ମନ୍ଦିର ରାସ୍ତାରେ ବିରାଟ ଗାଢ଼

ଅଭିଯୋଗ
  • 2018-12-24 03:38:09
  • 235

କାନଭାସ୍ ଓଡିଶା(ବ୍ୟୁରୋ) : ଯାଜପୁର, ବରୀ ବ୍ଲକ ସ୍ୱାଇଁଖଣ୍ଡ ଠାରୁ ଗୋଳକୁଣ୍ଡ ମଙ୍ଗଳା ମନ୍ଦିର ନିକଟସ୍ଥ ରାସ୍ତାର ବନ୍ଧରେ ଏକ ବିରାଟ ଗାଢ଼ ସୃଷ୍ଟି ହୋଇଛି । ଏହି ରାସ୍ତାରେ ପ୍ରତ୍ୟେକ ଦିନ ଶହ ଶହ ଲୋକ ଯାତାୟତ କରିବା ସହ ଗାଡ଼ି ମୋଟର ଯାତାୟତ କରୁଛି । ବିଶେଷ ଭାବରେ ମଙ୍ଗଳା ମନ୍ଦିରକୁ ମଙ୍ଗଳବାର ଦିନ ମା’ଙ୍କ ଦର୍ଶନ ପାଇଁ ଉକ୍ତ ବିପଦପୂର୍ଣ୍ଣ ରାସ୍ତା ଦେଇ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି । ବନ୍ଧରେ ବିରାଟ ଗାଢ଼଼ ଯୋଗୁଁ କେତେବେଳେ ଦୁର୍ଘଟଣା ଘଟିବ ତାକୁ ନେଇ ଚିନ୍ତାରେ ସାଧାରଣ ଲୋକ ପଡ଼ିଥିବା ଦେଖିବାକୁ ମିଳିଛି । ରାତିରେ ବାଇକ ଆରୋହୀ ଗାଢ଼ ସମ୍ପର୍କରେ ଜାଣି ନପାରି ଗାଢ଼ରେ ପଡ଼ି ଆହତ ହେଉଥିବା ଜଣାପଡ଼ିଛି । ବରୀ ଜଳ ସମ୍ପଦ ଅଧିନରେ ଥିବା ଏହି ନଦୀବନ୍ଧ ଗାଢ଼ ମରାମତି କରିବାକୁ ବିଭାଗ ଯେପରି ଭୁଲି ଯାଇଛି । ତୁରନ୍ତ ଗାଢ଼ ମରାମତି କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।