ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ରଜତ ଜୟନ୍ତୀ ସମାରୋହ ଉଦଯାପିତ

ଶିକ୍ଷା
  • 2019-01-12 23:57:06
  • 284

କାନଭାସ୍ ଓଡିଶା(ବ୍ୟୁରୋ) : ବରୀ ବ୍ଲକ ଅଧିନ ଚନ୍ଦନପୁର ପଞ୍ଚାୟତ ସ୍ଥିତ ରାମପୁର ଗ୍ରାମର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାରଠାରୁ ଚାଲିଥିବା ରଜତ୍ ଜୟନ୍ତୀ ସମାରୋହ ଶନିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ପୁରାତନ ଛାତ୍ରୀ ଛାତ୍ରଙ୍କୁ ନେଇ ୨୫ ବର୍ଷର ସ୍ମୃତିକୁ ରୋମନ୍ଥନ କରାଯିବା ସହିତ ଗୁରୁ ଶିଷ୍ୟର ସମ୍ପର୍କ ଛାତ୍ରୀ ଛବଜାୟ ରଖିବା ପାଇଁ ଭାଇଚାରା ସୃଷ୍ଟି କରାଯାଇଛି । ଅଭିଭାବକ, ଶିକ୍ଷୟତ୍ରୀ ଶିକ୍ଷକ ସ୍ଥାନୀୟ ବୁଦ୍ଧିଜୀବି ଉପସ୍ଥିତ ରହି ବିଦ୍ୟାଳୟର ଗାରିମା ଉପରେ ବଖାଣୀଛନ୍ତି । ଛାତ୍ରୀ ଛାତ୍ରଙ୍କ ପକ୍ଷରୁ ହିନ୍ଦୀ, ଇଂରାଜୀ, ଓଡିଆ, ସଂସ୍କୃତ ଭାଷାରେ ଭାଷଣ ମାଧ୍ୟମରେ ବିଦ୍ୟାଳୟର କଥାକୁ ବଖାଣୀ ଥିବାର ଦେଖିବାକୁ ମିଳିଛି । ଏ ନେଇ ବିଦ୍ୟାଳୟ ପରିସର ୨ ଦିନ ଧରି ଉତ୍ସବ ମୁଖର ହୋଇ ଉଠିଥିଲା । ଶନିବାର ଉଦଯାପିତ ଦିବସରେ ମୁଖ୍ୟ ଅତିଥି ବରିଷ୍ଠ ଖବରଦାତା କିଶୋର ଦ୍ୱିବେଦୀ ଯୋଗଦାନ କରି ବରୀର ଇତିହାସ , ସାହିତ୍ୟ ସଂସ୍କୃତ ିପରମ୍ପରା ସାରା ବିଶ୍ୱରେ ପହଞ୍ଚି ପାରିିଛି ବୋଲି କହିଥିଲେ । ମୁଖ୍ୟବକ୍ତା ଓଡିଶା ଖାଦ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ସାମଲ ଯୋଗଦାନ କରି ଆଜିର ପାଠ୍ୟ ଖସଡା ଓ ଗୁରୁ ଶିଷ୍ୟର ସମ୍ପର୍କ ଉପରେ ମକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥିଭାବେ ବରୀ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ଦାସ , ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣ ଚନ୍ଦ୍ର ନାୟକ, ରାଜ୍ୟ ଓଷ୍ଟାର କୋଷାଧ୍ୟକ୍ଷ ପ୍ରେମାନନ୍ଦ ଜେନା, ପରିଚାଳନା କମିଟିର ସଭାପତି କେଦାର ଚନ୍ଦ୍ର ସାମଲ , ଓଷ୍ଟାର ଯାଜପୁର ଜିଲ୍ଲା ସଭାପତି ସନ୍ତୋଷ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦାନ କରି ଛାତ୍ରୀ ଛାତ୍ର ମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବରିଷ୍ଠ ସାମାଜିକ କର୍ମୀ ସନତ କୁମାର ଜେନା ୩ ଜଣ କୃତି ଛାତ୍ରୀ ଛାତ୍ରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ପୁରଷ୍କାର ବିତରଣ କରିଥିଲେ ।ଶୁକ୍ରବାର ଉଦଘାଟନ ଦିବସରେ ବରୀ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଗଗନ ବିହାରୀ ଜେନା ବିଦ୍ୟାଳୟର ରଜତ ଜୟନ୍ତୀ ଲୋଗ ଉନମୋଚନ କରିଥିଲେ । ବିଧାୟକ ଦେବାଶିଷ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲାବେଳେ ଯାଜପୁର ଏମ.ପି. ରିତା ତରେଇ, ମୁଖ୍ୟ ବକ୍ତାଭାବେ ବିଷ୍ଣୁ ଚରଣ ସୁତାର , ଓଷ୍ଟାର ରାଜ୍ୟ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ । ବିଧାୟକ ନାୟକ ବିଦ୍ୟାଳୟ ପରିସରରେ ନୁତନ ଗୃହକୁ ଉଦଘାଟନ ଦିବସରେ ଉଦଘାଟନ କରିଥିଲେ । ଗଗନ ବିହାରୀ ଜେନାଙ୍କ ସଭାପତିତ୍ୱରେ ୨ ଦିନ ଧରି ସଭା ପରିଚାଳନା କରାଯାଇଥିଲା । ପ୍ରଧାନ ଶିକ୍ଷକ ନିର୍ମଳ ଚନ୍ଦ୍ର ଜେନା ଅତିଥି ପରିଚୟ ବିବରଣୀ ପାଠ କରିଥିଲେ । ବରିଷ୍ଠ ସାମାଜିକ କର୍ମୀ ଲୋକନାଥ ଦାସ୍ ସରୋଜ କୁମାର ଜେନା ,ଅଶୋକ ସାମଲ ପ୍ରମୁଖ ଶତାଧିକ ଅବସର ପ୍ରାପ୍ତ ଶିକ୍ଷକ ବୁଦ୍ଧିଜୀବି ସମାରୋହରେ ସାମିଲ ହୋଇଥିଲେ ।