ବିଦ୍ୟାଭାରତୀ ଶିକ୍ଷାବିକାଶ ସମିତି,ଓଡିଶା ପକ୍ଷରୁ ସଂକୁଳ ସ୍ତରୀୟ ଖେଳକୁଦ ସମାରୋହ ଉଦଯାପିତ

ଶିକ୍ଷା
  • 2018-09-04 01:25:58
  • 422

କାନଭାସ୍ ଓଡିଶା(ବ୍ୟୁରୋ) : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ବ୍ଲକ୍ କୁହୁଡି ଠାରେ ବାଣପୁର ସଂକୁଳ ସ୍ଥତୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କୁହୁଡି କଲେଜ ଖେଳ ପଡିଆରେ ଅନୁଷ୍ଠିତ କ୍ରିଡାରେ କୁହୁଡି, ବାଣପୁର, ଚାନ୍ଦପୁର, ବାଲୁଗାଁ, କାଳୁପଡାଘାଟ, ସୁନ୍ଦରପୁର ଓ ବଡପାରିର ଶିଶୁ ବିଦ୍ୟା ମନ୍ଦିରରୁ ଛାତ୍ରଛାତ୍ରୀ ମାନେ ଉକ୍ତ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସଂକୁଳ ପ୍ରମୁଖ ବିଜୟ ପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣ ଉତ୍ସବରେ ସିଆରସିସି ଲଳିତ ନାରାୟଣ ମହାପାତ୍ର, ଖୋର୍ଦ୍ଧା ବିଭାଗ ନିରିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ, ଖୋର୍ଦ୍ଧା ବିଭାଗ ପ୍ରମୁଖ କୁଳମଣୀ ମିଶ୍ର, ପରିଚାଳନା ସମିତିର ସମସ୍ତ କର୍ମକର୍ତ୍ତା ଯୋଗଦେଇ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କାର ଦେଇଥିଲେ । ଉକ୍ତ ପ୍ରତିଯୋଗିତାରେ ରନିଙ୍ଗ୍, ଉଚ୍ଚଡିଅାଁ, ଲମ୍ବଡିଅାଁ, ଗୋଳାଫିଙ୍ଗା ଇତ୍ୟାଦି ଶାରିରିକ କ୍ରିଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । REPORTER- SHANKAR BEHERA, TANGI ID NO- CO002