ଓଡିଶାର ବିକାଶ, ଶିଳ୍ପାନ୍ୱୟନ ଏବଂ ନିଯୁକ୍ତିରେ ରାଜ୍ୟ ସରକାର ସମ୍ପୃର୍ଣ୍ଣ ବିଫଳ - ଅପରାଜିତା ଷଡଙ୍ଗୀ

ରାଜ୍ୟ ଖବର
  • 2019-01-29 16:31:09
  • 259

କାନଭାସ୍ ଓଡିଶା(ବ୍ୟୁରୋ) : ଓଡିଶାର ବିକାଶ, ଶିଳ୍ପାନ୍ୱୟନ ଏବଂ ନିଯୁକ୍ତିରେ ରାଜ୍ୟ ସରକାର ସମ୍ପୃର୍ଣ୍ଣ ବିଫଳ । ଦୀର୍ଘ ୧୯ ବର୍ଷର ନିରଙ୍କୁଶ କ୍ଷମତା ଥାଇ ବି ସବୁ କ୍ଷେତ୍ରରେ ଏହି ରାଜ୍ୟ ସରକାର ପୁରା ବିଫଳ ହୋଇଛନ୍ତି । ରୋଜଗାର ଯୋଗାଇବା କ୍ଷେତ୍ରରେ ହେଉ ବା ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ହେଉ ସବୁଥିରେ ଓଡିଶା ପୁରା ଦେଶରେ ପଛରେ ପଡିଛି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଅପରାଜିତା ଷଡଙ୍ଗୀ । ଶ୍ରୀମତି ଷଡଙ୍ଗୀ କହିଛନ୍ତି କି ଓଡିଶା ଭଳି ପ୍ରାକୃତିକ ଖଣିଜ ସମ୍ପଦରେ ଭରା ରାଜ୍ୟରେ ମାନ୍ୟୁଫାକଚରିଙ୍ଗ କ୍ଷେତ୍ରର ଜିଡିପିରେ ଅବଦାନ ଦିନକୁ ଦିନ ଖସିବାରେ ଲାଗିଛି । ଏହା ୧୮% ରୁ ଖସି ଆସି ୧୬%ରେ ପହଂଚିଲାଣି । ଏହା କଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିରନ୍ତର ସରକାରର ଓଡିଶାରେ ବିକାଶ ପାଇଁ ଯୋଗଦାନ କି ? ଓଡିଶାର ହେଉଥିବା ମୋଟ ରପ୍ତାନୀର ୮୪% ରପ୍ତାନି ହେଉଛି ପ୍ରାଇମେରି ଗ୍ରେଡ ଲୁହାପଥର ଓ ବକ୍ସାଇଟ । ଏହା ଦ୍ୱାରା ରାଜ୍ୟର କିଛି ଲାଭ ହେଉନାହିଁ । ଓଡିଶାରେ କଣ ପାଇଁ ଲୁହାପଥରରୁ ଷ୍ଟିଲ ବା ଅନ୍ୟ ଉପକରଣ ରପ୍ତାନୀ ହୋଇପାରିବ ନାହିଁ ବୋଲି ଶ୍ରୀମତି ଷଡଙ୍ଗୀ କହିଛନ୍ତି । ରାଜ୍ୟ ସରକାରଙ୍କ ସରକାରୀ ତଥ୍ୟ ଅନୁସାରେ ୨୦୧୬ ମସିହାରେ ରାଜ୍ୟର ୬୬% ପ୍ରତିଶତ ଗ୍ରାମୀଣ ଲୋକ ହେଉଛନ୍ତି ଗରୀବ ଆର୍ଥୀକ ଦୃଷ୍ଟିରୁ ପଛୁଆ । କାହିଁକି ଓଡିଶାରେ ଦୀର୍ଘସୁତ୍ରୀ ବିକାଶ ପାଇଁ ଚିନ୍ତା କରାଯାଉନାହିଁ । ନିର୍ବାଚନ ବେଳେ କେବଳ ପଇସା ବାଟିଂଲେ ରାଜ୍ୟର ବିକାଶ ହୋଇପାରିବ ନାହିଁ ବୋଲି ଅପରାଜିତା କହିଛନ୍ତି । ରାଜ୍ୟ ସରକାରଙ୍କ ନିଯୁକ୍ତି ସୃଷ୍ଟି କଲା ଭଳି ଶିଳ୍ପ ପ୍ରତିଷ୍ଠାରେ ସଫଳତା କାହିଁକି ନାହିଁ ? ବିଭିନ୍ନ ଶିଳ୍ପ କ୍ଷେତ୍ର ଯଥା ଅଟୋ କମ୍ପୋନେଂଟସ, ଜେମ୍ସ ଆଣ୍ଡ ଜୁଏଲାରୀ, ଖାଦ୍ୟ ପ୍ରକିୟା କରଣ, ପୋଷାକ ନିର୍ମାଣ, ଟେକ୍ସଟାଇଲ ପାର୍କ, ଔଷଧ ଶିଳ୍ପ ଓ ବାୟୋଟେକ ଆଦି କ୍ଷେତ୍ରରେ ଆଜି ଓଡିଶା ଶୂନ । ୧୯ ବର୍ଷର ବିଜେଡି ସରକାର ଏହି ଶିଳ୍ପ କ୍ଷେତ୍ର ଗୁଡିକରେ ପୁଜିଂ ନିର୍ମାଣରେ ସମ୍ପୃର୍ଣ୍ଣ ବିଫଳ ହୋଇଛି । ଓଡିଶାରେ ରୋଜଗାରର ସୁଯୋଗ ଅଭାବରୁ ଓଡିଶାର ଯୁବପୀଢି ଅନ୍ୟ ରାଜ୍ୟରେ ଥିବା ଶିଳ୍ପ ସଂସ୍ଥାରେ କମ୍ ପଇସାରେ କାମ କରିବା ପାଇଁ ବାଧ୍ୟ ହେଉଛି । ସୁରଟ, ବାଙ୍ଗାଲୋର, ଜାମସେଦପୁର ଆଦି ସ୍ଥାନରେ ଓଡିଆ ଯୁବକକୁ ନିଜ ଭିଟାମାଟି ଛାଡି ବାଧ୍ୟରେ କାମ କରିବା ପାଇଁ ପଡୁଛି ବୋଲି ଅପରାଜିତା କହିଛନ୍ତି । ଶ୍ରୀମତି ଷଡଙ୍ଗୀ କହିଛନ୍ତି କି, ମେକ ଇନ ଓଡିଶା ସମ୍ପୃର୍ଣ୍ଣ ବିଫଳ ହୋଇଛି । ମେକ ଇନ ଓଡିଶା ନାଁରେ ଓଡିଆ କରଦାତାଙ୍କ କଷ୍ଟ ଲବ୍ଧ ରୋଜଗାରରେ ଏକ ପ୍ରଚାର ସର୍ବସ୍ୱ କାର୍ଯ୍ୟକ୍ରମରେ ପରିଣତ କରାଯାଇଛି । ମେକ ଇନ ଓଡିଶା ୨୦୧୬ ସଂସ୍କରଣରେ ୨ ଲକ୍ଷ କୋଟିର ପୁଜିଂନିବେଶ ସହ ୧.୪ ଲକ୍ଷ ଚାକିରି ସୃଷ୍ଟିର ପ୍ରତିଶୃତି ଦିଆଯାଇଥିଲା । ଟାଟା, ବେଦାନ୍ତ ଓ ଜିନ୍ଦଲ ୯୭ ହଜାର କୋଟି ଟଙ୍କା ପୁଜିଂ ନିବେଶ କରିବାର ପ୍ରତିଶୃତି ଦେଇଥିଲେ । ସେହିପରି ଆଦାନୀ ଓାଲମାର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ପ୍ରତିଶୃତି ଦେଇଥୀଲା । ଇଣ୍ଡୋ ୟୁରୋପିଆନ ଓ ସଷ୍ଟେନଏବେଲୁ ଡେଭେଲପେମେଂଟ କଳାହାଣ୍ଡିରେ ଚାଉଳ ପ୍ରକ୍ରିୟା କରଣ ଶିଳ୍ପ ଏବଂ କନ୍ଧମାଣରେ ହଳଦୀ ପ୍ରକ୍ରିୟାକରଣ ଶିଳ୍ପର ପ୍ରତିଶୃତି ଦେଇଥିଲେ । କାନିଭାଲ ସିନେମା ପ୍ରତି ଜିଲ୍ଲା ମୁଖ୍ୟାଳୟରେ ମଲ୍ଟି ପ୍ଲେକସ ଖୋଲିବାର ପ୍ରତିଶୃତି ଦେଇଥିଲା । ଏହି ସବୁ ପୁଜିଂ ନିବେଶ ପ୍ରତିଶୃତି କୁଆଡେ ଗଲା ? ୨୦୧୬ ମେକ୍ ଇନ ଓଡିଶା ସଂସ୍କାରଣର ପୁଞ୍ଜିନିବେଶ ଘୋଶଣା ଓ ଏହାର କ୍ରିୟାନ୍ୟନ ନେଇ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରିବେ କି? ସେହିପରି ୨୦୧୬ ମେକ ଇନ୍ ଓଡିଶାର ଠାରୁ ୨୦୧୮ ସଂସ୍କାରଣରେ ଆହୁରି ବଡ ପ୍ରଚାର କରାଯାଇଥିଲା । ବିଭିନ୍ନ ଶିଳ୍ପ ସଂସ୍ଥା ବଡ ବଡ ପୁଞ୍ଜିନିବେଶ ପାଇଁ ପତିଶ୍ରୁତି ଦେଇଥିଲେ । ମେକ୍ ଇନ ଓଡିଶା ୨୦୧୮ ସଂସ୍କରଣରେ ଗୋଟିଏ କମ୍ପାନୀ ୬୧ହଜାର କୋଟି ଟଙ୍କାର ପୁଞ୍ଜିନିବେଶର ପ୍ରତିଶ୍ରୁତି ଦେଇିଥିବା ବେଳେ ସେହି କମ୍ପାନୀର ବ୍ୟାଙ୍କମାନଙ୍କୁ ଏନପିଏ ବାବଦକୁ ୪୮ ହଜାର କୋଟି ଟଙ୍କାର ବକେୟା ରାଶି ପ୍ରଦାନ କରିବାକୁ ଅଛି । ଆଉ ଗୋଟେ କମ୍ପାନୀ ଗ୍ରୀନ ଫିଲ୍ଡ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ପ୍ରତିଶ୍ରୁତି ଦେବା ସହ ପୋସ୍କୋକୁ ଆବଂଟିତ କରାଯାଇଥିବା ଜମିକୁ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ନିରାଟ ସତ୍ୟ ହେଉଛି, ଗତ ୫ ବର୍ଷର ବିଜେଡି ଶାସନରେ ଗୋଟେ ବି ଶିଳ୍ପ ସଂସ୍ଥା ଇସ୍ପାତ, ଆଲୁମିନିୟମ ଓ ଶକ୍ତି କ୍ଷେତ୍ରରେ ଖରାପ ଶିଳ୍ପ ଇକୋ ସିଷ୍ଟମ କାରଣରୁ ବଡ ପୁଞ୍ଜିନିବେଶ କରିନାହାନ୍ତି । ପୋସ୍କୋ, ଆର୍ସେଲର ମିତଳ ଆଦି କମ୍ପାନୀ ମାନଙ୍କର ପୁଞ୍ଜି ନିବେଶ ପ୍ରସ୍ତାବକକୁ ଆଗେଇ ନିଆଯାଇ ପାରୁନାହିଁ । ୨୦୧୮ରେ ମେକ ଇନ ଓଡିଶାରେ ସ୍ୱାକ୍ଷରିତ ହୋଇଥିବା ଶିଳ୍ପ ପ୍ରତିଷ୍ଠାର ସ୍ଥିତି କଣ ଅଛି ତାହାର ସମସ୍ତ ତଥ୍ୟ ରାଜ୍ୟ ସରକାର ତାଙ୍କ େଓବସାଇଟରେ ଉପଲବଧ କରାଇବେକି ବୋଲି ଶ୍ରୀମତି ଷଡଙ୍ଗୀ କହିଛନ୍ତି । ଓଡିଶା ସରକାର ମେକ ଇନ୍ ଓଡିଶା କରୁଛି ନା “ନୋ ମେକ୍ ଇନ୍ ଓଡିଶା” କରୁଛି ସେଥିନେଇ ସନ୍ଦେହ ତିଆରି ହୋଇଛି । ଚାକିରି ଓ ରୋଜଗାର ସୁଜଗ ସୃଷ୍ଟିରେ ବିଫଳ ଓଡିଶା ସରକାର ଯୁବକର ଦୃଷ୍ଟି ଏଡାଇବା ପାଇଁ ବିଜୁ ଯୁବ ବାହିନୀର ବାହାନା କରୁଛି । ଓଡିଶା ସ୍କିଲ୍ ଡେଭଲପମେଂଟ ଅଥରିଟି ୬.୯୫ ଲକ୍ଷ ଯୁବପିଢୀଙ୍କ ଦକ୍ଷତା ବିକାଶ କରିବାକୁ ଦାବୀ କରୁଥିବା ବେଳେ ସେଥିରୁ ମାତ୍ର ୭୭ ହଜାରଙ୍କୁ ଚାକିରି ମିଳିଛି । ଏହାର ଅର୍ଥ ହେଲା ଓଡିଶା ସରକାରଙ୍କ ଦ୍ୱାରା ଦକ୍ଷତା ବିକାଶ କରାଯାଇଥିବା ୯୦ ପ୍ରତିଶତ ବେରୋଜଗାର ଅଛନ୍ତି ବୋଲି ଶ୍ରୀମତି ଷଡଙ୍ଗୀ କହିଛନ୍ତି ।