ଜାପାନି ଜ୍ୱରରୁ ଓଡିଶା ମୁକ୍ତ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସଂପୂର୍ଣ୍ଣ ମିଥ୍ୟା- ବିଜେପି ଉପସଭାପତି ସମୀର ମହାନ୍ତି

ରାଜ୍ୟ ଖବର
  • 2019-01-11 12:28:07
  • 211

କାନଭାସ୍ ଓଡିଶା(ବ୍ୟୁରୋ) : ପୁରୀ ଜିଲ୍ଲାର କଣାସ ବଜାରରେ ଗତକାଲି ଜାପାନି ଜ୍ୱରରେ ଜଣେ ୫୭ ବର୍ଷିଆ ନିରାଶ୍ରୟା ମହିଳା ମୃତ୍ୟୁବରଣ କରିଛନ୍ତି । ପୂର୍ବରୁ ମାଲକାନଗିରି ଜିଲ୍ଲାରେ ଜାପାନିଜ ଏନସେଫାଲିଟସରେ ୯୩ ଜଣ ଶିଶୁ ମୃତ୍ୟୁ ବରଣ କରିଥିଲେ । ସେତେବେଳେ ରାଜ୍ୟ ସରକାର ଜାପାନିଜ ଏନସେଫାଲିଟସରୁ ଓଡିଶାକୁ ମୁକ୍ତ କରାଯାଇଛି ଏବଂ ଓଡିଶା ଏବେ ଜାପାନୀ ଜ୍ୱରରୁ ସମ୍ପୃର୍ଣ୍ଣ ମୁକ୍ତ ବୋଲି ବହୁ ଆଡମ୍ବରରେ ଘୋଷଣା କରିଥିଲେ । ହେଲେ ଏବେ ଉପକୁଳ ଓଡିଶାରେ ଜାପାନୀ ଜ୍ୱରରେ ଜଣେ ମୃତ୍ୟୁ ବରଣ କରିବା ଏକ ଚିନ୍ତାର କାରଣ । ରାଜ୍ୟ ସରକାର ତୁରନ୍ତ ଏହା ଉପରେ ଦୃଷ୍ଟି ଦେବା ଦରକାର ଏବଂ କିପରି ଏହାକୁ ନିୟନ୍ତ୍ରଣ କରାଯିବ ତାହା ସରକାର ଭାବନ୍ତୁ । ଏହା ସହ ମୃତ୍ୟୁ ବରଣ କରିଥିବା ଜ୍ୟୋସ୍ନାମୟୀ ଚୌଧୁରି, ବୟସ – ୫୭, ଯିଏକି ଜଣେ ବାସହୀନ ନିରାଶ୍ରୟା ମହିଳା ଯାହାଙ୍କର ଏକମାତ୍ର ଝିଅ ଅଛି ଯାହାର କେହି ସାହାଭରଷା ନାହାନ୍ତି ତାଙ୍କୁ ରାଜ୍ୟ ସରକାର ତୁରନ୍ତ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ସହ ପକ୍କାଘର ଯୋଜନାରେ ଏକ ପକ୍କାଘର ଯୋଗାଇ ଦିଆଯାଉ ବୋଲି ବିଜେପିର ରାଜ୍ୟ ଉପସଭାପତି ସମୀର ମହାନ୍ତି ଏବଂ ସତ୍ୟବାଦୀର ପୁର୍ବତନ ବିଧାୟକ ରମାରଂଜନ ବଳିୟାରସିଂହ ଦାବି କରିଛନ୍ତି ।