୨୦୧୯ ଓଡିଶା ବଜେଟ ହେଉଛି ପୁରୁଣା ପାପକୁ କାଳିଆ ଯୋଜନାରେ ଧୋଇବାର ପ୍ରୟାସ- ସମୀର ମହାନ୍ତି

ରାଜନୀତି
  • 2019-02-09 12:12:38
  • 224

କାନଭାସ୍ ଓଡିଶା(ବ୍ୟୁରୋ) : ବଜେଟ ଯେତେବେଳେ ଆସେ ସେତେବେଳେ ସାଧାରଣ ଲୋକମାନଙ୍କର ଗୋଟିଏ ଉଦବେଗ ଥାଏ ଏହି ବଜେଟରେ ନୁଆ କଣ ଅଛି ? ଆମେ ପୁରା ବଜେଟ ବହିକୁ ପଢିଲୁ କିଛି ନୂଆ ଘୋଷଣା ନାହିଁ । ବଜେଟରେ ଆଦୌ ନୁତନ୍ୱତ ନାହିଁ । ଲୋକମାନଙ୍କୁ ଭ୍ରମିତ କରିବା ପାଇଁ ଏହି ବଜେଟରେ ପ୍ରୟାସ କରାଯାଇଛି ବୋଲି କହିଛନ୍ତି ବିଜେପିର ରାଜ୍ୟ ଉପସଭାପତି ସମୀର ମହାନ୍ତି । ଶ୍ରୀ ମହାନ୍ତି କହିଛନ୍ତି କି ଏହି ଏହି ବଜେଟର ୠପରେଖ ହେଉଛି ପୁରୁଣା ବୋତଲରେ ନୁଆ ଲେବଲ ଲାଗିବା ଭଳି । ନିର୍ବାଚନ ପୂର୍ବରୁ ବୋଧହୁଏ ଏହି ବଜେଟ ନବିନ ବାବୁଙ୍କର ଶେଷ ବଜେଟ ବୋଲି ନବିନ ବାବୁ ଜାଣିସାରିଲେଣି । ସେଥିପାଇଁ ନବିନ ବାବୁଙ୍କର ଉସ୍ତ୍ରାହ କମିଯାଇଛି ବଜେଟ ପ୍ରସ୍ତୁତିରେ । କୌଣସି ନୂଆ ଘୋଷଣା ଏହି ବଜେଟରେ ନକରିବା ପ୍ରମାଣିତ କରୁଛି ସରକାରଙ୍କର ମନୋବଳ ଭାଙ୍ଗିଯାଇଛି । ୨୦୧୮-୧୯ ରେ ଯୋଜନା ବ୍ୟୟ ଥିଲା ୬୭ ହଜାର କୋଟି । ହେଲେ ୨୦୧୯-୨୦ରେ ଏହା କମି ୬୬ ହଜାର କୋଟିକୁ କମି ଯାଇଛି । ୨୦୧୮-୧୯ର ମୋଟ ବଜେଟ ଅପେକ୍ଷା ୨୦୧୯-୨୦ ମୋଟ ବଜେଟରେ ୧୦% ବୃଦ୍ଧି ପାଇଛି । ସେହି ଅନୁସାରେ ଯୋଜନା ବ୍ୟୟ ମଧ୍ୟ ୧୦% ବୃଦ୍ଧି ପାଇବା କଥା । ୬୭ ହଜାର କୋଟିରୁ ଏହା ୭୩,୭୦୦ କୋଟି ହେବା କଥା । ହେଲେ ଆଶ୍ଚର୍ଯ୍ୟର ବିଷୟ ଏହା ବଂର ୨୦୧୮-୧୯ ଅପେକ୍ଷା ଆହୁରି ୧୦୦୦ କୋଟି ଟଙ୍କା କମିଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ରାଜ୍ୟର ଭିତିଭୁମି ବିକାଶଠାରୁ ଆରମ୍ଭ କରି ସମସ୍ତ ଜନକଲ୍ୟାଣ ଯୋଜନା ସବୁ ଯୋଜନା ବ୍ୟୟରୁ ହିଁ ହୋଇଥାଏ । ୧୦୦୦ ଟଙ୍କା କମ କୁ ହିସାବ କଲେ ମୋଟ ଯୋଜନା ବ୍ୟୟ ପାଖାପାଖି ୭ ହଜାର କୋଟି ଟଙ୍କା କାହିଁକି କମିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ସେହିପରି ଗତ ଆର୍ଥିକ ବଜେଟରୁ ସରକାର ବଳେଇଛନ୍ତି ୧୦ ହଜାର ୫୫୫ କୋଟି ଟଙ୍କା । ଯାହାବି ବ୍ୟୟ କରିଛନ୍ତି ବୋଲି କହିଛନ୍ତି ସେଥିରୁ ୨୫% ଅର୍ଥ ଖର୍ଚ୍ଚ ହୋଇପାରିନାହିଁ । ମାର୍ଚ୍ଚ ୩୧ ସୁଦ୍ଧା ଏହି ଅର୍ଥ କେମିତି ଖର୍ଚ୍ଚ ହେବ ତାହା ଏକ ବଡ ପ୍ରଶ୍ନ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ୨୦୧୯-୨୦ରେ ବଜେଟରେ ରୂଣ ହେଉଛି ୧୬ ହଜାର ୧୯୩ କୋଟି ଟଙ୍କା । ଏପଟେ ସରକାର କହିଛନ୍ତି ରାଜସ୍ୱ ବଳକା ହେବ ୮ ହଜାର ୪୩୩ କୋଟି ଟଙ୍କା । ଋଣ କରି ବଳକା ବଜେଟ କରିବା ସରକାରଙ୍କର ବାହାଦୂରି ନୁହେଁ । ନିର୍ବାଚନକୁ ଆଖି ଆଗରେ ରଖି କାଳିଆ ଯୋଜନାରେ ୪୦୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ରାଜ୍ୟରେ ଚାଷୀମାନଙ୍କ ଅସନ୍ତୋଷରେ ସରକାର ଡରି ସରକାର ଏପରି କରିଛନ୍ତି । ପୁରୁଣା ପାପକୁ କାଳିଆ ଯୋଜନାରେ ଧୋଇବାର ପ୍ରୟାସ ହୋଇଛି । ହେଲେ ଏଥିରେ କେତେ ଭାଗଚାଷି ଲାଭବାନ ହେବେ ତାହା ଏକ ବଡ ପ୍ରଶ୍ନ । କାରଣ ରାଜ୍ୟରେ ଭାଗଚାଷି ଗଣନା ଏଯାଏଁ ହୋଇନାହିଁ । ପକ୍କାଘର, ପିଇବା ପାଣି, ସାମାଜିକ ନିରାପତା ପେନସନ ଆଦିରେ ବଜେଟ ରାଶି କମିଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।