ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଐତିହାସିକ ଲିଳାକ୍ଷେତ୍ର କାଙ୍କଣ ଶିଖରୀରେ ଅନୁଷ୍ଠିତ ହେବ ପଞ୍ଚରାତ୍ର ମହାଯଜ୍ଞ ।

ପରମ୍ପରା
  • 2018-09-04 17:50:23
  • 447

କାନଭାସ୍ ଓଡିଶା(ବ୍ୟୁରୋ) : ନଇରୀ ଗ୍ରାମ ସନ୍ନିକଟ ଚିଲିକା ମଧ୍ୟସ୍ଥ ମହାପ୍ରଭୂଙ୍କ ଲିଳାକ୍ଷେତ୍ର କାଙ୍କଣଶିଖରୀ ଠାରେ ଆସନ୍ତା ଡିସେମ୍ବର ୨୬ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ପଞ୍ଚରାତ୍ର ମହାଯଜ୍ଞ ଯଥାବିଧି ଅନୁଷ୍ଠିତ ହେବ । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ରୁପେ ପୁରୀ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ରାହାଣବିଲି ଗିରିଧାରି ମନ୍ଦିର ଠାରେ କାଙ୍କଣଶିଖରୀ ଟ୍ରଷ୍ଟବୋର୍ଡର ଆବାହକ ଡ. ସୁଶାନ୍ତ ସାହୁଙ୍କ ତତ୍ୱାବଧାନରେ ୭ମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅବସରପ୍ରାପ୍ତ ଜିଲ୍ଲାପାଳ ଦେବରାଜ ସେନାପତି, ପୁରୀ ଜଗନ୍ନାଥ ସଂସ୍କୃତିର କର୍ମକର୍ତ୍ତା, ବାଣପୁର, ଚିଲିକା, ବାଲୁଗାଁ, ରାହାଣ ବିଲି ଅଞ୍ଚଳର ଶତାଧିକ ଜଗନ୍ନାଥ ପ୍ରେମୀ ଓ ଟ୍ରଷ୍ଟବୋର୍ଡର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ନିଜର ମୁଲ୍ୟବାନ ମତ ସାବ୍ୟସ୍ତ କରିଥିଲେ । ଇତିହାସ କହେ...୩୦୦ ବର୍ଷ ତଳ ଅଥବା ୧୮୦୦ ମସିହାରେ ମୋଗଲ ସାମ୍ରାଜ୍ୟର ତକେଇ ଖାଁଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଦଇତାପତି ମାନେ ମହାପ୍ରଭୂଙ୍କୁ ବ୍ରହ୍ମଗିରି ଦେଇ ନୈାକାରେ ନଇରୀ ଗ୍ରାମକୁ ବିଜେ କରିଥିଲେ । ରାତ୍ରୀ ଯାପନ ପାଇଁ ନଇରୀ ନିକଟ ଚିଲିକା ମଧ୍ୟସ୍ଥ ଏକ କୁଦରେ ମହାପ୍ରଭୂଙ୍କୁ ରଖାଯାଇଥିଲା । ପ୍ରଭୂଙ୍କ ପ୍ରସାଦ ପାଇଁ କୈାଣସି ଖାଦ୍ୟର ବନ୍ଦୋବସ୍ତ ହୋଇ ପାରିନଥିଲା । କିନ୍ତୁ ପ୍ରଭୂଙ୍କ ସ୍ୱପ୍ନାଦେଶ ପରେ ସେହି କୁଦ ମଧ୍ୟରେ ଥିବା କଂଟକ ଫଳ ବା କାଙ୍କଣକୁ ପ୍ରସାଦ ରୁପେ ଭୋଗ ଲାଗି କରାଯାଇଥିଲା । କିନ୍ତୁ ମାଦଳା ପାଞ୍ଜିରେ ଲେଖା ଯାଇଥିଲା କଂଟକ ଫଳ ପ୍ରସାଦରେ ବ୍ୟବହାର ହେବନାହିଁ । କିନ୍ତୁ କାଙ୍କଣ ଶିଖରୀରେ ପ୍ରଭୂ ବିଜେ ପରେ କାଙ୍କଣକୁ ମହାପ୍ରସାଦରେ ବ୍ୟବହାର କରାଯାଉଛି । ଏଣୁ ମହାପ୍ରଭୂଙ୍କ ଗୋପନ ଲିଳା ମଧ୍ୟରୁ କାଙ୍କଣ ଶିଖରୀ ଅନ୍ୟତମ । ବୋଲି ଜଗନ୍ନାଥ ସଂସ୍କୃତି ଗବେଶକ ଡ.ଚନ୍ଦ୍ର ଶେଖର ଦାଶ ତାଙ୍କ ଅଭିଭାଷଣରେ କହିଥିଲେ । ଉକ୍ତ ପଞ୍ଚରାତ୍ର ମହାଯଜ୍ଞରେ ମୁଖ୍ୟ ଅତିଥି ରୁପେ ପୁରୀ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଯୋଗଦେବା ସହ ଏହି ଅଞ୍ଚଳର ବିଶିଷ୍ଟ ଜ୍ଞାନି ଗୁଣୀ ବିଦ୍ୱାନ ବ୍ୟକ୍ତି ପ୍ରମୁଖଙ୍କୁ ସମ୍ମାନୀତ କରାଯିବ । ପୁରୀ ସ୍ଥିତ ଝାଞ୍ଜିପିଠା ମଠର ମହନ୍ତ ସଚ୍ଚିଦାନ୍ଦ ଦାସ ମହାରାଜ ଉପସ୍ଥିତ ରହି ବିଶାଳ ଜନ ସମାବେସକୁ ଦିବ୍ୟ ଜ୍ଞାନ ପ୍ରଦାନ କରିବେ ବୋଲି କାର‌୍ୟ୍ୟକ୍ରମର ସଂଯୋଜକ ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ଦାଶ ସୂଚନା ଦେଇଛନ୍ତି । REPORTER- SHANKAR BEHERA, TANGI ID NO- CO002