ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ସର୍ବଭାରତୀୟ ମାନବ ଅଧିକାର ସୁରକ୍ଷା ମଞ୍ଚର ନିନ୍ଦା, ଦୋଷି ବିରୁଧରେ କଡା ଆଇନ ଆଣିବାକୁ ରାଜ୍ୟପାଳଙ୍କୁ ଦାବିପତ୍ର

ଅପରାଧ/ଦୁର୍ଘଟଣା
  • 2019-02-03 12:16:52
  • 290

କାନଭାସ୍ ଓଡିଶା(ବ୍ୟୁରୋ) : ଦେଶରେ ବିଭିନ୍ନ କୋଣ ଅନୁକୋଣରେ କାର୍ଯ୍ୟ କରୁଥିବା ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଉଛି । ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ବିଳମ୍ବରେ ହାଲକା ଦଫା ଲଗାଇଛି । ସାମ୍ବାଦିକଙ୍କୁ ଆକ୍ରମଣ କରୁଥିବା ଦୁର୍ବୃତମାନଙ୍କୁ ତୁରନ୍ତ ଗିରଫ କରିବା ଓ କଡ଼ା ଆଭିମୁଖ୍ୟ ପାଇଁ ସ୍ୱତନ୍ତ୍ର ଆଇନ କରିବାକୁ ଦାବି କରିଛି ‘ଗଣତାନ୍ତ୍ରୀକ ମାନବ ଅଧିକାର ସୁରକ୍ଷା ସଂଘଠନ’(ପିଡିଏଚ୍ଆର୍ଆଇ) । ଏହି ଅବସରରେ ସଂଘଠନର ଓଡ଼ିଶା ଶାଖା ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । କମିଟିରେ ରାଜ୍ୟ ସଭାପତି ଗଦାଧର ଦାସ ଓ କେନ୍ଦ୍ରୀୟ ସଚିବ ଲିଙ୍ଗରାଜ ସାହୁ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ସାମ୍ବାଦିକ ହେଉଛନ୍ତି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ସରକାର ସେମାନଙ୍କ ସୁରକ୍ଷା ପାଇଁ ଯତ୍ନବାନ ହେବା ଉଚିତ । ପ୍ରକାଶ ଯେ, ଚଳିତ ସପ୍ତାହରେ ଓଡ଼ିଶାରେ ଲଗାତାର ଭାବେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ କରାଯାଇଛି । ଏଥି ପାଇଁ ସବୁ ବର୍ଗ ନିନ୍ଦା କରାଯାଇଛି ।