍ଗୀ, ତପନ କୁମାର ସାହୁ, ଦୀନବନ୍ଧୁ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ ।