ଆଞ୍ଚଳିକ କ୍ରିକେଟ୍ କ୍ଲବର ବନ୍ଧୁ ମିଳନ ଉତ୍ସବ

ଖେଳ
  • 2018-12-24 17:33:03
  • 255

କାନଭାସ୍ ଓଡିଶା(ବ୍ୟୁରୋ) : ଯାଜପୁର, ଆଞ୍ଚଳିକ କ୍ରିକେଟ୍ କ୍ଲବ (ଏସ୍.ସି.ସି.)ର ବନ୍ଧୁ ମିଳନ ଉତ୍ସବ ସହ ବରୀ ବ୍ଲକ୍ ସ୍ଥିତ ଭଅଁରା ପଂଚାୟତର ରାଇପୁର ଖେଳ ପଡିଆ ଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୧୦ବର୍ଷରୁ ଉଦ୍ଧ ହେବ ଏହି କ୍ରିକେଟ୍ କ୍ଲବର ସମସ୍ତ ଖେଳାଳୀମାନେ ସେହି ବିଗତ ବର୍ଷର ଖେଳକୁ ମନେ ପକାଇଥିଲେ । ଯୁବ ଖେଳାଳୀମାନେ ପୁରାତନ ଖେଳାଳୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ପରେ ଏକ ଭୋଜୀର ଆୟୋଜନ କରାଯାଇଥିଲା । ଏହି ବନ୍ଧୁମିଳନ ଉତ୍ସବରେ ବିଭୂତି ଭୁଷଣ ଧଳ, ଭରତ ଚନ୍ଦ୍ର ଜେନା, ପ୍ରଶାନ୍ତ ଦାସ, ବାବୁ ଦାସ, ବିରଜା ଦାସ, ପ୍ରତାପ ଜେନା, ନିକୁଞ୍ଜ ପଣ୍ଡା, ବିଶ୍ୱଭୂଷଣ ଜେନା, ବିବେକାନନ୍ଦ ଜେନା, କୈଳାସ ଚନ୍ଦ୍ର ବେହେରା, ସ୍ମୃତି ରଞ୍ଜନ ନାୟକ, ଦେବାଷିଶ ଜେନା ଓ ଧନେଶ୍ୱର କୁଣ୍ଡ ସମେତ ବହୁ ପୁରାତନ ଖେଳାଳୀ ଏହି ବନ୍ଧୁ ମିଳନ ଉତ୍ସବରେ ଯୋଗଦାନ କରିଥିଲେ ।