କନକଦୂର୍ଗା ବିଦ୍ୟାପୀଠର ବାର୍ଷିକ କ୍ରିଡା ଓ ପୁରସ୍କାର ବିତରଣ ଉତ୍ସବ

ଖେଳ
  • 2018-12-23 09:37:12
  • 269

କାନଭାସ୍ ଓଡିଶା(ବ୍ୟୁରୋ) :ଯାଜପୁର, ବରୀ ବ୍ଲକ ବାଲିବିଲି ଗ୍ରା.ପ. ସ୍ଥିତ କନକଦୂର୍ଗା ବିଦ୍ୟା ପୀଠ, ବାଲିବିଲିର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରସ୍ୱତୀ ସ୍ୱାଇଁଙ୍କ ସଭାପତିତ୍ୱରେ ମୂଖ୍ୟ ଅତିଥି ଭାବେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ରଜାତୋଟାର ଶାଖା ପ୍ରବନ୍ଧକ ସଂଞ୍ଜିବନୀ ମହାନ୍ତି, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଂଚ ସନ୍ତୋଷ ସାମଲ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିର୍ମଳ ଚନ୍ଦ୍ର ଖୁଣ୍ଟିଆ, ରଜାତୋଟା ମଧ୍ୟ ଇଂରାଜୀ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭଗବାନ ପଢିହାରୀ ମୂଖ୍ୟ ବକ୍ତାଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଯୁଧିଷ୍ଟିର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖି ପିଲାମାନେ ପାଠ ପଢା, ଉତ୍ତମ ଚିରିତ୍ର ଓ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଶିକ୍ଷୟିତ୍ରୀ ଦିପ୍ତୀମୟୀ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶୁଭଲକ୍ଷ୍ମୀ ବେହେରା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି କ୍ରିଡାକୁ ଅକ୍ଷୟ କୁମାର ମଲିକ, ଶୁବାଷ ଚନ୍ଦ୍ର ବିଶ୍ୱାଳ, ଶୁକାନ୍ତ କୁମାର ସ୍ୱାଇଁ, ହିମାଂଶୁ ଶେଖର ଦାସ, ପ୍ରହଲ୍ଲାଦ ନାୟକ ପ୍ରମୁଖ ଖେଳକୁ ପରିଚାଳନା କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଂଗୀତ ପରିବେଶଣ, ଅଭିନୟ, ଫ୍ୟାନ୍ସୀ ଡ୍ରେସ୍ ଆଦି ପରିବେଶଣ କରିଥିଲେ । ସର୍ବଶେଷରେ ଏହି ଉତ୍ସବରେ କୃତୀ ଛାତ୍ର ଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିବା ସହ ସମ୍ମାନିତ କରିଥିଲେ ।