ଭୁବନେଶ୍ୱରରେ ମାନବାଧିକାର କନଭେନସନ୍ କମିଶନ ଗୁଡିକରେ ଅଧ୍ୟକ୍ଷ ନିଯୁକ୍ତି ପାଇଁ ଦାବି କଲେ ମାନବାଧିକାର କର୍ମୀ

ଟ୍ୱିନ୍ ସିଟି
  • 2018-12-19 09:10:46
  • 320

କାନଭାସ୍ ଓଡିଶା(ବ୍ୟୁରୋ) : ଭୁବନେଶ୍ୱରରେ ସିଭିଲ ସୋସାଇଟି ଫୋରମ୍ ଅନ ହୁମାନ ରାଇଟସ୍ ପକ୍ଷରୁ ଦୁଇ ଦିନିଆ ମାନବଅଧିକାର କନଭେନସନ୍ ଆରମ୍ଭ ହୋଇଛି । ରାଜ୍ୟରେ ମାନବ ଅଧିକାର କମିଶନ, ମହିଳା କମିଶନ, ଭିନ୍ନକ୍ଷମ କମିଶନରେ ଅଧ୍ୟକ୍ଷ ପଦବୀ ଖାଲି ପଡିଥିବା ନେଇ ଚିନ୍ତାବ୍ୟକ୍ତ କରାଯାଇଛି । ତୁରନ୍ତ ଏହି ପଦବୀଗୁଡିକ ସ୍ୱଚ୍ଛତା ପ୍ରକ୍ରିୟାରେ ପୂରଣ କରିବା ଲାଗି କନଭେନସନରେ ଦାବି ହୋଇଛି । ଏହି କନଭେନସନ୍କୁ ସଂଗଠନର ଆବାହକ ଧୀରେନ୍ଦ୍ର ପଣ୍ଡା ପରିଚାଳନା କରିଥିବା ବେଳେ ପ୍୍ରଫୁଲ ସାମନ୍ତରା, ପ୍ରଶାନ୍ତ ପାଇକରାୟ, ବାଘାମ୍ବର ପଟନାୟକ, ମହମ୍ମଦ ସୁକ୍ରୁ, ବିଶ୍ୱପ୍ରିୟ କାନୁନଗୋ ପ୍ରମୁଖ ଏ ସମ୍ପର୍କରେ ଆଲୋଚନା କରିଥିଲେ । କମିଶନଗୁଡିକରେ ଅଧ୍ୟକ୍ଷ ଓ ସଦସ୍ୟ ପଦ ନଥିବାରୁ ସାଧାରଣ ଲୋକେ ହଇରାଣ ହରକତ ହେବା ସହ ମାନବିକ ଅଧିକାର ସୁରକ୍ଷା ହୋଇପାରୁନାହିଁ । ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି । କନଭେନସନର ଦ୍ୱିତୀୟ ଅଧିବେଶନରେ ପୁଲିସ୍ ସଂସ୍କାର ଉପରେ ଆଲୋଚନା ହୋଇଥିଲା । ଓଡିଶା ପୁଲିସ୍ ବିଲ୍କୁ ସଂଶୋଧନ କରି ତୁରନ୍ତ ପାରିତ କରିବାକୁ ମଧ୍ୟ ପ୍ରସ୍ତାବ ଗୃହୀତ ହୋଇଥିଲା । କାର୍ଯ୍ୟକ୍ରମରେ ମାନବାଧିକାର କର୍ମୀ ଅଖଣ୍ଡ, ସଂଗ୍ରାମ ମଲ୍ଲିକ, ଭଜମନ ବିଶ୍ୱାଳ, ଚନ୍ଦ୍ରନାଥ ଦାନି, ପ୍ରଜ୍ଞାପରମିତା ଜେନା, ପ୍ରକାଶ ସମାନ୍ତସିଂହାର, ରଣଜିତ ସୁତାର, ପ୍ରିୟୂବ୍ରତ ଗଡନାୟକ ପ୍ରମୁଖ ଉପସ୍ଥିତ ଥିଲେ ।