ଉପକାରୀ କଳମ ଶାଗ

ସ୍ୱାସ୍ଥ୍ୟ/ଜୀବନଚର୍ଯ୍ୟା
  • 2019-01-20 09:33:17
  • 274

କାନଭାସ୍ ଓଡିଶା(ବ୍ୟୁରୋ) : ଓଡ଼ିଆ ଘରର ପଖାଳ କଂସା କଥା ଉଠିଲେ ଶାଗଭଜା କଥାତ ନିହାତି ଆଲୋଚନା ହୁଏ । ଶାଗ ଏବେ ଆମର ଭୋଜନର ଏକ ମୁଖ୍ୟ ଅଂଶ ହୋଇଯାଇଛି କହିଲେ ଚଳେ । ଆମ ରୋଷେଇ ଘରଠାରୁ ଆରମ୍ଭ କରି ତାରକା ହୋଟେଲର ଖାଦ୍ୟ ତାଲିକାରେ ମଧ୍ୟ ଶାଗର ସ୍ୱତନ୍ତ୍ର ସ୍ଥାନ ରହିଛି । କଳମଶାଗର କଥା କହିଲା ବେଳେ ଆପେ ଆପେ ଆମର ମନକୁ ଆଇମାର କଳମଶାଗ ଗପ ଆସିଯାଉଛି । ବାସ୍ତବରେ କଳମଶାଗର ସ୍ୱାଦ ଅତୁଳନୀୟ ଏବଂ ଏହା ଖାଦ୍ୟସାରରେ ଭରପୁର ଅଟେ । ମୁଖ୍ୟତଃ ଆମେ କଳମଶାଗକୁ ଭାଜି କରି ଖାଇଥାଉ । ଆମର ଆଖପାଖରେ ଏହି କଳମଶାଗ ପ୍ରଚୁର ପରିମାଣରେ ଦେଖାଯାଉଛି କିନ୍ତୁ ଆମ୍ଭେ ମାନେ ଏହାର ଔଷଧୀୟ ଗୁଣାବଳୀ ବିଷୟରେ ଠିକ ଭାବରେ ଜାଣିନାହୁଁ । ଏଥିରେ ବିଭିନ୍ନ ଭିଟାମିନ୍‌ ଓ ଖଣିଜ ଲବଣ ରହିଛି। ପ୍ରତି ୧୦୦ ଗ୍ରାମ କଳମ ଶାଗରେ କାର୍ବୋହାଇଡ୍ରେଟ୍‌ ୪ ଗ୍ରାମ, ପୁଷ୍ଟିସାର ୫ ଗ୍ରାମ, ଭିଟାମିନ୍‌ ’ଏ’ ୩-୪ ଶହ ମାଇକ୍ରୋଗ୍ରାମ, ଭିଟାମିନ୍‌-ସି ୫୫ ମିଲିଗ୍ରାମ, ଲୌହ ୨.୦ରୁ ୩.୧ ମିଲିଗ୍ରାମ ରହିଥାଏ ବୋଲି କୁମାୟୁନ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି । > କଳମଶାଗରେ ଭିଟାମିନ 'ସି' ପ୍ରଚୁର ପରିମାଣରେ ରହିଛି ଯାହାକି ଚର୍ମର ସମସ୍ତ ପ୍ରକାର ଅସୁବିଧାକୁ ଦୂର କରିଥାଏ । କୌଣସି ପ୍ରକାର କ୍ଷତକୁ ଏହା ଖୁବଶୀଘ୍ର ଭଲ କରିବାରେ ସାହାଯ୍ୟ କରେ । > ନିୟମିତ ଭାବରେ କଳମଶାଗ ଖାଇଲେ ନିଦ୍ରାହୀନତାରୁ ରକ୍ଷା ମିଳେ । ଏଥିରେ ଥିବା ମାଗ୍ନେଶୀୟମ ଠିକ ଭାବରେ ନିଦ୍ରା ହେବାରେ ସାହାଯ୍ୟ କରେ । > କଳମଶାଗ ଖାଇଲେ ରକ୍ତହୀନତାରୁ ରକ୍ଷା ମିଳିଥାଏ । ପରୀକ୍ଷାରୁ ଜଣାପଡିଛିଯେ ରକ୍ତହୀନତା ରୋଗର ଶିକାର ହେଲେ ଶରୀରରୁ ଲୌହର ମାତ୍ର କମିଯାଏ ଏବଂ ରକ୍ତରୁ ଲୋହିତ ରକ୍ତକଣିକା ଏବଂ ହେମୋଗ୍ଲୋବିନ କମିଯାଏ । ନିୟମିତ ଭାବରେ କଳମଶାଗ ଖାଇବା ଦ୍ୱାରା ଏହି ସବୁ ଅସୁବିଧା ଗୁଡ଼ିକ ଦୂର ହୋଇଯାଏ । > କଳମଶାଗ ଖାଇବା ଦ୍ୱାରା ମାଂସ ପେଶୀରେ ଯନ୍ତ୍ରଣା ଦୂର ହୋଇଥାଏ । > କଳମଶାଗ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । କଳମଶାଗରେ ଭିଟାମିନ 'ଏ' ର ପରିମାଣ ଭରପୁର ରହିଥିବାରୁ ଥଣ୍ଡା, ସର୍ଦ୍ଦି ସହଜରେ ହୁଏ ନାହିଁ , ଚକ୍ଷୁ ପାଇଁ ଏହା ଅତ୍ୟନ୍ତ ଉପାଦେୟ ଅଟେ । ସୁଗ୍ୟାନ କୁମାର ନାୟକ