ଓଡିଶା ଦଳିତ ଅଧିକାର ମଞ୍ଚ ପକ୍ଷରୁ ବରୀ ତହସିଲ କାର୍ୟ୍ୟାଳୟ ଆଗରେ ବିକ୍ଷୋଭ

ଅଭିଯୋଗ
  • 2018-12-24 09:48:03
  • 252

କାନଭାସ୍ ଓଡିଶା(ବ୍ୟୁରୋ) : ଯାଜପୁର, ବରୀ, ଭୂମିହୀନ ପରିବାରଙ୍କୁ ଘରଡିହ, ଚାଷଜମି, ଭାଗଚାଷୀଙ୍କୁ ନ୍ୟାୟ, ଶିକ୍ଷା, ନିଯୁକ୍ତି ଦାବୀରେ ଯାଜପୁର୍ ଜିଲ୍ଲା ବରୀ ତହସିଲ କାର୍ୟ୍ୟାଳୟ ଆଗରେ ଓଡିଶା ଦଳିତ ଅଧିକାର ମଞ୍ଚ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା ମଞ୍ଛର ଜିଲ୍ଲା କମିଟି ବରୀ ବ୍ଲକ ସଯୋଜକ ଚିନ୍ମୟ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ପ୍ରତିବାଦ ସଭାରେ ମଞ୍ଚର ରାଜ୍ୟ ସଭାପତି ମାନସ ଜେନା, ଭିକାରି ଦଳାଇ, ହରି ସେଠି ପ୍ରମୁଖ ଉଦବୋଧନ ଦେବା ସହିତ ଦଳିତ, ଆଦିବାସୀ, ପଛୁଆବର୍ଗ ଲୋକମାନଙ୍କର ମୌଳିକ ସମସ୍ୟା ସହ ବରୀ ବ୍ଲକରେ ଥିବା ଗରିବ ଭୂମିହୀନ ଭାଗଚାଷୀ ଓ ଲୋକକୁ ଚିହ୍ନଟ କରାଯାଉ । ଭୂମିହୀନ, ଭାଗଚାଷୀ, କୃଷିଶ୍ରମିକ ମାନଙ୍କୁ ଘରଡିହ ଓ ଚାଷଜମି, ପ୍ରଦାନ ସହିତ ଭାଗଚାଷୀ ମାନଙ୍କୁ ରାଜ୍ୟ ସରକାର କୃଷକର ମାନ୍ୟତା ଦେବା ଓ ରାଜ୍ୟରେ ଭାଗଚାଷୀ ସୁରକ୍ଷା ଆଇନ୍‌ ପ୍ରଣୟନ କରିବାକୁ ମଞ୍ଚର ରାଜ୍ୟ ଅଧ୍ୟକ୍ଷ ମାନସ ଜେନା ଦାବୀ କରିଥିଲେ | ରାଜ୍ୟର ସବୁଠୁ ଅଧିକ ଭୂମିହୀନ ପରିବାର ଯାଜପୁର ଜିଲ୍ଲାରେ ରହିଛନ୍ତି ଭୁ ସଂସ୍କାର ଆଇନ ରାଜ୍ୟରେ କାର୍ୟ୍ୟକାରୀ ହେଉନାହିଁ କ୍ଷ ଜିଲ୍ଲାର ଖଣି, ପାଣିକୁ ଘରୋଇ କମ୍ପାନୀ ସ୍ଥାନୀୟ ରାଜନେତାଙ୍କ ମାଧ୍ୟମରେ ଲୁଟ୍‌କରି ଚାଲିଛନ୍ତି ଜିଲ୍ଲା ଖଣିଜ ସମ୍ପଦ ପାଣ୍ଠିର ସଠିକ ବିନିଯୋଗ ହେଉନାହିଁ | ସ୍ଥାୟୀ ବାସିନ୍ଦାମାନଙ୍କୁ ସରକାର ଭୁବନ୍ଦୋବସ୍ତ କରି ଉଭୟ ଘରଡିହ ଓ ଚାଷଜମିର ପଟ୍ଟା ଦେଉନାହାନ୍ତି କ୍ଷ ବିସ୍ଥାପିତଙ୍କ ସଙ୍ଖ୍ୟା ଜିଲ୍ଲାରେ ବଢିବାରେ ଲାଗିଛି | ଭୂମିହୀନ ପରିବାରଙ୍କୁ ସ୍ଥାନୀୟ ପ୍ରଶାସନ ଚିହ୍ନଟ କରି ଜମିପଟ୍ଟା ଦେବା ବଦଳରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ଉଭୟ ପଟରେ ୩ କି.ମି ଭିତରେ ଜମିପଟ୍ଟା ଦେଇହେବ ନାହିଁ ଆଳ ଦେଖାଇ ଜମିପଟ୍ଟା ପ୍ରଦାନ କରୁନାହାନ୍ତି | ଯାହାଫଳରେ ଭୂମିହୀନ ପରିବାରମାନେ ସରକାରଙ୍କ ଉନ୍ନୟନ ମୁଳକ ଯୋଜନାର କୌଣସି ସୁଫଳ ପାଇପାରୁନାହାନ୍ତି ବୋଲି ଉଦ୍‌ବେଗ ପ୍ରକାଶ କରିବା ସହ ତୁରନ୍ତ ରାଜ୍ୟ ସରକାର ଭୂମିହୀନମାନଙ୍କ ସୁରକ୍ଷା ଆଇନ୍‌ ପ୍ରଣୟନ କରନ୍ତୁ ବୋଲି ମାନସ ଜେନା ତାଙ୍କ ବକ୍ତବ୍ୟରେ କହିଥିଲେ | ରାଜ୍ୟରେ ଅସ୍ପୃଶ୍ୟତା ଓ ଜାତିଆଣା ନିର୍ୟ୍ୟାତନା ବିରୋଧି ଆଇନ୍ ଯଥା-ନାଗରିକ ଅଧିକାର ସୁରକ୍ଷା ଆଇନ୍-୧୯୫୫ ଓ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି(ନିର୍ୟାତନା ନିବାରଣ) ସଂଶୋଧନ ଆଇନ୍‌- ୨୦୧୫କୁ କଡାକଡିଭାବରେ କାର୍ୟ୍ୟକାରି କରିବା, ଓଡିଶା ଭୂ ସଂସ୍କାର ଆଇନ୍‌- ୧୯୬୦ ସଠିକ୍‌ ଭାବରେ କାର୍ୟ୍ୟକାରୀ କରିବା, ସମସ୍ତ ଭୂମିହୀନ ପରିବାରମାନଙ୍କୁ ଘରଡିହ (୧୦ ଡିସିମିଲ୍‌) ଏକ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ପ୍ରଦାନ କରିବା, କୃଷି ଶ୍ରମିକ, ଭାଗଚାଷୀମାନଙ୍କୁ ୫ ଏକର ଚାଷ ଜମି ଏକ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ପ୍ରଦାନ କରିବା, କୃଷି ଶ୍ରମିକ ଓ ଭାଗଚାଷୀମାନଙ୍କୁ ସମସ୍ତ ପ୍ରକାର ସରକାରୀ ପ୍ରୋତ୍ସାହନ ଯଥା- ଜଳସେଚନ, ବିଦ୍ୟୁତ, ବ୍ୟାଙ୍କଋଣ ଆଦି ଯୋଗାଇ ଦିଆଜିବା, .ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଲୋକମାନଙ୍କ ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ଏସ୍‌.ସି.ଏସ୍‌.ପି ଓ ଟି.ଏସ୍‌.ପି. କୁ ଯଥାଯଥ ଭାବେ କାର୍ୟ୍ୟକାରୀ କରାଯାଉ କ୍ଷ ରାଜ୍ୟ ସରକାର ଏ ଦିଗରେ ବିଦ୍ଧିବଦ୍ଧ ଆଇନ ପ୍ରଣୟନ କରିବା, ଦଳିତ ଆଦିବାସୀ ବସ୍ତିକୁ ପିଇବା ପାଣି, ବାସଗୃହ, ପାଇଖାନା, ବିଜୁଳି ଆଲୁଅ ସବୁଦିନିଆ ଯୋଗାଯୋଗ ରାସ୍ତାର ବ୍ୟବସ୍ତା କରିବା, .ମାଗଣା ସାର୍ବଜନୀନ ସମାନ ପ୍ରକାର ଉନ୍ନତ ଶିକ୍ଷା ବ୍ୟବସ୍ଥା ଓ ଇଂରାଜୀ ମାଧ୍ୟମରେ ଶିକ୍ଷା ଦାନ ପ୍ରଚଳନ କରିବା, ଘରୋଇ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ କଡାକଡି ଭାବେ ଲାଗୁ କରିବା ସହିତ ସରକାରୀ କ୍ଷେତ୍ରରେ ଥିବା ସମସ୍ତ ସଂରକ୍ଷିତ ପଦବୀ ପୂରଣ କରିବା,. ଜିଲ୍ଲାରେ ଖଣି, ଶିଲ୍ପ ଓ ଉଦ୍ଦ୍ୟୋଗ ଗୁଡିକରେ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରିବା, ସାର୍ବଜନୀନ ଜୀବନ ବୀମା ଓ ପେନ୍‌ସନ୍ ବ୍ୟବସ୍ଥା, ସର୍ବନିମ୍ନ ୨୦୦୦ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ବିଧବା ଓ ଭିନ୍ନକ୍ଷମ ଓ ନିରାଶ୍ରୟ ମହିଳାମାନଙ୍କ ପାଇଁ ଭତ୍ତା ଯୋଗାଇ ଦେବା, ସମସ୍ତଙ୍କ ପାଇଁ ଉନ୍ନତ୍ତ ମାନର ମାଗଣା ସ୍ୱାସ୍ଥ୍ୟ ବ୍ୟବସ୍ଥା ଲାଗୁକରିବା, ଗ୍ରାମୀଣ ଗରିବ କୃଷକ, ଅଣସଙ୍ଗଠିତ ଶ୍ରମିକ, ନିର୍ମାଣ ଶ୍ରମିକମାନଙ୍କୁ ସାମାଜିକ ନିରାପତ୍ତା ଯୋଗାଇ ଦେବା,ଜିଲ୍ଲା ଖଣିଜ ସମ୍ପଦ ପାଣ୍ଠିର(ଡି.ଏମ୍‌.ଏଫ୍‌) ସଦ୍‌ ବିନିଯୋଗ କରାଯିବା ସହିତ ଏହି ଅର୍ଥରେ ଦଳିତ, ଆଦିବାସୀ ବସ୍ତିଗୁଡିକର ମୌଳିକ ଭିତ୍ତିଭୁମୀର ବିକାଶ କରିବା ଦାବି ରଖିଥିଲେ ବିକ୍ଷୋବକରି ମାନେ |