ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ

ରାଜନୀତି
  • 2019-02-09 12:24:42
  • 249

କାନଭାସ୍ ଓଡିଶା(ବ୍ୟୁରୋ) : ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର ଦ୍ୱିତୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଅଖିଳ ଭାରତ ମହିଳା କଂଗ୍ରେସ କମିଟିର ସଂପାଦିକା ତଥା ଓଡ଼ିଶା ପ୍ରଭାରୀ ଶ୍ରୀମତୀ ସନ୍ଧ୍ୟା ସୱାଲେଖ ମୁଖ୍ୟ ଅତିଥିରୂପେ ଯୋଗଦେଇଥିଲେ । ଆଗାମୀ ଓଡ଼ିଶା ନିର୍ବାଚନରେ ନିର୍ବାଚନୀ ବୈତରଣୀ ପାର ହେବାପାଇଁ ମହିଳା କଂଗ୍ରେସର ସମସ୍ତ କର୍ମକର୍ତା ଓ ଜିଲା ସଭାପତିମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । କିଭଳି ଭାବରେ ବ୍ଲକ ସ୍ତରରେ ଏବଂ ବୁଥି ସ୍ତରରେ ମହିଳାମାନେ ଅଧିକ କ୍ରିୟାଶୀଳ ହୋଇ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ମହିଳାମାନେ ଅଧିକ କ୍ରିୟାଶୀଳ ହୋଇ କଂଗ୍ରେସ ସରକାର ଗଠନ କରିବ ସେ ସମ୍ପର୍କରେ ଗୁରୁମନ୍ତ୍ର ଦେଇଥିଲେ । ଓଡ଼ିଶାକୁ ସଂପୂର୍ଣ୍ଣ ସ୍ୱରାଜ ରୂପେ ପରିଗଣିତ କରିବା ପାଇଁ ଦୁର୍ନିତି ମୁକ୍ତି, ନିଶା ମୁକ୍ତ ଓଡ଼ିଶା ଗଠନ କରି ମହିଳା ମାନଙ୍କ ସମ୍ମାନ ଓ ସ୍ୱାଭିମାନ ସହିତ ସ୍ୱାବଲମ୍ବନ କରିବାପାଇଁ କୌଣସୀ ମିଶନ ଶକ୍ତି କିମ୍ବା କରଜ ଟଙ୍କା ନ ନେଇ କିଭଳି ଆର୍ଥିକ ସାବଲମ୍ବୀ ହେବେ ସେ ଦିଗରେ ଓଡ଼ିଶାରେ ଆଗାମୀ ନିର୍ବାଚନରେ ଯୋଗ୍ୟ ମହିଳାମାନଙ୍କୁ ଚିହ୍ନଟ କରି ୩୩ % ବିଧାନ ସଭା ଓ ଲୋକସଭାରେ ପ୍ରାର୍ଥୀ କରିବା ପାଇଁ ମତରଖିଥିଲେ । ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ ରାଜନୀତିରେ ମହିଳାମାନଙ୍କୁ ଅଧିକ କ୍ର୍ରିୟାଶୀଳ ହୋଇ ବିଜେପି ଓ ବିଜେଡ଼ି ସରକାର ମହିଳା ଓ ଶିଶୁ ନିର୍ଯ୍ୟାତିତ ହେଉଥିବାର ବିଭିନ୍ନ ଉଦାହରଣ ଦେଇଥିଲେ । କଂଗ୍ରେସ କେବଳ ଏକମାତ୍ର ଦଳ ଯେକି ମହିଳାମାନଙ୍କୁ ସମ୍ମାନ ଦେଇ ଆସିଅଛି । ସର୍ବଶେଷରେ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି ବନ୍ଦିତା ପରିଡ଼ା ଧନ୍ୟବାଦ ଦେଇଥିଲେ । ଉକ୍ତ କାର୍ଯ୍ୟକାରିଣୀ ବୈଠକରେ ରତ୍ନମଣୀ ଉଲ୍ଲାକା, ପ୍ରଭାତି ମିଶ୍ର, ସ୍ୱାଧୀନବାଳା ଦାସ, ଶୁଭଶ୍ରୀ ପଣ୍ଡା, ସୁକାନ୍ତି ଦାସ, ଭାଗ୍ୟଶ୍ରୀ ପ୍ରଧାନ, କମଳା ତିରିଆ, ଆରତୀ ସ୍ୱାଇଁ, ପ୍ରତିମା ମଲ୍ଲିକ, ବିନିତା ମାଝୀ, ଶ୍ରୀୟା ସମ୍ବେଦନା, କନକଲତା ମଲ୍ଲିକ, ଶୈଳବାଳା ଜେନା, ଶୋଭାମୟୀ ସିଂ, ସବିତା ଧୀର, ଉମାରାଣୀ ପାଢ଼ୀ, ସରସ୍ୱତୀ ପାତ୍ର, କବିତା ଚାନ୍ଦ, ରୀତା ଶ୍ରୀ ମହାନ୍ତି, କୁଶୁମ ପ୍ରଧାନ, ଏମ୍ଏ ପରୱିନ, ସ୍ୱରୂପା ତ୍ରିପାଠୀ, ସ୍ମୁତିରେଖ ପହୀ, ଦେବୀଦାସୀ ମହାନ୍ତି, ମିତା ରାୟ, ଚୌଧୁରୀ ସ୍ନେହଲତା ରାୟ, ଦିପ୍ତିରାଣୀ ପ୍ରଧାନ, ସୁଜ୍ଞାନୀ ପଟ୍ଟନାୟକ, ପ୍ରତିମା ଜେନା, ମଧୁସ୍ମିତା ରଥ, ମଞ୍ଜୁ ବାରିକ, ବନ୍ଦିତା ପଟ୍ଟନାୟକ, ବୈଶାଳୀ ବେହେରା, ନିରୁପମା ଦାସ, ଏଲମାଣିକ ପ୍ରଭା, ସଂନ୍ଧ୍ୟା ସାମନ୍ତ ଦାସ, ରୁପା ଦୀପ୍ତା ମହାପାତ୍ର, ନିରୁପମା ପାତ୍ର, ନିର୍ମଲା ମଲ୍ଲିକ, ଉର୍ବଶୀ ମିଶ୍ର, ସୁରେକ୍ଷା ମଲ୍ଲିକ, ଗୋରେଠୀ ଖେସ୍, ଆସା ମିଂଜ୍, ଖୋଲଣା ଜେନା ପ୍ରମୁଖ ଯୋଗଦେଇଥିଲେ ।