ପଂଚାୟତ କାର୍ଯ୍ୟାଳୟରେ ୩ ଜଣ ଯୁବକଙ୍କ ଉନ୍ମକ୍ତ କାଣ୍ଡ

ଅପରାଧ/ଦୁର୍ଘଟଣା
  • 2019-01-19 01:14:33
  • 315

କାନଭାସ୍ ଓଡିଶା(ବ୍ୟୁରୋ) : ବରୀ ନିର୍ବାଚନ ମଣ୍ଡଳୀ ଅଧିନ ସାହାସପୁର ପଂଚାୟତ କାର୍ଯ୍ୟାଳୟରେସୋମବାର ପୂର୍ବାହ୍ନରେ ୩ ଜଣ ଯୁବକଙ୍କ ଉନ୍ମକ୍ତ କାଣ୍ଡ ଯୋଗୁଁ ପଂଚାୟତ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ଯାଜପୁର ସଦର ଥାନା ଅଧିକାରୀ ଦୁଷ୍ମନ୍ତ ନାୟକ ସଦଳବଳେ ପହଂଚି ୩ ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି । କାର୍ଯ୍ୟାରତ କାର୍ଯ୍ୟ ନିର୍ବାହୀ ଅଧିକାରିଙ୍କ ଅଭିଯୋଗପରେ ଥାନାରେ ମାମଲା ରୁଜୁ କରାଯାଇଛି । ଯାହାର କେସ ନଂ-୮/୨୦୧୯ ବୋଲି ପୋଲିସ ସୁଚନା ଦେଇଛି । ଜଣାଯାଇଛି ଯେ ରାଜ୍ୟ ସରକାରଙ୍କର କାଳିଆ ଯୋଜନାରେ ହିତାଧିକାରୀମାନେ ଫର୍ମ ପକାଇବାକୁ ଆସୁଥିଲେ । ୧୨ଟା ପରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋରଂଜନ ସାମଲ କୈାଣସି ଏକ କାମରେ କିଛି ସମୟ ପାଇଁ ବାହାରକୁ ଚାଲି ଯାଇଥିଲେ । ପଂଚାୟତ କାର୍ଯ୍ୟାଳୟରେ ସ୍ଥାନୀୟ ସମିତି ସଭ୍ୟାଙ୍କ ପ୍ରତିନିଧି ଅଭିମନ୍ୟୁ ଦାସ କାଳିଆ ଯୋଜନାର ଫର୍ମ ବାକ୍ସକୁ ଜଗି ରହିଥିଲେ । ଏହି ସମୟରେ ସ୍ଥାନୀୟ ଗୋବିନ୍ଦିପୁର ଗ୍ରାମର ଗିରିଧାରୀ ଜେନା, ବାଙ୍କୁ ଦାସ, ମାନ ଜେନା କାର୍ଯ୍ୟାଳୟ ଭିତରେ ପଶି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଖୋଜିବା ସହିତ ୧୨ ଟା ପରେ କାହିଁକି କାର୍ଯ୍ୟାଳୟ ଛାଡି ଚାଲି ଯାଉଛ କହି ବିଭିନ୍ନ ଅଶ୍ଲିଳ ଭାଷାରେ ଗାଳି ଗୁଲଜ କରିବା ସହିତ ବାକ୍ସକୁ ବିଧାମାରି ଚେପା କରି ଦେଇଥିଲେ । ଏହି ପରି ୨ ଘଣ୍ଟା କାଳ ଉନ୍ମତ କାଣ୍ଡ ଘଟାଇ ଚାଲିଥିଲେ । ପରେ ଅଧିକାରୀ ସାମଲ ଆସି ପହଂଚି ଥିଲେ । ଯୁବକ ମାନେ ସାମଲଙ୍କୁ ଘେରିଯାଇ କାର୍ଯ୍ୟାଳୟ ଭିତରେ ଅଟକ ରଖିବା ସହିତ ତାଙ୍କ ମୋବାଇଲ ଛଡାଇ ନେଇଥିଲେ । କୈାଣସି ସୂତ୍ରରୁ ସଦରଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ୩ ଜଣ ଯୁବକଙ୍କୁ ଗିରଫ କରି ଥାନାରେ ଅଟକ ରଖିଛନ୍ତି । ଏ ନେଇ ଅଧିକ ତଦନ୍ତ ଚାଲୁ ରହି ଥିବା ଥାନା ଅଧିକାରୀ ନାୟକ କହିଛନ୍ତି । ଏ ସଂକ୍ରାନ୍ତରେ ଅଧିକାରୀ ସାମଲଙ୍କୁ ପଚାରିବାରୁ ଯୁବକ ମାନେ ଉନ୍ମତ କାଣ୍ଡ ଘଟାଇବା ସହିତ ମୋ ମୋବାଇଲ ଛଡାଇ ନେଇଥିଲେ ।