ସୋସିଆଲ ମିଡିଆରେ ଫେକନ୍ୟୁଜ ପ୍ରତି ସାବଧାନ

ଅପରାଧ/ଦୁର୍ଘଟଣା
  • 2019-01-22 04:27:23
  • 245

କାନଭାସ୍ ଓଡିଶା(ବ୍ୟୁରୋ) : ସୋସିଆଲ ମିଡିଆରେ ଦିନକୁ ଦିନ ବୃଦ୍ଧି ପାଉଛି ଫେକନ୍ୟୁଜର ମାୟାଜାଲ । ସାଧାରଣ ଜନତାଠାରୁ ଆରମ୍ଭକରି ସରକାର ସମସ୍ତେ ଏଥିପାଇଁ ଚିନ୍ତିତ । ଫେକନ୍ୟୁଜ ପ୍ରସାରଣ ଦ୍ୱାରା ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବିଶେଷକରି ଫେସବୁକ୍, ଟ୍ୱିଟର୍, ହ୍ୱାଟସଆପ୍ ଏବଂ ବିଭିନ୍ନ ସୋସିଆଲ ସାଇଟ ମାଧ୍ୟମରେ ମିଛ ଖବର ପ୍ରସାରଣ କରି ଏକ ପ୍ରକାର ଭ୍ରମ କିମ୍ବା ଭୟାବହ ପରିସ୍ଥିତି ସୃଷ୍ଟି କରିବାକୁ ପଛାଉ ନାହାଁନ୍ତି କିଛି ଅସମାଜିକ ବ୍ୟକ୍ତି ବିଶେଷ । ତେବେ ଆଗକୁ ୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି ସୋସିଆଲ ମିଡିଆରେ ଫେକନ୍ୟୁଜ ପ୍ରଚାର ଓ ପ୍ରସାରଣ ପାଇଁ ମୁଖ୍ୟ ନିର୍ବାଚନ ଆୟୋଗ ଭିଡିଛନ୍ତି ଅଣ୍ଟା । ଏପଟେ ରାଜନୈତିକ ଦଳ ଗୁଡିକ ମଧ୍ୟରେ ଆରମ୍ଭ ହୋଇଯାଇଛି ଶୀତଳ ଯୁଦ୍ଧ । ନିର୍ବାଚନକୁ ଜିତିବା ପାଇଁ ସୋସିଆଲ ମିଡିଆକୁ ବହୁଳମାତ୍ରାରେ ଗୁରୁତ୍ୱ ଦେଉଥିବା ଏକ ସର୍ଭେରୁ ଜଣାପଡିଛି । ଫେସବୁକ ତା ନିଜ ସିଷ୍ଟମ ଜରିଆରେ ପ୍ରଚାରିତ ସମସ୍ତ ଖବରକୁ ଦେଖି ସେଳ୍ଫ ଭେରିଫିକେସନ ସିଷ୍ଟମ ଦ୍ୱାରା ପୋଷ୍ଟ ହେଉଥିବା ସମସ୍ତ ତଥ୍ୟକୁ ଯାଞ୍ଚ କରିବା ସହ ଫେକନ୍ୟୁଜକୁ ଧରିପାରିବ । ଚାରିଆଡେ ମିଛ ଖବରର ଗୁଜବ ଏତେ ମାତ୍ରାରେ ପ୍ରଭାବିତ କରୁଛି ଯେ, କ୍ଷଣିକରେ ସତ ମିଛରେ ଆଉ ମିଛ ସତ ହେବାକୁ ବେଶି ସମୟ ଲାଗୁନାହିଁ । ଆଉ ଏସବୁର ପ୍ରଚାର ପ୍ରସାର ପାଇଁ ଉପଯୁକ୍ତ ସ୍ଥାନ ହେଉଛି ସୋସିଆଲ ମିଡିଆ । ମିଛ ଗୁଜବର ଏଭଳି ଭାବରେ ପରିବେଷଣ କରାଯାଉଛି ଯେ ଯେ କେହି ବି ଏହାକୁ ସହଜରେ ବିଶ୍ବାସ କରିପାରୁଛି । କୁପ୍ରଭାର ପରିଣାମ ସ୍ବରୁପ ହିଂସାକାଣ୍ଡ ଠାରୁ ଆରମ୍ଭ କରି ହତ୍ୟାଭଳି ଅସାମାଜିକ କାର‌୍ୟ୍ୟର କାୟାବିସ୍ତାର ହୋଇପାରୁଛି । ତେବେ ସୋସିଆଲ ମିଡିଆରେ ଫେକନ୍ୟୁଜ ପ୍ରସାରିତ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଚାଲିବ ଅପରାଧିକ ମାମଲା । ଭୁଲ ଖବର ଦେବା ପଡିପାରେ ମହଙ୍ଗା ।