ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦୀପ ପୃଷ୍ଟିଙ୍କୁ ସମ୍ମାନୀତ

ଟ୍ୱିନ୍ ସିଟି
  • 2018-09-03 15:24:29
  • 473

କାନଭାସ୍ ଓଡିଶା(ବ୍ୟୁରୋ) : ଭୁବନେଶ୍ୱର ହରିଓଁ କ୍ଲବର ୧୦ମ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ପାନ୍ଥନିବାସ କଳିଙ୍ଗ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ରକ୍ତଦାନ ଶିବିର, ସ୍ୱାସ୍ଥ୍ୟସେବା ଶିବିର, ଜଳଦାନ ଶିବିିର, ବୃକ୍ଷରୋପଣ ତଥା ବିଭିନ୍ନ ସମାଜ ମଙ୍ଗଳ କାମ ପାଇଁ ବେଶ୍ ଜଣାଶୁଣା । ଉକ୍ତ କାର୍ୟ୍ୟକ୍ରମରେ କ୍ଲବର ସଭାପତି ଶ୍ରୀ ଚନ୍ଦ୍ର ଶେଖର ଦାସବର୍ମା ସଭାପତିତ୍ୱ କରିଥିଲେ । କ୍ଲବର ସମ୍ପାଦକ ଶ୍ରୀ ରମାକାନ୍ତ ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ । କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପୋଲିସ୍ ଡି.ଜି. ତଥା ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ବିପିନ୍ ବିହାରୀ ମିଶ୍ର ଯୋଗ ଦେଇ କ୍ଲବ କୈାଣସି ବାହ୍ୟ ଆର୍ଥିକ ସହଯୋଗ ବିନା ନିଜ ନିଜ ଅବଦାନରେ ଏତେ ଗୁଡିଏ ସାମାଜିକ କାର୍ୟ୍ୟ କରି ପାରିଥିବାରୁ ମୁଖ୍ୟ ଅତିଥି କ୍ଲବର ସଭ୍ୟମାନଙ୍କୁ ପ୍ରଶଂସା କରିବା ସହ କ୍ଲବର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଉକ୍ତ ଉତ୍ସବରେ କ୍ଲବର ସ୍ମରଣିକା ଉନମୋଚନ କରାଯାଇଥିଲା । ଏହି ଅବସରରେ ପ୍ରସିଦ୍ଧ ସିନେ ତାରକା ସୁଶ୍ରୀ ଅର୍ଚ୍ଚିତା ଓ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ପ୍ରଦୀପ ସେବା ଟ୍ରଷ୍ଟ’ର ସଭାପତି ଶ୍ରୀ ପ୍ରଦୀପ ପୃଷ୍ଟିଙ୍କୁ ମାନପତ୍ର ଓ ଉପଢୈାକନ ଦେଇ ସମ୍ମାନୀତ କରାଯାଇଥିଲା । ରାମେଶ୍ୱର ପାଟଣା ଅଞ୍ଚଳର ଚାରୋଟି ଓଡିଆ ସ୍କୁଲର ଗତ ୯ମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଳଙ୍କୃତ କରିଥିବା ୪ଜଣ ଛାତ୍ରଙ୍କୁ ମଧ୍ୟ ପ୍ରଶଂସା ପତ୍ର ଓ କପ୍ ସହ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା । କ୍ଲବର ସଭାପତି ଶ୍ରୀ କେ.ସି ରାମଦୁରାଇ ଓ ଶ୍ରୀ ଉଲ୍ଲାସ ଚନ୍ଦ୍ର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଶ୍ରୀ ବିଷ୍ଣୁ ପ୍ରସାଦ ମୁଦୁଲି, କୋଷାଧ୍ୟକ ଶ୍ରୀ ବଳଭଦ୍ର ମହାକୁଡ, ଶ୍ରୀ ସନ୍ତୋଷ କୁମାର ପାତ୍ର, ଶ୍ରୀ ଲୋକନାଥ ଚୈାଧୁରୀ, ଶ୍ରୀ ରମେଶ ଚନ୍ଦ୍ର ଦାସ, ଶ୍ରୀ ଲିଙ୍ଗରାଜ ବେହେରା, ଶ୍ରୀ ସୁଧିରଂଜନ ଜେନା, ଶ୍ରୀ ଶଙ୍କର ରାୟ ପ୍ରମୁଖ ସଦସ୍ୟଗଣ ଉକ୍ତ କାର୍ୟ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶେଷରେ କ୍ଲବ ଯୁଗ୍ମ ସମ୍ପାଦକ ଶ୍ରୀ ବିଷ୍ଣୁ ପ୍ରସାଦ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ ।