ସାମ୍ବାଦିକ ସଂଘ ତରଫରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ସ୍ୱାସ୍ଥ୍ୟ
  • 2018-09-04 18:35:17
  • 519

କାନଭାସ୍ ଓଡିଶା(ବ୍ୟୁରୋ) : ଗ୍ରାମାଞ୍ଚଳରେ ଅନେକ ଲୋକ ଅଛନ୍ତି ଅର୍ଥ ଅଭାବରୁ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ତରଫରୁ ଗତ ରବିବାର ଦିନ ଟାଙ୍ଗୀ ସିଟି ସ୍କୁଲ ପରିସରରେ ସ୍ୱାସ୍ଥ୍ୟ ଚିକିତ୍ସା ଶିବିରର ଆୟୋଜନ ହୋଇଯାଇଅଛି । ଆପୋଲ ହସ୍ପିଟାଲରୁ ଡାକ୍ତର ମାନଙ୍କୁ ଆଣି ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା । ଗ୍ରାମାଞ୍ଚଳର ଅନେକ ରୋଗୀ ଚିକିତ୍ସା ପାଇଁ ଧାଡି ଲଗାଇଥିଲେ । ଏତତ୍ ବ୍ୟତିତ ଆଗାମୀ ଦିନରେ ସମସ୍ତ ରୋଗ ପାଇଁ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ପ୍ରୟାସ ରଖିଥିବା ସଂଘର ସଭାପତି ଜଣାଇଛନ୍ତି । ଆପୋଲରୁ ଆସିଥିବା ଡାକ୍ତର ମାନେ ରୋଗୀ ମାନଙ୍କୁ ଚିକିତ୍ସା ଦେବା ସହିତ ଆବଶ୍ୟକ ମେଡିସିନ୍ ଦେଇଥିଲେ । ବିଶେଷ ଭାବେ ଗୁରୁତର ରୋଗୀ ମାନଙ୍କୁ ହସପିଟାଲରେ ଚିକିତ୍ସା ଯୋଗାଇ ଦେବା ପାଇଁ ପରାମର୍ଶ ଦେଉଥିବା ଡାକ୍ତର ଗୋବିନ୍ଦ ପ୍ରସାଦ ନାୟକ କହିଛନ୍ତି । REPORTER- SHANKAR BEHERA, TANGI ID NO- CO002