ସାଧାରଣ ବ୍ୟକ୍ତିଙ୍କ ଦ୍ୱାରା ବଡ଼ଦାଣ୍ଡରେ ଉନ୍ମୋଚିତ ହେଲା ଜୀବନ ଦକ୍ଷତା ବିକାଶ ପୁସ୍ତକ

ସ୍ୱାସ୍ଥ୍ୟ/ଜୀବନଚର୍ଯ୍ୟା
  • 2019-01-06 22:58:26
  • 213

କାନଭାସ୍ ଓଡିଶା(ବ୍ୟୁରୋ) : ଶନିବାର ମ୍ୟାକ ଗୃପ୍ର ମୁଖ୍ୟ କୋଚ୍ ଡ଼. ହରପ୍ରସନ୍ନ ଦାସଙ୍କର ଲିଖିତ ପୁସ୍ତକ ‘ଜୀବନ ଦକ୍ଷତା ବିକାଶ’(ପ୍ରଥମ ଭାଗ) ଉନ୍ମୋଚିତ ହୋଇଛି । ବର୍ଣ୍ଣାଢ଼୍ୟ ଉତ୍ସବ ନଥିଲା କି, କେହି ବଡ଼ ପଦବୀଧାରୀଙ୍କ ହାତରେ ଉନ୍ମୋଚିତ ହୋଇନଥିଲା ପୁସ୍ତକ । ପୂରା ଅଭିନବ ଢ଼ଙ୍ଗରେ ପୁରୀ ବଡ଼ଦାଣ୍ଡରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସାମ୍ନାରେ ଜଣେ ସାଧାରଣ ବ୍ୟକ୍ତିଙ୍କ ହାତରେ ଉନ୍ମୋଚିତ ହୋଇଥିଲା ଏହି ପୁସ୍ତକ । ସାଧାରଣ ମଣିଷଙ୍କୁ ନେଇ ରଚିତ ପୁସ୍ତକଟି ଉନ୍ମୋଚନ ବେଳେ ଉପସ୍ଥିତ ଜନସାଧାରଣ ଆନନ୍ଦରେ ସାମିଲ ହୋଇଥିଲେ । ଲେଖକଙ୍କ ସହ ମ୍ୟାକ ଗୃପର କୀର୍ତ୍ତି ଦାସ, ସୁସ୍ମିତା ଦାଶ ଓ ମିନା ସୁବୁଦ୍ଧି ସାମିଲ ଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦିତ ୧୦ଟି ଜୀବନ ଦକ୍ଷତା ବିଷୟରେ ଡ଼. ଦାସ ଲେଖି ଆସିଛନ୍ତି । ପ୍ରଥମ ଭାଗରେ ୫ଟି ବିଷୟ ପ୍ରକାଶିତ ହୋଇଥିଲା ବେଳେ ବଳକା ୫ଟି ବିଷୟ ଦ୍ୱିତୀୟ ଭାଗରେ ପ୍ରକାଶ ପାଇବ ।