ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଜୟନ୍ତୀ ଉପଲକ୍ଷେ ରାଜ୍ୟସ୍ତରୀୟ ପ୍ରତିଯୋଗିତା

ଟ୍ୱିନ୍ ସିଟି
  • 2019-02-09 11:12:10
  • 252

କାନଭାସ୍ ଓଡିଶା(ବ୍ୟୁରୋ) : ବିଶିଷ୍ଟ ଯୁବନେତା, ପୂର୍ବତନ ବିଧାୟକ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୫ତମ ଜନ୍ମ ଜୟନ୍ତୀ ପାଳନର ଅବ୍ୟବହିତ ପୂର୍ବରୁ ଲୁଲୁ ମହାପାତ୍ର ରାଜ୍ୟ ସ୍ତରୀୟ ସ୍ମୃତିକମିଟି ପକ୍ଷରୁ ପୁରୁଣା ଭୁବନେଶ୍ୱରସ୍ଥ କୋରାପୁଟ ଭବନ ଠାରେ ଏକ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ମୃତି କମିଟିର ସଭାପତି ତଥା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଶ୍ରୀ ଶୁଭେନ୍ଦୁ ମହାନ୍ତି ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଭୁବନେଶ୍ୱର ସହର ଓ ନିକଟବର୍ତୀ ବିଦ୍ୟାଳୟମାନଙ୍କୁ ପ୍ରାୟ ୪ ଶହ ଛାତ୍ରଛାତ୍ରୀ ଉପସ୍ଥିତ ହୋଇ ଚିତ୍ରାଙ୍କନ, ପ୍ରବନ୍ଧ, ସାଧାରଣ ଜ୍ଞାନ ଓ ଆଧୁନିକ ନୃତ୍ୟ ପ୍ରଭୃତି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଆଗାମୀ ୧୪ ତାରିଖ ଦିନ ସ୍ୱର୍ଗତ ମହାପାତ୍ରଙ୍କ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ପୁରସ୍କାର ବିତରଣ କରାଯିବ ବୋଲି ସ୍ମୃତି କମିଟିର ସାଧାରଣ ସଂପାଦକ ଶ୍ରୀ ଦୀପକ କୁମାର ସାହୁ ଏକ ବିବୃତିରେ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଅଂଚଳ ବଟୁ, ମାନସ ଆଚାର୍ଯ୍ୟ, ଆଲୋକ ମହାନ୍ତି, ସରୋଜ ପରିଡା, ଦେବଦତ ଜେନା, ନବଘନ ମହାନ୍ତି, ରିଜୁଆନ୍ ଅଲ୍ଲୀ ଖାଁ, ସନ୍ତୋଷ କୁମାର ବାରିକ, ଦୀପକ ବାରିକ ଓ ରମେଶ ଚନ୍ଦ୍ର ପରିଡା ପ୍ରମୁଖ ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।