ଯୁବତୀଙ୍କ ତଣ୍ଟିକାଟି ହତ୍ୟା କଲେ ଯୁବତୀ

ଅପରାଧ/ଦୁର୍ଘଟଣା
  • 2019-01-20 05:39:16
  • 237

କାନଭାସ୍ ଓଡିଶା(ବ୍ୟୁରୋ) : ରାଜଧାନୀ ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଜଣେ ଯୁବତୀଙ୍କୁ ଆଉ ଜଣେ ଯୁବତୀ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଚକିତ କଲାଭଳି ଘଟଣା ଦେଖିବାକୁ ମିଳିଛି ଗୌରୀନଗର ଅଂଚଳରେ । ଗୌରୀନଗର ଲେନ୍-୫ ଅଂଚଳରେ ଦୁଇଜଣ ଯୁବତୀ ଭଡାଘରେ ଦୀର୍ଘ ବର୍ଷ ଧରି ଏକାଠି ରହୁଥିଲେ । କିନ୍ତୁ କାଲି ରାତିରେ କୌଣସୀ କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଲିଙ୍ଗରାଜ ପୋଲିସ ଅଭିଯୁକ୍ତ ଯୁବତୀକୁ ଅଟକ ରଖି ପଚରାଉଚରା କରୁଛି । କ୍ରୋଧାନ୍ୱିତ ହୋଇ ଯୁବତୀ ଜଣକ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି । ଯାହା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ପାଲଟିଛି । ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ମୃତ ଯୁବତୀଙ୍କର ନାମ ଅଳକା ଏବଂ ତାଙ୍କୁ ହତ୍ୟା କରିଥିବା ଯୁବତୀଙ୍କ ନାମ ଅନୀତା ବୋଲି ଜଣାପଡିଛି । ଦୁହେଁ କିଛି ବର୍ଷ ହେବ ଗୌରୀନଗର ଲେନ୍-୫ ଅଂଚଳରେ ଥିବା ଭଡ଼ା ଘରେ ଏକତ୍ର ରହି ଆସୁଥିଲେ । ଆଜି ଉକ୍ତ ଭଡ଼ାଘର ମାଲିକ ଅଳକାଙ୍କ ରକ୍ତାକ୍ତ ଶବ ଦେଖି ପୋଲିସକୁ ଖବର ଦେଇଥିଲେ । ଲିଙ୍ଗରାଜ ପୋଲିସ ଅଭିଯୁକ୍ତ ଯୁବତୀକୁ ଅଟକ ରଖି ପଚରାଉଚରା କରୁଛି ।