ମହିଳାଙ୍କୁ ଅପମାନିତ କରୁଥିବା ମୁଖ୍ୟମନ୍ତ୍ରୀ ଏବେ ଶାସନ ଛାଡି ଚୁଡି ପିନ୍ଧି ଘରେ ବସନ୍ତୁ : ପ୍ରଭାତି ପରିଡା

ତାଜା ଖବର
  • 2019-01-01 17:49:55
  • 247

1 ମୁଖ୍ୟମନ୍ତ୍ରୀଙ୍କ ମହିଳା ବିରୋଧୀ ଆଭିମୁଖ୍ୟ, କ୍ରାଇମବ୍ରାଂଚର ନିଷ୍କ୍ରିୟତା ବିରୁଦ୍ଧରେ ଆନ୍ଦୋଳନ 2 ମହିଳା ବିରୋଧୀ ବୟାନ ଦେଇଥିବା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ବହିଷ୍କାର ଏବଂ ବେବିନାକୁ ନ୍ୟାୟ ଦେବା ପାଇଁ ସିବିଆଇ ତଦନ୍ତ ଦାବି 3 ଦୀର୍ଘ ୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ଅସମ୍ମାନ କରିଚାଲିଛନ୍ତି 4 ମହିଳାଙ୍କୁ ସୁରକ୍ଷା ଏବଂ ନାରୀଙ୍କୁ ସମ୍ମାନ କେବଳ ବିଜ୍ଞାପନ ମଧ୍ୟରେ ସୀମିତ 5 ଛାତ୍ରୀମାନଙ୍କ ଠାରୁ ଆରମ୍ଭ କରି କର୍ମଜୀବୀ ମହିଳା ପର୍ଯ୍ୟନ୍ତ ସମସ୍ତେ ଭୟଭୀତ 6 ବେବିନାର ଆତ୍ମା କାନ୍ଦୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୁଚିକି ଘରେ ବସିଛନ୍ତି 7 ଅଗଣତାନ୍ତ୍ରିକ ଭାବେ ପୋଲିସ ମହିଳାଙ୍କୁ ଅଟକାଇବା ର୍ଦୁଭାଗ୍ୟଜନକ କାନଭାସ୍ ଓଡିଶା(ବ୍ୟୁରୋ) : ଭୁବନେଶ୍ୱର, ଦୀର୍ଘ ୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ଅସମ୍ମାନ କରିଚାଲିଛନ୍ତି । ସମାଜର ପ୍ରତିଟି କ୍ଷେତ୍ରରେ ମହିଳା ଆଜି ଅବହେଳିତ, ଅସୁରକ୍ଷିତ, ନିଷ୍ପେସିତ ଏବଂ ଅସମ୍ମାନିତ । ମୁଖ୍ୟମନ୍ତ୍ରୀଙ୍କ ନାରା ମହିଳାଙ୍କୁ ସୁରକ୍ଷା ଏବଂ ନାରୀଙ୍କୁ ସମ୍ମାନ କେବଳ ବିଜ୍ଞାପନ ମଧ୍ୟରେ ସୀମିତ । ଛାତ୍ରୀମାନଙ୍କ ଠାରୁ ଆରମ୍ଭ କରି କର୍ମଜୀବୀ ମହିଳା ପର୍ଯ୍ୟନ୍ତ ସମସ୍ତେ ଭୟଭୀତ । ମହିଳାମାନଙ୍କ ପାଇଁ ରାଜ୍ୟସରକାରଙ୍କ ଯୋଜନା ଓ ପ୍ରତିଶୃତି ପାଣିର ଗାର ପାଲଟିଛି । ପୋଲିସ ଶାସକ ଦଳର ଚାପରେ କାର୍ଯ୍ୟ କରୁଛି । ଏପରିକି ଖୋଦ୍ ଶାସକ ଦଳର ନେତା, ବିଧାୟକ ଖେଳନା ଭାବି ପ୍ରତି ମୃହୁର୍ତରେ ନାରୀ ଇଜ୍ଜତକୁ ଲୁଟି ଚାଲିଛନ୍ତି । ଗତ କିଛିଦିନ ତଳେ ପିପିଲି ବେବିନା ଗଣଦୁଷ୍କର୍ମ ଘଟଣାରେ କ୍ରାଇମବ୍ରାଂଚର ତଥ୍ୟ ପ୍ରମାଣ ଅଭାବରୁ ଦୋଷୀ ନିର୍ଦ୍ଦୋଷରେ ଖଲାସ ହେବା ମୁଖ୍ୟମନ୍ତ୍ରୀଙ୍କ ମହିଳା ବିରୋଧୀ ନୀତିକୁ ପ୍ରମାଣିତ କରୁଛି । ମୁଖ୍ୟମନ୍ତ୍ରୀଙ୍କ ମହିଳା ବିରୋଧୀ ଆଭିମୁଖ୍ୟ, କ୍ରାଇମବ୍ରାଂଚର ନିଷ୍କ୍ରିୟତା, ମହିଳା ବିରୋଧୀ ବୟାନ ଦେଇଥିବା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ବହିଷ୍କାର ଏବଂ ବେବିନାକୁ ନ୍ୟାୟ ଦେବା ପାଇଁ ସିବିଆଇ ତଦନ୍ତ ଦାବି କରି ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଘେରାଓ କରିବା ସହ ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଚୁଡି ଭେଟି ଦିଆଯାଇଛି ବୋଲି ରାଜ୍ୟ ମହିଳା ସଭାନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା କହିଛନ୍ତି । ଶ୍ରୀମତୀ ପରିଡା କହିଛନ୍ତି ଯେ, ଯୋଜନା କରାଇବା ନାଁରେ ଦଳୀୟ କାର୍ଯ୍ୟାଳୟରେ ନିରୀହ ବିଧବା ଭଉଣୀ ସହ ଦୁଷ୍କର୍ମ ହେଉ ଅବା ଚକୋଲେଟ ଦେବା ଆଳରେ ନାବାଳିକା ଝିଅ ସହ ଗଣବଳାକ୍ରାର । ଏସବୁ ଘଟଣାରେ ବିଜେଡି ଦଳର ସଂପୃକ୍ତି ପ୍ରମାଣ କରୁଛି କି, କିପରି ମା’ ଭଉଣୀ ଆଜି ସୁରକ୍ଷିତ ଅଛନ୍ତି । ଆମ୍ବୁଲାନ୍ସ ନପହଂଚିବା କାରଣରୁ ପ୍ରସବ ବେଦନାରେ ଛଟପଟ ହୋଇ ନାରୀ ଟୋକେଇ, ଖଟରେ, କାନ୍ଧରେ ବୁହା ହେଉଛନ୍ତି । ମେଡିକାଲର ଡାକ୍ତର ଅଭାବ କାରଣରୁ ବାଟରେ, ଘାଟରେ, ଅଟରେ, ନାଳରେ ପ୍ରସବ କରିବାକୁ ନାରୀ ବାଧ୍ୟ ହେଉଛି । ପ୍ରଶାସନର ନାକ ତଳେ ନାବାଳିକା ଝିଅ ମାନଙ୍କୁ ଆଶ୍ରୟ ଦେବା ନାଁରେ ଚାଲିଛି ଯୈ÷ାନବ୍ୟଭିଚାର ଓ ଧର୍ମାନ୍ତୀକରଣ । ପୂର୍ବରୁ କୁନ୍ଦୁଲୀ ପୀଡିତା ଗଣବଳାକ୍ରାରରେ ଶିକାର ହୋଇ ନ୍ୟାୟ ନପାଇ ଆତ୍ମହତ୍ୟା କରିବା ଏବଂ ଏବେ ସଦ୍ୟ ପିପିଲି ବେବିନା ଗଣଦୁଷ୍କର୍ମ ଘଟଣାରେ କ୍ରାଇମବ୍ରାଂଚର ତଥ୍ୟ ପ୍ରମାଣ ଅଭାବରୁ ଦୋଷୀ ନିର୍ଦ୍ଦୋଷରେ ଖଲାସ ହେବା ଘଟଣାରୁ ପ୍ରମାଣିତ ହେଉଛି କି ରାଜ୍ୟ ସରକାର ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ମହିଳାମାନଙ୍କ ପାଇଁ କେତେ ଉଦାର । ପିପିଲି ଦୁର୍ଷ୍କମ ପୀଡିତାର ହୋଇଥବା ବେବିନାର ଆତ୍ମା କାନ୍ଦୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୁଚିକି ଘରେ ବସିଛନ୍ତି । ଅନ୍ୟପଟେ ମାନ୍ୟବର କୋର୍ଟଙ୍କ ରାୟ ଆସିଲା ପରେ ମନ୍ତ୍ରୀ ପ୍ରଦୀପ ମହାରଥୀ ଯେଉଁଭଳି ବୟାନବାଜି କରିଥିଲେ ତାହା ସମଗ୍ର ମହିଳା ଜାତିକୁ ଅପମାନିତ କରିଛି । ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ନ୍ୟାୟ ଦେବା ପରିବର୍ତେ ବଳକ୍ରାରୀ ଦୋଷୀ ମାନଙ୍କୁ ଘଂଟ ଘୋଡାଇ ଚାଲିଛନ୍ତି । ବିଜେଡି ସରକାରର ପ୍ରେତ୍ସାହନରେ ରାଜ୍ୟର ମହିଳାମାନେ ବିଭିନ୍ନ ଅତ୍ୟାଚାରର ଶିକାର ହେଡଛନ୍ତି । ଶାସକ ଦଳର ନେତା ଓ ମନ୍ତ୍ରୀମାନେ ମହିଳା ସମାଜ ପ୍ରତି ବାରମ୍ବାର ଅସମ୍ମାନ କରିଚାଲିଛନ୍ତି । ଏହା ପରେ ବି ନବୀନବାବୁ ସବୁ ଜାଣି ଯଦି ଚୁପ୍ ରହିବେ, ତେବେ ରାଜ୍ୟରେ ଶାସନ ନକରି ଚୁଡି ପିନ୍ଧି ଘରେ ବସନ୍ତୁ ବୋଲି ଶ୍ରୀମତି ପରିଡା କହିଛନ୍ତି । ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡାଙ୍କ ନେତୃତ୍ୱରେ ହୋଇଥିବା ଏହି ପ୍ରତିବାଦ ସଭାରେ ମହିଳାମୋର୍ଚ୍ଚାର ଉପସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଓ ନିୟତିଗିରି, ସଂପାଦିକା ରଶ୍ମିରେଖା ଦାସ ଓ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିରୁପମା ଜେନା, କୋଷାଧ୍ୟକ୍ଷା ବିଜୟଲକ୍ଷ୍ମୀ ମହାପାତ୍ର, ଭୁବନେଶ୍ୱର ଜିଲ୍ଲା ସଭାନେତ୍ରୀ ତନୁଶ୍ରୀ ପଟେଲ, ନିରୁପମା ଦାସ, ସୁଭାସିନୀ ପୃଷ୍ଟି, ଉନ୍ନତି ପରିଡା, ତୃପ୍ତିମୟୀ ମକଦ୍ଦମଙ୍କ ସମେତ ମୋର୍ଚ୍ଚାର ଶତାଧିକ ମହିଳା ସାମିଲ ଥିଲେ ।