ଦୈାଡରାଣୀ ତଥା କିଟ୍ ଛାତ୍ରୀ ଦୂତି ଚାନ୍ଦଙ୍କୁ ସମ୍ବର୍ଦ୍ଧନା

ଖେଳ
  • 2018-09-03 22:34:44
  • 431

କାନଭାସ୍ ଓଡିଶା(ବ୍ୟୁରୋ) : ଭୁବନେଶ୍ୱରରେ ଦୂତିଙ୍କୁ ରାଜ୍ୟସ୍ତରୀୟ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି । ସମ୍ବର୍ଦ୍ଧନା ସଭାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ, ସାଂସଦ ଅନୁଭବ ମହାନ୍ତି, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ସାଂସଦ ତଥା ହକି ଖେଳାଳି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, କ୍ରୀଡ଼ା ଓ ଯୁବ ସେବା ଓ ପର୍ୟ୍ୟଟନ ବିଭାଗ କମିଶନର ବିଶାଲ ଦେବ ପ୍ରମୁଖ ଯୋଗ ଦେଇଥିଲେ । କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ କହିଥିଲେ, ଏକ ଗରିବ ପରିବାରରୁ ଆସିଥିବା ଦୂତି ନିଜର ନିଷ୍ଠା, ଦୃଢ ମନୋବଳ ଯୋଗୁ କ୍ରୀଡା କ୍ଷେତ୍ରରେ ରାଜ୍ୟ ତଥା ଦେଶକୁ ଆନ୍ତର୍ଜାତୀୟ ସ୍ତରରେ ଗୌରବ ଆଣି ଦେଇଛନ୍ତି । ଏହି ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ତାଙ୍କୁ ଆଗାମୀ ଅଲିମ୍ପିକ୍ସରେ ନିଶ୍ଚିତ ସଫଳତା ଆଣିଦେବ ବୋଲି ସେ କହିଥିଲେ । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦୂତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।