ମଧୁବାବୁଙ୍କ ସ୍ୱପ୍ନ ସାକାର କରିବା ଆମର ମୂଳ ଲକ୍ଷ୍ୟ- ଅମିତ ଶାହା

ରାଜ୍ୟ ଖବର
  • 2019-01-29 19:33:45
  • 229

କାନଭାସ୍ ଓଡିଶା(ବ୍ୟୁରୋ) : ଉକ୍ରଳଗୌରବ ମଧୁବାବୁଙ୍କ ଜନ୍ମମାଟିକୁ ଆସି ମୁଁ ଗର୍ବିତ । ମଧୁବାବୁଙ୍କ ସ୍ୱପ୍ନ ସାକାର କରିବା ଆମର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା । ଓଡିଶା ଗସ୍ତ ଅବସରର ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମଧୁବାବୁଙ୍କ ଜନ୍ମମାଟି ସତ୍ୟଭାମାପୁର ଯାଇ ମଧୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ଜନ୍ମସ୍ଥାନ ବୁଲି ଦେଖିଥିଲେ । ଏ ଅବସରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହା କହିଥିଲେ ଯେ, ଅନ୍ୟାୟ, ଅନୀତି ବିରୋଧରେ ମଧୁବାବୁ ସଂଘର୍ଷ କରିଥିଲେ । ଉକ୍ରଳପ୍ରଦେଶର ମହିଳାଙ୍କ ବିକାଶ ଓ ଶିକ୍ଷାର ବିକାଶରେ ତାଙ୍କର ଭୂମିକା ଗୁରୁତ୍ୂପୂର୍ଣ ରହିଥିଲା । ମଧୁବାବୁଙ୍କ ରାସ୍ତାରେ ବିଜେପି ଚାଲିବା ପାଇଁ ପ୍ରୟାସ କରିବ ବୋଲି ଶ୍ରୀ ଶାହା କହିଥିଲେ । ସମୃଦ୍ଧ ଉକ୍ରଳ ପ୍ରଦେଶ ଗଠନ ପାଇଁ ବିଜେପି ବଦ୍ଧ ପରିକର ବୋଲି ସେ କହିଥିଲେ ।