ଯାଜପୁର, ବରୀ (ରମ୍ପା) ରେ ସିରିଜ୍ ଚୋରି

ଅପରାଧ
  • 2018-12-15 06:07:50
  • 423

କାନଭାସ୍ ଓଡିଶା(ବ୍ୟୁରୋ) : ଯାଜପୁର, ବରୀ -ବରୀ ରାମଚନ୍ଦ୍ର ପୁର ପୋଲିସ ଷ୍ଟେସନ ଆନ୍ତଗତ ରମ୍ପା ଗ୍ରାମପଞ୍ଚାୟତ ଅନ୍ତ୍ରଗତ ଚାମ୍ପିତିରା ଗ୍ରାମର ପ୍ରଦୀପ ମହାନ୍ତି ଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୧୦ହଜାର ଟଙ୍କା ଚୋରି ହୋଇ ଯାଇଥିବା ଅଭିଯୋଗ ବରୀ ଥାନାରେ ହୋଇଛି । ଅବଯୋଗକାରି ପ୍ରଦୀପ କୁମାର ମହାନ୍ତି ଙ୍କ ବାପା ପାଣ୍ଡପ ଚରଣ ମହାନ୍ତି ଘରେ ଶୋଇଥିବା ସମୟରେ ବହାରପଟୁ କବାଟ ଦେଇ ତାଙ୍କ କାବୁ କରିନେଇଥିବା ବେଳେ ଅନ୍ୟ ଘରୁ ଥିବା ସମସ୍ତ ଆଶବାବ ପତ୍ର ସହ ନଗଦ ଟଙ୍କା ଓ ସୁନା ଗହଣା ଲୁଟି ନେଇଯାଇଥିଲେ ସେହିପରି ସେହିଗ୍ରାମର ପାର୍ବତୀ ବିଶ୍ୱାଳ ଙ୍କ ଘରୁ ମଂଗଳ ସୂତ୍ର ଓ କିଛି ନୀତି ବ୍ୟବହାର୍ଯ୍ୟ ଡ୍ରେସ ନେଇ ଯାଇଥିବା ପାର୍ବତୀ ବିଶ୍ୱାଳ କହିଛନ୍ତି । ବରୀ ପୋଲିସ ତରଫରୁ କେଶ ନମ୍ବର୧୭୧/୧୮ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ବୋଲି ବରୀ ପୋଲିସ କହିଛନ୍ତି ।