ଡାକ୍ତର କହିଲେ ୬ ମାସରେ ଆଖି ଅପରେସନ ନହେଲେ ଡାହାଣ ଆଖି ନଷ୍ଟ ହେବାର ସମ୍ଭାବନା

ଅଭିଯୋଗ
  • 2019-01-06 23:10:22
  • 226

କାନଭାସ୍ ଓଡିଶା(ବ୍ୟୁରୋ) : ରାଜ୍ୟ ସରକାର ସାଧାରଣ ଲୋକମାନଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ହେଲେ ଗରିବ ଲୋକମାନଙ୍କ ପାଖରେ ସେ ଯୋଜନା ପହଞ୍ଚୁଛି କି ସେ ଯୋଜନା ବିଷୟରେ କିଛି ଜାଣନ୍ତି ନାହିଁ ବୋଲି କୁହନ୍ତି । ଯାଜପୁର ଜିଲ୍ଲା ବରୀ ବ୍ଲକ ବୋଦୁଅ ପଞ୍ଚାୟତର କନ୍ତିଆ ଗ୍ରାମର ୧୦ ନମ୍ବର ୱାର୍ଡ଼ ଲକ୍ଷ୍ମୀଧର ଜେନା ଝିଅ ସୁନିତା ଜେନା(୧୪), ୨ ପୁଅ ୧ଟି ଝିଅକୁ ନେଇ ଲକ୍ଷ୍ମୀଧର ପରିବାର, ଲକ୍ଷ୍ମୀଧର କାମ କଲେ ଘରେ ଚୁଲି ଜଳିଥାଏ । ହେଲେ ଦୁଃଖ ଉପରେ ପାହାଚର ବୋଝ ଗୋଟିଏ ଝିଅ ସୁନିତା ଜେ କି ଏବେ ସେ ନବମ ଶ୍ରେଣୀରେ ବିବି ବିଦ୍ୟାପୀଠରେ ପାଠ ପଢୁଛନ୍ତି । ହେଲେ ପିଲା ଦିନରୁ ସୁନିତାର ଡାହାଣ ଆଖିକୁ କିଛି ଦେଖାଯାଏନି । ଯାହାର ବାମ ଆଖିରେ ଦେଖି ନିଜ କାମ କରିବା ସହ ବହିକୁ ଆଖି ପାଖକୁ ନେଇ ପାଠ ପଢ଼ିଥାଏ । ହେଲେ କିଛି ଦିନ ହେବ ସୁନିତାର ଡାହାଣ ଆଖିର ଯନ୍ତ୍ରଣା ବଢ଼ିବାରୁ ବାପା ମାଆ କରଜ ଦାମ କରି ବହୁ କଷ୍ଟରେ ଅର୍ଥ ସଂଗ୍ରହ କରି ବିଭିନ୍ନ ମେଡ଼ିକାଲ ସରକାରଙ୍କ ଠାରୁ ବେସରକାରୀ ଘୁରି ବୁଲିଲେ । ଅର୍ଥ ଯୋଗାଡ଼ ବାଧକ ହେବାରୁ ଆଖି ଅପରେସନ ହୋଇପାରିଲା ନାହିଁ । ଡାକ୍ତର କହିଲେ ୬ମାସରେ ଯଦି ଡାହାଣ ଆଖିଟିକୁ ଅପରେସନ କରାନଯାଏ ତେବେ ଆଖିଟି ନଷ୍ଟ ହୋଇଯିବ । ଅର୍ଥ ବାଧକ ସାଜିଥିବାରୁ ଅପରେସନ ହୋଇପାରିଲା ନାହିଁ । ଶତକଡ଼ା ୭୫ଭାଗ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ କେବଳ ସହାୟତା ଛଡ଼ା ଅନ୍ୟ କୌଣସି ଅର୍ଥ ସାହାଯ୍ୟ କରାଯାଇନାହିଁ । ସରକାର ଦିବ୍ୟାଙ୍ଗଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରୁଥିବା ବେଳେ ସୁନିତାଙ୍କ କ୍ଷେତ୍ରରେ ତାହା ସମ୍ଭବ ହୋଇନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସୁନିତାକୁ ସହାୟତା ମିଳିଲେ ଆଖି ଅପରେସନ ହୋଇପାରନ୍ତା ବୋଲି ପରିବାର ଲୋକ କହିଛନ୍ତି । ହେଲେ ଅର୍ଥ ବାଧକ ସାଜିଥିବାରୁ ଅପରେସନ ହୋଇପାରିନାହିଁ । ଏଥିପ୍ରତି ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସୁନିତାର ପରିବାର ନିବେଦନ କରିଛନ୍ତି ।