ପିପିଲି ଗଣଦୁଷ୍ମର୍ମ ମାମଲାକୁ କାର୍ଯ୍ୟରତ ବିଚାରତପତିଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ପୁନଃ ତଦନ୍ତ ଦାବି କଲା କଂଗ୍ରେସ ।

ତାଜା ଖବର
  • 2019-01-06 13:42:47
  • 622

କାନଭାସ୍ ଓଡିଶା(ବ୍ୟୁରୋ) : ପିପିଲି ଗଣଦୁର୍ଷ୍କମ ମାମଲାରେ ଅତ୍ୟନ୍ତ ହାଲୁକା ତଥା ଚିରାଚରିତ ଢ଼ଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ପ୍ରତିବାଦ କରିଛି କଂଗ୍ରେସ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପିସିିସି ମିଡ଼ିଆ ସେଲ ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ ଓ ମୁଖପାତ୍ର ନିଶିକାନ୍ତ ମିଶ୍ର ରାଜ୍ୟ କ୍ରାଇମବ୍ରାଂଚ କରିଥିବା ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ କରିଛନ୍ତି । କିଭଳି ଏକ ଗଣଦୁଷ୍ମର୍ମ ଭଳି ଅତ୍ୟନ୍ତ ସ୍ପର୍ଶକାତର ଘଟଣାକୁ ରାଜ୍ୟ ଗୃହ ବିଭାଗ ଅଧିନରେ ଥିବା କ୍ରାଇମବ୍ରାଂଚ ଯାହାର ବିଭାଗୀୟ ମନ୍ତ୍ରୀ ହେଲେ ଖୋଦ୍ ମୁଖ୍ୟମନ୍ତ୍ରୀ, ଏହାର ତଦନ୍ତ ପ୍ରିକ୍ରିୟାକୁ ବିଜୁଜନତା ଦଳ ଓ ଦଳୀୟକର୍ମୀଙ୍କୁ ସୁରକ୍ଷା ଦେବାପାଇଁ ପ୍ରଭାବିତ କରିଥିଲେ ତାହାର ଖୁଲାସା ହୋଇଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରିପଦା ଗସ୍ତ ଅବସରରେ ପିପିଲି ପ୍ରସଙ୍ଗ ଉତ୍ଥାପନ ଓ ନବୀନବାବୁଙ୍କର ଉତର, ଏ ପୁରା ଘଟଣା ଉପରୁ ଜନସାଧାରଣଙ୍କ ନଜର ହଟାଇବାପାଇଁ ଏକ ବିଧିବଧ ଷଡଯନ୍ତ୍ର । ପିପିଲି ମାମଲାରେ କ୍ରାଇମବ୍ରାଂଚ ତଦନ୍ତ ପରିସର ଭୁକ୍ତ କରିଥିବା ପିପିଲିର ତତ୍କାଳୀନ ବ୍ଲକ ଅଧ୍ୟକ୍ଷ ଓ ବର୍ତମାନ ଉପାଧ୍ୟକ୍ଷ ଥିବା ଯୁଧିଷ୍ଠୀର ସ୍ୱାଇଁ ଏବଂ ସମିତିସଭ୍ୟ ତଥା ATMA ର ଅଧ୍ୟକ୍ଷ ଥିବା ଧରଣୀଧର ସାହୁଙ୍କୁ ସାକ୍ଷୀଭାବରେ ହାଜରକରିଥିଲେ, ଯିଏକି ନ୍ୟାୟଳୟରେ ନିଜର ମତ ପରିବର୍ତନ କରି ପୁରା ବିଚାର ପ୍ରକ୍ରିୟାକୁ ବିଭ୍ରାନ୍ତ କରିଛନ୍ତି ଏବଂ ଆସାମୀ ମାନଙ୍କୁ ଖସିଯିବାକୁ ପର୍ଯ୍ୟାପ୍ତ ସୁଯୋଗ ଦେଇଛନ୍ତି । ଉପରୋକ୍ତ ଦୁଇ ବ୍ୟକ୍ତି ଯୁଧିଷ୍ଠୀର ସ୍ୱାଇଁ ଏବଂ ଧରଣୀଧର ସାହୁ ବିଜେଡ଼ିର ପ୍ରମୁଖ କର୍ମୀ ଏବଂ ପିପିଲି ବିଧାୟକ ତଥା ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥିଙ୍କର ଘନିଷ୍ଠ ସହଯୋଗୀ । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଖୋଦ୍ ମୁଖ୍ୟମନ୍ତ୍ରୀ ଯିଏକି ଗୃହ ବିଭାଗର ମୁଖ୍ୟ, ସେ ତାଙ୍କର କ୍ୟାବିନେଟ ସହଯୋଗୀ ତଥା ମନ୍ତ୍ରୀ ଶ୍ରୀ ମହାରଥି ଏବଂ ତାଙ୍କର ଦଳୀୟ ସହଯୋଗୀ ମାନଙ୍କୁ ସୁରକ୍ଷା ଦେବାକୁ ଯାଇ ପୁରା ତଦନ୍ତ ପ୍ରକ୍ରୟାକୁ ବାଟବଣା କରିଛନ୍ତି । ପୂର୍ବରୁ ରାଜ୍ୟ ସରକାର ତରବରିଆ ପଦକ୍ଷେପ ନେଇ ପିପିଲି ଥାନାର ତତ୍କାଳୀନ ଆଇଆଇସିଙ୍କୁ ପ୍ରଥମେ ନିଲମ୍ବନ ଏବଂ ପରେ ବହିସ୍କାର କରିଥିଲେ । କିନ୍ତୁ ନିଲମ୍ବନ ଏବଂ ବହିସ୍କାର ଆଦେଶ ଉପଯୁକ୍ତ ପ୍ରକ୍ରିୟା ଦେଇ ଯାଇନଥିବାରୁ ମାନ୍ୟବର ନ୍ୟାୟଳୟ ତାକୁ ଖାରଜ କରିଦେଇଥିଲେ । ପୀଡ଼ିତାଙ୍କ ପରିବାର ତରଫରୁ ସ୍ୱତନ୍ତ୍ର ସରକାରୀ ଓକିଲ ନିଯୁକ୍ତି କରିବାପାଇଁ ବିଧିବଧ ଭାବରେ ଆବେଦନ କରିବା ସତ୍ୱେ ରାଜ୍ୟସରକାର ଏହାକୁ ସଂପୂର୍ଣ୍ଣ ଅଣଦେଖା କରିଥିଲେ ଯାହାର ଫଳସ୍ୱରୂପ କ୍ରାଇମବାଂଚ ତଦନ୍ତ ବାଟବଣା ହେଲା ଏବଂ ଦୋଷୀ ଦଣ୍ଡ ପାଇବା ପରିବର୍ତେ ଦୋଷମୁକ୍ତ ହୋଇ ଖସିଗଲେ । ବର୍ତମାନ ରାଜ୍ୟ ସରକାରଙ୍କ ଗୃହବିଭାଗ ଏବଂ କ୍ରାଇମବ୍ରାଂଚ ଉପଯୁକ୍ତ ବିଧିବ୍ୟବସ୍ଥା ଭିତରେ ପିପିଲି ଗଣଦୁଷ୍ମର୍ମ ମାମଲାକୁ କାର୍ଯ୍ୟରତ ବିଚାରତପତିଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ପୁନଃ ତଦନ୍ତ ଦାବି କରିଛି କଂଗ୍ରେସ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ଅଶୋକ ସାମଲ, ପ୍ରଶାନ୍ତ ଶତପଥୀ, ହିମାଂଶୁ ଲେଙ୍କା, ରଜନୀ ମହାନ୍ତି, ଓମପ୍ରକାଶ ସାହୁ ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।