ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବୀ କାରଣରୁ କୋର୍ଟ କାର୍ଯ୍ୟ ଅଚଳ ହେବା ପ୍ରସଙ୍ଗରେ ପଶ୍ଚିମ ଓଡିଶାର ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ସତ୍ୟପାଠ ଦାଖଲ ପାଇଁ ଅବଧି ବଢୁ : ବସନ୍ତ ପଣ୍ଡା

ତାଜା ଖବର
  • 2018-12-28 15:13:08
  • 229

 ସମ୍ପୃର୍ଣ୍ଣ ପଶ୍ଚିମ ଓଡିଶାରେ କୋର୍ଟ କଚେରି ବନ୍ଦ ପଡିବାରୁ ଏହି ଜିଲ୍ଲାମାନଙ୍କରେ କ୍ଷତିଗ୍ରସ୍ତ ଲୋକମାନେ ସେମାନଙ୍କର ସତ୍ୟପାଠ ଦାଖଲ କରିପାରିଲେ ନାହିଁ  ଲକ୍ଷ ଲକ୍ଷ ଗରିବ ଖଟିଖିଆ ଏବଂ ସାଧାରଣ ଲୋକମାନେ ଯେଉଁ ଆଶା ଟିକେ ରଖିଥିଲେ ହରାଇଥିବା ଅର୍ଥକୁ ଫେରି ପାଇବେ ତାହା ମଉଳି ଯାଇଛି  ଠକେଇରେ ଶିକାର ହୋଇଥିବା ଲୋକମାନଙ୍କ ପାଇଁ ଆଉଥରେ ସତ୍ୟପାଠ ଦାଖଲ କରିବାର ତାରିଖ ଘୋଷଣା କରନ୍ତୁ ବୋଲି ଏମ ଏମ ଦାଶ କମିଶନଙ୍କୁ ଅନୁରୋଧ କାନଭାସ୍ ଓଡିଶା(ବ୍ୟୁରୋ) : ଭୁବନେଶ୍ୱର, ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବିରେ ଆଜକୁ ୩ ମାସ ହେଲାଣି କୋର୍ଟ କଚେରି ଅଚଳ ହୋଇପଡିଛି । କୋର୍ଟ କଚେରି ବନ୍ଦ ପଡିଥିବାରୁ ଅଦାଲତ ସମ୍ବନ୍ଧୀୟ କୌଣସି ସରକାରୀ କାମ ହୋଇପାରୁନାହିଁ । ଚିଟଫଣ୍ଡ ଠକେଇରେ ଶିକାର ହୋଇଥିବା ଲକ୍ଷ ଲକ୍ଷ ଲୋକ ରାଜ୍ୟ ସରକାର ଗଠନ କରିଥିବା ଏମ ଏମ ଦାସ କମିଶନଙ୍କ ପାଖେ ସତ୍ୟପାଠ ଦାଖଲ କରିଥାନ୍ତେ । ହେଲେ ସମ୍ପୃର୍ଣ୍ଣ ପଶ୍ଚିମ ଓଡିଶାରେ କୋର୍ଟ କଚେରି ବନ୍ଦ ପଡିବାରୁ ଏହି ଜିଲ୍ଲାମାନଙ୍କରେ କ୍ଷତିଗ୍ରସ୍ତ ଲୋକମାନେ ସେମାନଙ୍କର ସତ୍ୟପାଠ ଦାଖଲ କରିପାରିଲେ ନାହିଁ । ଲକ୍ଷ ଲକ୍ଷ ଗରିବ ଖଟିଖିଆ ଏବଂ ସାଧାରଣ ଲୋକମାନେ ଯେଉଁ ଆଶା ଟିକେ ରଖିଥିଲେ ସେମାନେ ହରାଇଥିବା ଅର୍ଥକୁ ଫେରି ପାଇବେ ତାହାର ଆଶା ମଉଳି ଯାଇଛି । ଠକେଇରେ ଶିକାର ହୋଇଥିବା ହିତାଧିକାରୀମାନଙ୍କ ପାଇଁ ଆଉଥରେ ସତ୍ୟପାଠ ଦାଖଲ ତାରିଖ ବୃଦ୍ଧି କରିବା ସହ ଦାଖଲ କରିବା ପାଇଁ ନୂତନ ତାରିଖ ଘୋଷଣା କରନ୍ତୁ ବୋଲି ଏମ ଏମ ଦାଶ କମିଶନଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ବିଜେପିର ସଭାପତି ବସନ୍ତ ପଣ୍ଡା । ଶ୍ରୀ ପଣ୍ଡା କହିଛନ୍ତି ଯେ, ଶାସକ ଦଳର ପ୍ରୟୋଜନରେ ଚାଲିଥିଲା କୋଟି କୋଟି ଟଙ୍କାର ଚିଟ ଫଣ୍ଡ ଠକେଇରେ ରାଜ୍ୟର ଲକ୍ଷ ଲକ୍ଷ ଲୋକ ସେମାନଙ୍କର ଅର୍ଥ ହରାଇଲେ । ଏହା ପରେ ରାଜ୍ୟ ସରକାର ଗଠିତ କରିଥିବା କମିଶନଙ୍କ ପାଖରେ ସାଧାରଣ ଲୋକମାନେ ସେମାନେ ହରାଇଥିବା ନିଜ ଅର୍ଥରାଶିର ବିବରଣି ବିଷୟରେ ସତ୍ୟପାଠ ଦେବା କଥା । ହେଲେ ପଶ୍ଚିମ ଓଡିଶାରେ ହାଇକୋର୍ଟ ପ୍ରତିଷ୍ଠା ଦାବିରେ ଚାଲିଥିବା ଆନ୍ଦୋଳନ ଆଜକୁ ୪ ମାସ ହେଲାଣି ଚାଲିଛି । ଯେହେତୁ କୋର୍ଟ କଚେରି ଅଚଳ ତେଣୁ ସାଧାରଣ ଲୋକମାନେ ସେମାନଙ୍କର ସତ୍ୟପାଠ ଦାଖଲ କରିପାରିନାହାନ୍ତି । ଆନ୍ଦୋଳନ ଚାଲୁଥିବାରୁ ଲୋକମାନେ ସେମାନଙ୍କର ସତ୍ୟପାଠ ଦାଖଲ କରିପାରିନାହାନ୍ତି । ସେଥିପାଇଁ ସତ୍ୟପାଠ ଦାଖଲ କରିପାରିନଥିବା କ୍ଷତିଗ୍ରସ୍ତ ଲୋକମାନେ କିପରି ସେମାନଙ୍କର ସତ୍ୟପାଠ ଦାଖଲ କରିପାରିବେ ସେଥିପାଇଁ ଏମ ଏମ ଦାଶ କମିଶନ ମହୋଦୟ ଚିନ୍ତା କରିବା ଆବଶ୍ୟକ ବୋଲି ଶ୍ରୀ ପଣ୍ଡା କହିଛନ୍ତି । କିପରି ଭାବେ ସାଧାରଣ ଲୋକମାନେ ହରାଇଥିବା ଜମା ରାଶି ଫେରିପାଇବେ, ସେଥିପାଇଁ ଏମ ଏମ ଦାଶ କମିଶନ ଦୟାକରି ସତ୍ୟପାଠ ଦାଖଲର ଅବଧି ଆହୁରି ବୃଦ୍ଧି କରନ୍ତୁ ବୋଲି ଶ୍ରୀ ପଣ୍ଡା ଅନୁରୋଧ କରିଛନ୍ତି ।